ସୁନା ଓ ରୂପା ଦାମରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ ଆଜିର ରେଟ୍
ଆଭୂଷଣ କ୍ରୟ କ୍ଷେତ୍ରରେ କମି ଆସିବାରୁ ସୁନା ଓ ରୂପା ଦାମରେ ହ୍ରାସ ଦେଖା ଦେଇଛି । ବିଗତ କିଛି ଦିନ ଧରି ଗ୍ରାହକ ସୁନା ଓ ରୂପା ପରି ମୂଲ୍ୟବାନ ବସ୍ତୁ କିଣିବା କମ କରି ଦେଇଛନ୍ତି । ଯାହା ଫଳରେ ଆଜି(ଶୁକ୍ରବାର) ସୁନା ଓ ରୂପା ଦାମରେ ବଡ଼ ଧରଣର ହ୍ରାସ ଘଟିଛି । ଦିଲ୍ଲୀ ସର୍ରାଫା ବଜାରରେ ଶୁକ୍ରବାର ସୁନା ଦାମରେ ୨୦୦ ଟଙ୍କାର ହ୍ରାସ ଘଟି ସପ୍ତାହର ନିମ୍ନ ସ୍ତରକୁ ଖସି ଆସିଛି । ବର୍ତ୍ତମାନ ୧୦ ଗ୍ରାମ ସୁନାର ଦାମ ୩୯,୪୭୦ ଟଙ୍କା ରହିଛି ।
- ଆଭୂଷଣ କ୍ରୟ କ୍ଷେତ୍ରରେ କମି ଆସିବାରୁ ସୁନା ଓ ରୂପା ଦାମରେ ହ୍ରାସ
- ଶୁକ୍ରବାର ସୁନା ଦାମରେ ୨୦୦ ଟଙ୍କାର ହ୍ରାସ
- ରୂପା ଦାମରେ ୯୮୫ ଟଙ୍କାର ହ୍ରାସ
Trending Photos

ନୂଆଦିଲ୍ଲୀ: ଆଭୂଷଣ କ୍ରୟ କ୍ଷେତ୍ରରେ କମି ଆସିବାରୁ ସୁନା ଓ ରୂପା ଦାମରେ ହ୍ରାସ ଦେଖା ଦେଇଛି । ବିଗତ କିଛି ଦିନ ଧରି ଗ୍ରାହକ ସୁନା ଓ ରୂପା ପରି ମୂଲ୍ୟବାନ ବସ୍ତୁ କିଣିବା କମ କରି ଦେଇଛନ୍ତି । ଯାହା ଫଳରେ ଆଜି(ଶୁକ୍ରବାର) ସୁନା ଓ ରୂପା ଦାମରେ ବଡ଼ ଧରଣର ହ୍ରାସ ଘଟିଛି । ଦିଲ୍ଲୀ ସର୍ରାଫା ବଜାରରେ ଶୁକ୍ରବାର ସୁନା ଦାମରେ ୨୦୦ ଟଙ୍କାର ହ୍ରାସ ଘଟି ସପ୍ତାହର ନିମ୍ନ ସ୍ତରକୁ ଖସି ଆସିଛି । ବର୍ତ୍ତମାନ ୧୦ ଗ୍ରାମ ସୁନାର ଦାମ ୩୯,୪୭୦ ଟଙ୍କା ରହିଛି ।
ସେହିପରି ରୂପା ଦାମରେ ୯୮୫ ଟଙ୍କାର ହ୍ରାସ ଦେଖା ଦେଇଛି । ଯାହା ଫଳରେ ଗୋଟିଏ କିଲୋ ରୂପାର ଦାମ ୪୫,୮୫୦ ଟଙ୍କାକୁ ଖସି ଆସିଛି । ଯାହା ୫ ସପ୍ତାହ ମଧ୍ୟରେ ସର୍ବାଧିକ ନିମ୍ନ ସ୍ତରକୁ ଖସିବାର ଘଟଣା । ଏହି ଦୁଇ ମୂଲ୍ୟବାନ ଧାତୁର ଦାମରେ କ୍ରମାଗତ ୪ ଦିନ ଧରି ହ୍ରାସ ରେକର୍ଡ କରାଯାଇଛି ।
ଶୁକ୍ରବାର ବିଦେଶ ବଜାରରେ ସୁନା ଦାମ ଅପରିବର୍ତ୍ତିତ ରହିଛି । ବଜାର ବିଶେଷଜ୍ଞ ମତରେ ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧକୁ ନେଇ ଚୁକ୍ତି ହେବାର ଅଛି । ଯାହାକୁ ଫଳରେ ସୁନା ଉପରେ ଚାପ ପଡିଛି । ଏହି କାରଣରୁ ଏହି ସପ୍ତାହରେ କ୍ରମାଗତ ସୁନା ଓ ରୂପା ଦାମରେ ହ୍ରାସ ଦେଖା ଦେଇଛି ।
More Stories