Advertisement
Article Detail0/zeeodisha/odisha661945
Zee OdishaOther Newsଆର୍ଥିକ ବର୍ଷ ଆରମ୍ଭରୁ ବଦଳିଲା ସୁନା ଦର, ଜାଣନ୍ତୁ ଆଜିର ରେଟ

ଆର୍ଥିକ ବର୍ଷ ଆରମ୍ଭରୁ ବଦଳିଲା ସୁନା ଦର, ଜାଣନ୍ତୁ ଆଜିର ରେଟ

ଜାଣନ୍ତୁ ଆଜିର ସୁନା-ଚାନ୍ଦି ଦର

ଆର୍ଥିକ ବର୍ଷ ଆରମ୍ଭରୁ ବଦଳିଲା ସୁନା ଦର, ଜାଣନ୍ତୁ ଆଜିର ରେଟ

ନୂଆଦିଲ୍ଲୀ: କୋରୋନା ପାଇଁ ସମଗ୍ର ବିଶ୍ୱ ଆର୍ଥିକ ବଜାରରେ କମ୍ପନ ସୃଷ୍ଟି ହେଉଛି। ଦିନକୁ ଦିନ ଭୁଶୁଡ଼ିବାରେ ଲାଗିଛି ଅର୍ଥ ବ୍ୟବସ୍ଥା। ସୁନା-ଚାନ୍ଦି ଦରରେ ପ୍ରତିଦିନ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି। ଆଜି ଆର୍ଥିକ ବର୍ଷର ପ୍ରଥମ ଦିନରୁ ୫୦ ଟଙ୍କା କମରୁ ସୁନା ବଜାର ଆରମ୍ଭ ହୋଇଥିଲା। ତେବେ ଦିନ ଶେଷ ବେଳକୁ ସୁନାଦରରେ ବୃଦ୍ଧି ଘଟି ବଜାର ବନ୍ଦ ହୋଇଥିଲା। 

ତେବେ ଦିନ ଆରମ୍ଭରୁ ୫୦ ଟଙ୍କା କମରେ ସୁନା ବ୍ୟବସାୟ ଆରମ୍ଭ ହୋଇଥିଲା। ଆରମ୍ଭରୁ ୫୦ ଟଙ୍କା କମ ହେବା ସହିତ ସୁନା ଦଶ ଗ୍ରାମ ପ୍ରତି ୪୩୧୨୩ ଟଙ୍କାରେ ବିକ୍ରି ହୋଇଥିଲା। ମାତ୍ର ବଜାର ବନ୍ଦ ବେଳକୁ ଏହି ଦରରେ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟା ସୁଦ୍ଧା ୩୦୧ ଟଙ୍କା ବୃଦ୍ଧି ପାଇଁ ସୁନା ଭରି ପ୍ରତି ୪୩୪୭୪ ଟଙ୍କାରେ ବିକ୍ରି ହୋଇଥିଲା। ସେହିପରି ଚାନ୍ଦି ଦରରେ ମଧ୍ୟ କିଲୋପିଛା ୫୦ ଟଙ୍କା ବୃଦ୍ଧି ଘଟିଛି। ଚାନ୍ଦି କିଲୋ ପିଛା ୫୦ ଟଙ୍କା ବୃଦ୍ଧି ପାଇ ୩୯୨୫୦ ଟଙ୍କାରେ ବିକ୍ରି ହେଉଛି। 

ଏଠାରେ କହି ରଖୁଛୁ ଯେ, ଗତ ୩୦ ତାରିଖରେ ୧୦ ଗ୍ରାମ ସୁନା ଦର ୩୭୭ ଟଙ୍କା ହ୍ରାସ ପାଇଁ ୪୩୨୯୮ ଟଙ୍କାରେ ବିକ୍ରି ହୋଇଥିଲା। ସେହିପରି ଚାନ୍ଦି ଦରରେ ମଧ୍ୟ ୧୯୦୦ ଟଙ୍କା ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା। 

Add Zee News as a Preferred Source
About the Author