ସୁନା ଓ ରୁପା ଦାମରେ ବଡ଼ ପରିବର୍ତ୍ତନ, ଜାଣି ନିଅନ୍ତୁ ଆଜିର ଦାମ୍

 ରୁପା ଦାମରେ ୫୨୫ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପାର ଦାମ ବର୍ତ୍ତମାନ ୪୫,୬୭୫ ଟଙ୍କା ରହିଛି । ବିଗତ କିଛି ଦିନ ଧରି ଅନ୍ତର୍ଜାତୀୟ ବଜାରରେ ସବୁଜ ସଙ୍କେତ ରହିଥିବାରୁ ବହୁତ ଲାଭ ମିଳିଛି । ତେଣୁ ମୂଲ୍ୟବାନ ଧାତୁ ଦାନରେ ହ୍ରାସ ଦେଖା ଦେଇଛି ।

ସୁନା ଓ ରୁପା ଦାମରେ ବଡ଼ ପରିବର୍ତ୍ତନ, ଜାଣି ନିଅନ୍ତୁ ଆଜିର ଦାମ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ମୂଲ୍ୟବାନ ଧାତୁର ଦାମରେ ହ୍ରାସ ଦେଖା ଦେଇଛି । କିନ୍ତୁ ଡଲାରର ମୂଲ୍ୟରେ ବୃଦ୍ଧି ଯୋଗୁଁ ସୁନା ଓ ରୁପା ଦାମରେ ପରିବର୍ତ୍ତନ ଦେଖା ଦେଇଛି । ଦିଲ୍ଲୀ ସର୍ରାଫା ବଜାରରେ ଶୁକ୍ରବାର ସୁନାର ଦାମରେ ୨୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଏବେ ୧୦ ଗ୍ରାମ ସୁନାର ଦାମ ୩୯,୪୪୦ ଟଙ୍କାକୁ ପହଞ୍ଚିଛି ।

ଅନ୍ୟପକ୍ଷେ ରୁପା ଦାମରେ ହ୍ରାସ ଦେଖା ଦେଇଛି । ରୁପା ଦାମରେ ୫୨୫ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପାର ଦାମ ବର୍ତ୍ତମାନ ୪୫,୬୭୫ ଟଙ୍କା ରହିଛି । ବିଗତ କିଛି ଦିନ ଧରି ଅନ୍ତର୍ଜାତୀୟ ବଜାରରେ ସବୁଜ ସଙ୍କେତ ରହିଥିବାରୁ ବହୁତ ଲାଭ ମିଳିଛି । ତେଣୁ ମୂଲ୍ୟବାନ ଧାତୁ ଦାନରେ ହ୍ରାସ ଦେଖା ଦେଇଛି ।

ଲଣ୍ଡନ ଏବଂ ନ୍ୟୁୟର୍କରୁ ପ୍ରାପ୍ତ ସୂଚନା ଅନୁସାରେ ସୁନା ଦାମ ଶୁକ୍ରବାର ୫.୮୫ ହ୍ରାସ ଘଟି ୧,୪୬୩.୧୦ ଡଲାରରେ ପହଞ୍ଚିଛି । ଡିସେମ୍ୱରରେ ଆମେରିକାନ ସୁନା ଦାମରେ ମଧ୍ୟ ୨.୭୦ ହ୍ରାସ ଘଟି ୧,୪୬୯.୧୦ ଡଲାରକୁ ପହଞ୍ଚିବାର ଅନୁମାନ କରାଯାଇଛି । ସେହିପରି ରୁପା ଦାମରେ ୦.୧୩ ଡଲାର ହ୍ରାସ ଘଟିଛି । ବଜାର ବିଶେଷଜ୍ଞ ମତରେ ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧକୁ ନେଇ ଚୁକ୍ତି ହେବାର ଅଛି । ଯାହାକୁ ଫଳରେ ସୁନା ଉପରେ ଚାପ ପଡିଛି । ଏହି କାରଣରୁ ଏହି ସପ୍ତାହରେ କ୍ରମାଗତ ସୁନା ଓ ରୂପା ଦାମରେ ହ୍ରାସ ଦେଖା ଦେଇଛି ।