ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜି କଣ ରହିଛି ରେଟ୍
Advertisement

ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜି କଣ ରହିଛି ରେଟ୍

ଅନ୍ୟପକ୍ଷେ ସୋମବାର ସୁନା ଦରରେ ୧୬୬ ଟଙ୍କାର ହ୍ରାସ ରେକର୍ଡ କରାଯାଇଥିଲା। ଫଳରେ ୧୦ ଗ୍ରାମ ସୁନାର ମୂଲ୍ୟ ୩୮୬୦୪ ଟଙ୍କାରେ ପହଞ୍ଚିଥିଲା । 

ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜି କଣ ରହିଛି ରେଟ୍

ନୂଆଦିଲ୍ଲୀ: ଦିଲ୍ଲୀ ସର୍ରାଫା ବଜାରରେ ସୁନା ଦରରେ ସାମାନ୍ୟ ହ୍ରାସ ରେକର୍ଡ କରାଯାଇଛି । ଆଜି ଅର୍ଥାତ ଗୁରୁବାର ସୁନା ଦରରେ ୩ ଟଙ୍କାର ହ୍ରାସ ଦେଖା ଦେଇଛି । ଫଳରେ ୧୦ ଗ୍ରାମ ସୁନାର ଦାମ ୩୮,୫୩୫ ଟଙ୍କା ପହଞ୍ଚିଛି । ବୁଧବାର ଏହି ସୁନା ଦର ଦିଲ୍ଲୀରେ ୩୮,୩୮ ଟଙ୍କା ଥିଲା । 

ଅନ୍ୟପକ୍ଷେ ସୋମବାର ସୁନା ଦରରେ ୧୬୬ ଟଙ୍କାର ହ୍ରାସ ରେକର୍ଡ କରାଯାଇଥିଲା। ଫଳରେ ୧୦ ଗ୍ରାମ ସୁନାର ମୂଲ୍ୟ ୩୮୬୦୪ ଟଙ୍କାରେ ପହଞ୍ଚିଥିଲା । ଗତ ଶନିବାର ୧୦ ଗ୍ରାମ ସୁନାର ମୂଲ୍ୟ ୩୮୭୭୦ ଟଙ୍କାରେ ବନ୍ଦ ହୋଇଥିଲା । 

ସୁନା ପରି ରୁପା ଦରରେ ଗୁରୁବାର ହ୍ରାସ ଦେଖା ଦେଇଛି । ଆଜି ରୁପା ଦରେ ୯୧ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପାର ଦାମ ୪୫,୨୯୩ ଟଙ୍କାରେ ପହଞ୍ଚିଛି । ସେହିପରି ବୁଧବାର ରୁପା ଦାମରେ ସାମାନ୍ୟ ବୃଦ୍ଧି ଦେଖା ଦେଇଛି । ରୁପା ଦାମରେ ୧୪୭ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି । ଫଳରେ ଏକ କିଲୋଗ୍ରାମ ରୁପା ଦାମ ୪୫,୩୮୪ ଟଙ୍କାରେ ବନ୍ଦ ହୋଇଥିଲା । 

ମଙ୍ଗଳବାର ରୁପା ଦାମରେ ୩୯ ଟଙ୍କାର ହ୍ରାସ ଦେଖା ଦେଇଥିଲା । ଫଳରେ ଗୋଟିଏ କିଲୋଗ୍ରାମ ରୁପାର ଦାମ ୪୫,୧୬୧ ଟଙ୍କାରେ ବନ୍ଦ ହୋଇଥିଲା । ସୋମବାର ରୁପା ମୂଲ୍ୟରେ ୪୦୨ ଟଙ୍କାର ହ୍ରାସ ଦେଖା ଦେଇଥିଲା । ଫଳରେ ଗୋଟିଏ କିଲୋଗ୍ରାମ ରୁପାର ଦର ୪୫,୧୭୮ ଟଙ୍କାରେ ପହଞ୍ଚିଥିଲା । ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦରରେ ସାମାନ୍ୟ ବୃଦ୍ଧି ପାଇଛି । ସୁନାର ଦର ୧୪୫୭ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି । ସେହିପରି ରୁପା ଦର ୧୭ ଡଲାର ପ୍ରତି ଆଉନ୍ସ ରହିଛି ।