ପବନ ଏମିତି ହୋଇଛି ବିଷାକ୍ତ, 'ଭଗବାନ'ଙ୍କୁ ମଧ୍ୟ ଦେଖାଯାଉନି ଦିଲ୍ଲୀ!
Advertisement

ପବନ ଏମିତି ହୋଇଛି ବିଷାକ୍ତ, 'ଭଗବାନ'ଙ୍କୁ ମଧ୍ୟ ଦେଖାଯାଉନି ଦିଲ୍ଲୀ!

ଦେଶର ରାଜଧାନୀ ଦିଲ୍ଲୀ ବର୍ତ୍ତମାନ ସମୟରେ ଏକ ଗ୍ୟାସ ଚେମ୍ୱରରେ ପରିବର୍ତ୍ତିତ ହୋଇସାରିଛି । ଏଠାକାର ବିଷାକ୍ତ ପବନ ଯୋଗୁଁ ଚାରିଆଡ଼େ ହାହାକାର ଲାଗିଛି । ଏଠାରେ ଶ୍ୱାସ ନେବା ଲୋକଙ୍କ ପାଇଁ ବିପଦ ପାଲଟିଛି । ଏହା ପ୍ରଭାବ ଛୋଟ ଶିଶୁଙ୍କ ଉପରେ ନ ପଡେ, ସେଥିପାଇଁ ଦିଲ୍ଲୀ ସରକାର ନଭେମ୍ୱର ୫ ଯାଏ ସ୍କୁଲ ଛୁଟି ଘୋଷଣା କରିଛି । ଏହାସହ ସରକାର ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ରୋକ ଲଗାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ବର୍ତ୍ତମାନ ସମୟରେ ଏକ ଗ୍ୟାସ ଚେମ୍ୱରରେ ପରିବର୍ତ୍ତିତ ହୋଇସାରିଛି । ଏଠାକାର ବିଷାକ୍ତ ପବନ ଯୋଗୁଁ ଚାରିଆଡ଼େ ହାହାକାର ଲାଗିଛି । ଏଠାରେ ଶ୍ୱାସ ନେବା ଲୋକଙ୍କ ପାଇଁ ବିପଦ ପାଲଟିଛି । ଏହା ପ୍ରଭାବ ଛୋଟ ଶିଶୁଙ୍କ ଉପରେ ନ ପଡେ, ସେଥିପାଇଁ ଦିଲ୍ଲୀ ସରକାର ନଭେମ୍ୱର ୫ ଯାଏ ସ୍କୁଲ ଛୁଟି ଘୋଷଣା କରିଛି । ଏହାସହ ସରକାର ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ରୋକ ଲଗାଇଛି ।

ସ୍ଥିତି ଏତେ ଜଟିଳ ହୋଇ ପଡିଛି ଯେ ଦିଲ୍ଲୀରେ ହେଲଥ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି । ଘନ ଧୂଆଁ ଭିତରେ ଇଣ୍ଡିଆ ଗେଟ, ରାୟସୀନା ହିଲ, ଲାଲ କିଲା, ସଂସଦ ଭବନ, ଅକ୍ଷରଧାମ ମନ୍ଦିର ଆଦି ଲୁଚି ଯାଇଛି । ସବୁ ଆଡ଼େ କେବଳ ଧୂଆଁର ଚାଦର ବିଛେଇ ହୋଇ ରହିଛି । ଏହି ଧୂଆଁ ସମଗ୍ର ଦିଲ୍ଲୀକୁ ନିଜ ଚାଦରରେ ଘୋଡ଼େଇ ରଖିଛି ।

fallback

ଦିଲ୍ଲୀର ଏହି ପରିସ୍ଥିତିକୁ ଦେଖି ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହୋଇଯାଇଛି । ଗଡ ନାମକ ଏକ ଟ୍ୱିଟର ଏକାଉଣ୍ଟରୁ ଟ୍ୱିଟ କରାଯାଇଛି । ସେଥିରେ ଲେଖାଯାଇଛି ଯେ ହେ ଦିଲ୍ଲୀ! କଣ ତୁମ ଭୂମିରେ ଅଛ? ମୁଁ ତୁମକୁ ଦେଖି ପାରୁନାହିଁ । ଏହି ଟ୍ୱିଟ ପରେ ସାରା ଦୁନିଆରୁ ରିଟ୍ୱିଟର ବର୍ଷା ହେବା ଆରମ୍ଭ ହୋଇଯାଇଛି । ଏହି ଟ୍ୱିଟର ଏକାଉଣ୍ଟର ୬୦ ଲକ୍ଷ ଫୋଲୋଅର୍ସ ରହିଛି ।

ଦିଲ୍ଲୀର ଆନନ୍ଦ ବିହାରରେ ଏୟର କ୍ୱାଲିଟି ଇନଡେକ୍ସ(ଏକ୍ୟୁଆଇ) ୪୬୪ ରହିଛି । ଯାହା ଅତି ବିପଦଜନକ ସ୍ତରରେ ରହିଛି । ସେହିପରି ଦିଲ୍ଲୀକୁ ଲାଗି ରହିଥିବା ହରିୟାଣାର ହିସାରରେ ବାୟୁ କ୍ୱାଲିଟି ଇନଡେକ୍ସ ୮୨୫ ଓ ନୋଏଡାରେ ୬୩୮ ଯାଏ ପହଞ୍ଚିଯାଇଛି । ଏହା ଯୋଗୁଁ ଲୋକଙ୍କୁ ଶ୍ୱାସ ନେବାରେ ବହୁ କଷ୍ଟ ହେଉଛି । ବର୍ତ୍ତମାନ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ବିଷୟକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । କ୍ଷମତାଧାରୀ ଆମ ଆଦମୀ ପାର୍ଟି(ଆପ) ଓ ବିରୋଧୀ ବିଜେପି ଦୁହେଁ ମାସ୍କ ବାଣ୍ଟିବାରେ ଲାଗି ପଡିଛି ।