ହୁ ହୁ ହୋଇ ବଢୁଛି ସୁନା ଦର
Trending Photos
)
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ମାଡ଼ରେ ବିଶ୍ୱ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଫଳରେ ବିଶ୍ୱ ବଜାରରେ ମଧ୍ୟ ଅସ୍ଥିରତା ଆସିଛି। ଏହା ଫଳରେ ଭାରତୀୟ ବଜାର ମଧ୍ୟ ବେଶ ପ୍ରଭାବିତ ହୋଇଛି। ଏହା ମଧ୍ୟରେ ଦେଶରେ ସୁନା ବଜାର ମଧ୍ୟ ଗୁରୁତର ଭାବେ ପ୍ରଭାବ ପଡ଼ିଛି। ଚଳିତ ମାସ ଶେଷ ସୁଦ୍ଧା ସୁନା ୪୫ ହଜାର ଛୁଇଁବ ବୋଲି ମାର୍କେଟ ଏକ୍ସପର୍ଟମାନେ ଅନୁମାନ କରିଛନ୍ତି। ତେବେ ସବୁଠାରୁ ଚକିତ କରିବା ଭଳି କଥା ହେଉଛି ଯେ, ଗତ ଆର୍ଥିକ ବର୍ଷ(୨୦୧୯-୨୦) ମଧ୍ୟରେ ସୁନା ଦର ସର୍ବାଧିକ ବୃଦ୍ଧି ପାଇଛି।
ଏଠାରେ କହି ରଖୁଛୁ ଯେ, ଏହି ଆର୍ଥିକ ବର୍ଷରେ ପାଖାପାଖି ୩୪ ପ୍ରତିଶତ ଅର୍ଥାତ ପ୍ରାୟ ୧୧ ହଜାର ଟଙ୍କା ବୃଦ୍ଧି ପାଇଛି। ଗତବର୍ଷ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ସୁନା ଭରି ପ୍ରତି ୩୧୯୯୮ ଟଙ୍କା ରହିଥିଲା। ମାତ୍ର ଦରରେ ବୃଦ୍ଧି ପାଇଁ ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖରେ ତାହା ୪୩୦୦୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ୨୪ ଫେବୃଆରୀ ୨୦୨୦ରେ ସୁନା ଦର ଭରି ପ୍ରତି ୪୪୪୭୨ ଟଙ୍କାରେ ପହଞ୍ଚିଥିଲା। ଲକଡାଉନ ସମୟରେ ୧୪ ଏପ୍ରିଲ ପର୍ଯ୍ୟନ୍ତ ସରାଫ ବଜାର ବନ୍ଦ ରହିଛି। ଫଳରେ ସୁନା ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି।
ତେବେ କେଡ଼ିଆ ଆଡଭାଇଜାରିର ନିର୍ଦ୍ଦେଶକ ଅଜୟ କେଡ଼ିଆ କୁହନ୍ତି, ମାର୍ଚ୍ଚ ୨୦୨୦ ସୁଦ୍ଧା ସୁନା ଦର ୩୮୫୦୦ ଟଙ୍କା ପାଖାପାଖି ପହଞ୍ଚି ସାରିଥିଲା। ମାତ୍ର ଅନ୍ତର୍ଜାତୀୟ ବଜାରରେ ସୁନାଦର ବୃଦ୍ଧି ଘଟିବାର ଅନୁରୂପ ଭାବେ ଭାରତୀୟ ବଜାରରେ ମଧ୍ୟ ବୃଦ୍ଧି ପାଇଛି। ଫଳରେ ମାର୍ଚ୍ଚ ଶେଷ ବେଳକୁ ଏହାର ଦର ବୃଦ୍ଧି ପାଇ ୪୩ ହଜାର ଟଙ୍କାର ବଜାର ବନ୍ଦ ହୋଇଥିଲା ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ୨୦୦୮ ମସିହାରେ ସୁନା ବ୍ୟବସାୟରେ ଯେପରି ମାନ୍ଦାବସ୍ଥା ଓ ସେଥିରେ ବୃଦ୍ଧି ଘଟିଥିଲା, ଠିକ ସେହିପରି ଅବସ୍ଥା ବର୍ତ୍ତମାନ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେ କହିଥିଲେ।