ସୁନା-ରୁପା ଦାମରେ ଘଟିବ ବଡ଼ ଧରଣର ହ୍ରାସ, ଜାଣନ୍ତୁ ଏହାର କାରଣ

ଦି ବୁଲିୟନ ଏଣ୍ଡ ଜ୍ୱାଲର୍ସ ଏସୋସିଏଶନର ଅଧ୍ୟକ୍ଷ ଯୋଗେଶ ସିଙ୍ଘଲ କହିଛନ୍ତି ଯେ ସୁନା ଦାମରେ ଆଗାମୀ ୩ ମାସରେ ବଡ଼ ଦରଣର ପରବିର୍ତ୍ତନ ଦେଖା ଯିବ । ଏହି ସମୟରେ ସୁନାର ଦାମ ୩୫ରୁ ୩୬ ହଜାର ପ୍ରତି ଗ୍ରାମ ଯାଏ ପହଞ୍ଚିବ । 

ସୁନା-ରୁପା ଦାମରେ ଘଟିବ ବଡ଼ ଧରଣର ହ୍ରାସ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ଆଗାମୀ ଦିନରେ ସୁନା ଓ ରୁପା ଦାମରେ ବଡ଼ ଧରଣର ହ୍ରାସ ଦେଖା ଦେଇ ପାରେ । ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁର ଦାମରେ ହ୍ରାସ ଓ ଘରୋଇ ବଜାରରେ ସୁନା ଓ ରୁପାର ଦାମ ଉପରେ ପ୍ରଭାବ ପଡୁଛି । ଘରୋଇ ବଜାରରେ ସେପ୍ଟେମ୍ୱର ତୁଳନାରେ ସୁନାର ଦାମରେ ପ୍ରାୟ ୫ ପ୍ରତିଶତର ହ୍ରାସ ଦେଖା ଦେଇଛି । ସେହିପରି ରୁପା ଦାମରେ ୬ ହଜାର ପ୍ରତି କିଲୋଗ୍ରାମ ଯାଏ ହ୍ରାସ ରେକର୍ଡ କରାଯାଇଛି ।

ଦି ବୁଲିୟନ ଏଣ୍ଡ ଜ୍ୱାଲର୍ସ ଏସୋସିଏଶନର ଅଧ୍ୟକ୍ଷ ଯୋଗେଶ ସିଙ୍ଘଲ କହିଛନ୍ତି ଯେ ସୁନା ଦାମରେ ଆଗାମୀ ୩ ମାସରେ ବଡ଼ ଦରଣର ପରବିର୍ତ୍ତନ ଦେଖା ଯିବ । ଏହି ସମୟରେ ସୁନାର ଦାମ ୩୫ରୁ ୩୬ ହଜାର ପ୍ରତି ଗ୍ରାମ ଯାଏ ପହଞ୍ଚିବ । କମେଡିଟି ବଜାର ଉପରେ ଜ୍ଞାନ ରଖୁଥିବା ବ୍ୟକ୍ତିଙ୍କ ଅନୁସାରେ, ଆମେରିକା ଓ ଚୀନର ବାଣିଜ୍ୟିକ ବାର୍ତ୍ତା ସକାରାତ୍ମକ ଦିଗକୁ ଯାଉଛି । ଏଥିପାଇଁ ନିବେଶକମାନେ ସୁନାରୁ ଟଙ୍କା ଫେରାଇବା ଆରମ୍ଭ କରି ଦେଇଛନ୍ତି । 

ମଲ୍ଟି କମୋଡିଟି ଏକ୍ସଚେଞ୍ଜ(ଏସସିଏକସ)ରେ ଶୁକ୍ରବାର ରାତି ୧୦.୧୯ରେ ସୁନାର ଦାମରେ ୩୧୭ ଟଙ୍କାର କମି ଦେଖା ଯାଇଥିଲା । ଏଠାରେ ସୁନା ୩୭,୯୪୯ ଟଙ୍କା ପ୍ରତି ୧୦ ଗ୍ରାମରେ ବ୍ୟବସାୟ କରୁଥିଲା । ଏହା ପୂର୍ବରୁ ସୁନାର ଦାମ ୩୭,୯୨୧ ଟଙ୍କା ପ୍ରତି ୧୦ ଗ୍ରାମ ଯାଏ ହ୍ରାସ ପାଇଥିଲା । ଚଳିତ ବର୍ଷ ସେପ୍ଟେମ୍ୱର ୪ରେ ସୁନାର ଏମସିଏକ୍ସ ଉପରେ ଦାମ ୩୯,୮୮୫ ଟଙ୍କା ପ୍ରତି ୧୦ ଗ୍ରାମ ଯାଏ ପହଞ୍ଚିଥିଲା । ଶୁକ୍ରବାର ସୁନାର ଦାମରେ ୪.୯ ପ୍ରତିଶତ ଯାଏ ହ୍ରାସ ଦେଖା ଦେଇଥିଲା ।