ସୁନା-ରୁପା ଦରରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ'ଣ ରହିଛି ଆଜି ରେଟ୍

ବୁଧବାର ୧୦ ଗ୍ରାମ ସୁନା ଦର ୩୯,୭୯୫ ଟଙ୍କାକୁ ପହଞ୍ଚିଛି । ସେହିପରି ଗୋଟିଏ କିଲୋଗ୍ରାମ ରୁପାର ମୂଲ୍ୟ ୪୬, ୪୦୦ ଟଙ୍କାକୁ ପହଞ୍ଚିଛି । ବିଦେଶୀ ବଜାରରେ ନଭେମ୍ୱର ୭ ପରେ ମଙ୍ଗଳବାର ଦିନ ସବୁଠାରୁ ଉଚ୍ଚତମ ସ୍ତରକୁ ପହଞ୍ଚିଥିଲା । 

ସୁନା-ରୁପା ଦରରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ'ଣ ରହିଛି ଆଜି ରେଟ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ସୁନା ଦରରେ ବୃଦ୍ଧି ରେକର୍ଡ କରାଯାଇଛି । ଯାହା ଫଳରେ ଘରୋଇ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ଦେଖା ଦେଇଛି । ମଙ୍ଗଳବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ସର୍ରାଫା ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟରେ ୫୨୫ ଟଙ୍କାର ବୃଦ୍ଧି ଆସିଛି । ସେହିପରି ଘରୋଇ ବଜାରରେ ରୁପା ଚାହିଦା ବୃଦ୍ଧି ଦେଖା ଦେବାରୁ ଏହାର ମୂଲ୍ୟରେ ବୃଦ୍ଧି ଘଟିଛି । ଏକ କିଲୋଗ୍ରାମ ରୁପାର ମୂଲ୍ୟରେ ୮୦୦ ଟଙ୍କାରେ ବୃଦ୍ଧି ରେକର୍ଡ କରାଯାଇଛି । 

ଫଳରେ ବୁଧବାର ୧୦ ଗ୍ରାମ ସୁନା ଦର ୩୯,୭୯୫ ଟଙ୍କାକୁ ପହଞ୍ଚିଛି । ସେହିପରି ଗୋଟିଏ କିଲୋଗ୍ରାମ ରୁପାର ମୂଲ୍ୟ ୪୬, ୪୦୦ ଟଙ୍କାକୁ ପହଞ୍ଚିଛି । ବିଦେଶୀ ବଜାରରେ ନଭେମ୍ୱର ୭ ପରେ ମଙ୍ଗଳବାର ଦିନ ସବୁଠାରୁ ଉଚ୍ଚତମ ସ୍ତରକୁ ପହଞ୍ଚିଥିଲା । ଯାହା ଫଳରେ ଆଜି ସ୍ଥାନୀୟ ବଜାର ଖୋଲିବାକୁ ଏହାର ମୂଲ୍ୟରେ ଜୋରଦାର ବୃଦ୍ଧି ଦେଖା ଦେଇଛି ।

ବଜାର ବିଶେଷଜ୍ଞଙ୍କ ମତରେ ଟଙ୍କା ମଜଭୁତ ହେବାରୁ ସୁନା ଦରରେ ବୃଦ୍ଧି ଦେଖା ଦେଇଛି । ଏହାସହ ଆମେରିକା ଓ ଚୀନ ମଧ୍ୟରେ ଜାରି ଟ୍ରେଡ ୱାର ନେଇ ବଜାରରେ ଅନିଶ୍ଚିତତା ଲାଗି ରହିଛି । ଏଥିପାଇଁ ମଙ୍ଗଳବାର ସକାଳେ ଦୁନିଆରେ ସୁନା ଦରରେ ବୃଦ୍ଧି ଆସିଛି । ମଙ୍ଗଳବାର ୧୦ ଗ୍ରାମ ସୁନାର ମୂଲ୍ୟ ୩୮,୭୮୯ ଟଙ୍କାରେ ପହଞ୍ଚି ଥିଲା । ଏହା ପୂର୍ବରୁ ସୋମବାର ୧୦ ଗ୍ରାମ ସୁନା ମୂଲ୍ୟରେ ୩୮,୮୭୯ ଟଙ୍କାରୁ ହ୍ରାସ ଘଟି ୩୮,୭୧୮ ଟଙ୍କାରେ ପହଞ୍ଚି ଯାଇଥିଲା ।

ମଙ୍ଗଳବାର ସକାଳେ ଅନ୍ତର୍ଜାତୀୟ ବଜାରରେ ସୁନା ୧,୪୬୩ ଡଲାର ଆଉନ୍ସ ରହିଥିଲା । ସେହିପରି ରୁପା ୧୬.୯୧ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଥିଲା । ମଙ୍ଗଳବାର ରୁପା ଦରରେ ୧୦୧ ଟଙ୍କାର ବୃଦ୍ଧି ହେତୁ ଏକ କିଲୋଗ୍ରାମ ରୁପାର ଦର ୪୫,୮୨୬ ଟଙ୍କାରେ ପହଞ୍ଚିଥିଲା । ଉଦ୍ୟୋଗିକ ଓ ସିକ୍କା ବ୍ୟବସାୟୀରେ କ୍ରୟ ବୃଦ୍ଧି ଯୋଗୁଁ ରୁପା ଦରରେ ବୃଦ୍ଧି ରେକର୍ଡ କରାଯାଇଛି ।