କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ
Advertisement

କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ

ଆଜି ଦିଲ୍ଲୀ ସର୍ରାଫା ବଜାରରେ ସୁନାର ଦରରେ ୫୩ ଟଙ୍କା ହ୍ରାସ ପାଇଛି । ଫଳରେ ୧୦ ଗ୍ରାମ ସୁନାର ମୂଲ୍ୟ ୩୯,୦୦୭ ଟଙ୍କାରେ ପହଞ୍ଚିଛି । ଏହାର ସୂଚନା ଏଚଡିଏଫସି ସିକ୍ୟୁରିଟିଜ ପ୍ରଦାନ କରିଛି । ଗତକାଲି ୧୦ ଗ୍ରାମ ସୁନାର ମୂଲ୍ୟ ୩୯,୦୬୦ ଟଙ୍କା ଥିଲା ।

 

କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ

ନୂଆଦିଲ୍ଲୀ: ଦୁର୍ବଳ ବୈଶ୍ୱିକ ଚାହିଦା ଓ ଟଙ୍କାର ମୂଲ୍ୟରେ ହୋଇଥିବା ପରିବର୍ତ୍ତନ ଯୋଗୁ ସୁନାରେ ହ୍ରାସ ଦେଖା ଦେଇଛି । ଏହାସହ ଗୁରୁବାର ଅନ୍ୟାନ୍ୟ ମୂଲ୍ୟବାନ ଧାତୁର ଦାମରେ ହ୍ରାସ ରେକର୍ଡ କରାଯାଇଛି । ଆଜି ଦିଲ୍ଲୀ ସର୍ରାଫା ବଜାରରେ ସୁନାର ଦରରେ ୫୩ ଟଙ୍କା ହ୍ରାସ ପାଇଛି । ଫଳରେ ୧୦ ଗ୍ରାମ ସୁନାର ମୂଲ୍ୟ ୩୯,୦୦୭ ଟଙ୍କାରେ ପହଞ୍ଚିଛି । ଏହାର ସୂଚନା ଏଚଡିଏଫସି ସିକ୍ୟୁରିଟିଜ ପ୍ରଦାନ କରିଛି । ଗତକାଲି ୧୦ ଗ୍ରାମ ସୁନାର ମୂଲ୍ୟ ୩୯,୦୬୦ ଟଙ୍କା ଥିଲା ।

ଅନ୍ୟପକ୍ଷେ ରୁପା ଦାମରେ ୨୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପାର ଦାମ ୪୫,୮୩୦ ଟଙ୍କାରେ ପହଞ୍ଚିଛି । ବୁଧବାର ଏହାର ଦାମ ୪୫,୮୫୦ ଟଙ୍କା ପ୍ରତି କିଲୋଗ୍ରାମ ରହିଥିଲା । ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଟଙ୍କାର ମୂଲ୍ୟରେ ହ୍ରାସ ଯୋଗୁଁ ଦିଲ୍ଲୀ ସର୍ରାଫା ବଜାରରେ ୨୪ କ୍ୟାରେଟ ସୁନାର ମୂଲ୍ୟରେ ୫୩ ଟଙ୍କାର ହ୍ରାସ ଦେଖା ଦେଇଛି । ବିବାହର ସିଜନ ଆସିବାରୁ ସୁନା ଦର ବଢିବାର ସମ୍ଭାବନା ରହିଛି ।

ଅନ୍ତର୍ଜାତୀୟ ବଜାରରେ ସୁନାର ଦର ୧୪୭୨.୭ ଡଲାର ପ୍ରତି ଆଉନ୍ସ ଥିଲା । ଅନ୍ୟପଟେ ରୁପା ଦରରେ ସ୍ୱଳ୍ପ ବୃଦ୍ଧି ଘଟି ୧୭.୧୦ ଡଲାର ଆଉନ୍ଲରେ ପହଞ୍ଚି ଯାଇଛି । ଅନ୍ତର୍ଜାତୀୟ ବଜାରରେ ଗୁରୁବାର ଆମେରିକା ଓ ଚୀନ ମଧ୍ୟରେ ଜାରି ବାଣିଜ୍ୟିକ ବିବାଦ ଓ  ଟ୍ରେଡ ଚୁକ୍ତି ଯୋଗୁଁ ଅନିଶ୍ଚିତତାର ପ୍ରଭାବ ଦେଖା ଦେଇଛି ।