Trending Photos
)
ନୂଆଦିଲ୍ଲୀ: ବିମାନ ସେବା ପ୍ରଦାନକାରୀ କମ୍ପାନୀ ଗୋ-ଏୟାର ଆସନ୍ତା ୧୫ରୁ ଘରୋଇ ଉଡ଼ାଣ ପାଇଁ ଟିକେଟ ବୁକିଂ ଆରମ୍ଭ କରିବାକୁ ଘୋଷଣା କରିଛି। କମ୍ପାନୀ ଏହି ନିଷ୍ପତ୍ତି ନେଇଛି ଯେଉଁ ସମୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ୧୪ ଏପ୍ରିଲ ପରେ ୨୧ ଦିନିଆ ତାଲା ବନ୍ଦ ହେବା ପରେ ବିମାନ ଚଳାଚଳ ସ୍ୱାଭାବିକ ହେବା ନେଇ ନିଷ୍ପତିକୁ ଖାରଜ କରିଦେଇଥିଲେ.
ଗୋ-ଏୟାର ମୁଖପାତ୍ର କହିଛନ୍ତି ଯେ ଗୋ-ଏୟାର୍ ୧୫ ଏପ୍ରିଲ ୨୦୨୦ରୁ ଘରୋଇ ବିମାନ ପାଇଁ ବୁକିଂ କରୁଛି ଏବଂ ୧ ମଇ ୨୦୨୦ରୁ ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ବୁକିଂ କରିବ। ଗତ ସପ୍ତାହରେ ଏୟାର ଇଣ୍ଡିଆ ୩୦ ଏପ୍ରିଲ ପର୍ଯ୍ୟନ୍ତ ଆଗୁଆ ବୁକିଂକୁ ବନ୍ଦ କରି ଦେଇଛି। କରୋନା ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ୨୫ ମାର୍ଚ୍ଚରେ ୨୧ ଦିନିଆ ଲକଡାଉନ୍ ଲାଗୁ କରାଯାଇଥିଲା । ଟ୍ରେନ୍ ଏବଂ ବିମାନ ଚଳାଚଳ ଉପରେ ମଧ୍ୟ ବାରଣ କରାଯାଇଛି। ଲକଡାଉନ ପୂର୍ବରୁ ମଧ୍ୟ ଅନେକ କମ୍ପାନୀ ଯାତ୍ରୀ କମ ଥିବାରୁ ବିମାନ ବାତିଲ କରିବା ଆରମ୍ଭ କରିଥିଲେ।
ଭାରତ ପ୍ରଥମେ ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଏକ ସପ୍ତାହ ପାଇଁ ଅନ୍ତର୍ଜାତୀୟ ବିମାନ ବନ୍ଦ କରି ଦେଇଥିଲା। ଏହା ପରେ ଏହାକୁ ଲକଡାଉନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । କୋରନା ଭାଇରସ୍ ବିମାନ ଚଳାଚଳ କ୍ଷେତ୍ରରେ ବହୁ କ୍ଷତି ଘଟାଇଛି । ରବିବାର ଦିନ, ଏୟାର ଡେକାନ୍ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ସମସ୍ତ କର୍ମଚାରୀଙ୍କୁ ବେତନ ପ୍ରାପ୍ତ ଛୁଟିରେ ପଠାଯାଇଛି ।