ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହେଲା ୫୨ ଲକ୍ଷ ଟଙ୍କାର ସୁନା
କ୍ୱାଲାଲାମପୁରରୁ ଭୁବନେଶ୍ୱର ସୁନା ଆସିଥିଲା
Trending Photos

ସରୋଜ ବେହେରା, ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ଜବତ ହୋଇଛି ସୁନା । ଜବତ ସୁନାର ଆନୁମାନିକ ମୂଲ୍ୟ ଅଧ କୋଟି ହେବ ବୋଲି କୁହାଯାଇଛି । ୧ କିଲୋ ୩ ଶହ ୧୦ ଗ୍ରାମର ଏହି ସୁନାକୁ କେରଳ ଖୋଜିକୋଟର ଜଣେ ଯୁବକ କୁଆଲାଲାମ୍ପୁରରୁ ନେଇ ଭୁବନେଶ୍ୱର ଆସୁଥିବା ବେଳେ ଧରାପଡିଥିଲା । କଷ୍ଟମସ ବିଭାଗ ସ୍ୱତନ୍ତ୍ର ଟିମ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଜବତ ସୁନା ମଧ୍ୟରେ ଦୁଇଟି ସୁନା ବିସ୍କୁଟ ଥିବା ବେଳେ ବାକି ସୁନା ପାଉଡର ଆକାରରେ ରହିଛି। ଅଟକ ଯୁବକ କେଉଁଠୁ ସୁନା ଆଣି କାହାକୁ ଦେବାକୁ ଯୋଜନାକରୁଥିଲେ ତାହାକୁ ନେଇ ତଦନ୍ତ କରାଯାଉଛି ।
More Stories
Comments - Join the Discussion