ନୂଆଦିଲ୍ଲୀ: ଗୋଆରୁ ଆସିଲା ଦୁଃଖଦ ଖବର । ଗୋଆ ପୋଲିସ ମହାନିର୍ଦ୍ଦେଶକ ପ୍ରଣବ ନନ୍ଦାଙ୍କ ପରଲୋକ । ଗତ ରାତିରେ କାର୍ଡିଆକ ଆରେଷ୍ଟ (cardiac arrest) ରେ ତାଙ୍କ ମୃତ୍ୟୁ ହୋଇଛି । ୧୯୮୮ ବ୍ୟାଚର ଆଇପିଏସ ଅଫିସର ପ୍ରଣବ।
Goa Director General of Police(DGP) Pranab Nanda passes away in Delhi after suffering a cardiac arrest। pic। twitter। com/WXMwDet8mi
— ANI (@ANI) November 16, 2019
ଗୋଆ ପୋଲିସକୁ ଏହି ଖବର ରାତି ଗୋଟାଏ ବେଳେ ମିଳିଥିଲା । ପ୍ରଣବଙ୍କ ପତ୍ନୀ ସୁନ୍ଦରୀ ନନ୍ଦା ଏହି ଖବର ଦେଇଥିଲେ । ଏନେଇ ସୂଚନା ଦେଇଛନ୍ତି ଗୋଆ ଆଇଜିପି ଯଶପାଲ ସିଂହ । ଆମେ ଆମ ମୁଖ୍ୟଙ୍କୁ ହରାଇଲୁ ବୋଲି କହିଛନ୍ତି ଆଇଜିପି ।
ଗତ ଫେବୃୟାରୀରୁ ସେ ଗୋଆ ପୋଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ମୃତ୍ୟୁ ଖବର ଆସିବା ପରେ ସମଗ୍ର ଗୋଆ ସ୍ତବ୍ଧ ହୋଇଯାଇଛି । ଜଣେ ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ ଏବଂ ଦକ୍ଷ ପୋଲିସ ଅଫିସରଙ୍କୁ ଗୋଆ ହରାଇଥିବା କୁହାଯାଉଛି ।