ପୁଣି ବଢିଲା ସୁନା-ଚାନ୍ଦି ଦର, ଜାଣିନିଅନ୍ତୁ ଆଜିର ଦର

ବୈଶ୍ୱିକ ମହାମାରୀ କୋରୋନା ପାଇଁ ସୁନା ବଜାରରେ ବେଶ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳୁଛି। ଅନ୍ତର୍ଜାତୀୟ ବଜାରରେ ସୁନା ଉପରେ ଅସ୍ଥିରତା କାରଣରୁ ଭାରତୀୟ ବଜାରରେ ମଧ୍ୟ ଏହି ଅସ୍ଥିରତା ଦେଖିବାକୁ ମିଳୁଛି। ଅନ୍ତର୍ଜାତୀୟ ବଜାରରେ ସୁନା ଦର ଖସୁଥିଲେ ମଧ୍ୟ ଭାରତୀୟ ବଜାରରେ କୋରୋନା ପ୍ରଭାବରେ ସୁନା ଦର ବଢିଥିବା ଦେଖିବାକୁ ମିଳିଛି। ବୁଧବାର ସୁନା ଦଶ

ପୁଣି ବଢିଲା ସୁନା-ଚାନ୍ଦି ଦର, ଜାଣିନିଅନ୍ତୁ ଆଜିର ଦର

ନୂଆଦିଲ୍ଲୀ: ବୈଶ୍ୱିକ ମହାମାରୀ କୋରୋନା ପାଇଁ ସୁନା ବଜାରରେ ବେଶ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳୁଛି। ଅନ୍ତର୍ଜାତୀୟ ବଜାରରେ ସୁନା ଉପରେ ଅସ୍ଥିରତା କାରଣରୁ ଭାରତୀୟ ବଜାରରେ ମଧ୍ୟ ଏହି ଅସ୍ଥିରତା ଦେଖିବାକୁ ମିଳୁଛି। ଅନ୍ତର୍ଜାତୀୟ ବଜାରରେ ସୁନା ଦର ଖସୁଥିଲେ ମଧ୍ୟ ଭାରତୀୟ ବଜାରରେ କୋରୋନା ପ୍ରଭାବରେ ସୁନା ଦର ବଢିଥିବା ଦେଖିବାକୁ ମିଳିଛି। ବୁଧବାର ସୁନା ଦଶ ଗ୍ରାମ ପିଛା ୨୯୨ ଟଙ୍କା ବୃଦ୍ଧି ପାଇଛି।  

ଏହି ଦର ବୃଦ୍ଧି ପାଇବା ପରେ ସୁନା ଦଶ ଗ୍ରାମ ପିଛା ବର୍ତ୍ତମାନ ୪୧୬୭୧ ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି।   ସେହିପରି ଆସନ୍ତା ଏପ୍ରିଲ ମାସ ସୁନା ଡେଲିଭରି ପାଇଁ ମଧ୍ୟ ୨୯୨ ଟଙ୍କା ସହିତ ୦. ୭୧ ପ୍ରତିଶତ ବୃଦ୍ଧି ପାଇ ସୁନା ଦର ୪୧୬୭୧ ଟଙ୍କା ରହିଛି।  

ସେହିପରି ୨୪ କ୍ୟାରେଟ ସୁନାରେ ଦଶ ଗ୍ରାମ ପିଛା ୧୯୦ ଟଙ୍କା ବୃଦ୍ଧି ପାଇଁ ୪୨୨୯୫ ଟଙ୍କା ରହିଛି। ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଏବଂ ଚାନ୍ଦିର ଦର ଦିନକୁ ଦିନ ଖସିବାରେ ଲାଗିଛି। ସୁନା ପ୍ରତି ଆଂସ ୧୬୦୦ ଡଲାରରେ ରହିଥିବା ବେଳେ ୧୨.୨୮ ଡଲାର ପ୍ରତି ଆଂସ କାରବାର ହେଉଛି। ଆମେରିକାରେ  କୋରୋନା ପାଇଁ ଆର୍ଥିକ ସହାୟତା ଘୋଷଣା ପରେ ସୁନାଦରରେ ଅସ୍ଥିରତା ପ୍ରକାଶ ପାଇଛି।