ରୁପା ମୂଲ୍ୟରେ ହ୍ରାସ, ଜାଣନ୍ତୁ କ'ଣ ରହିଛି ଆଜି ସୁନା ଦର
Advertisement

ରୁପା ମୂଲ୍ୟରେ ହ୍ରାସ, ଜାଣନ୍ତୁ କ'ଣ ରହିଛି ଆଜି ସୁନା ଦର

ମଙ୍ଗଳବାର ସୁନା ମୂଲ୍ୟ ୬ ଟଙ୍କା ବୃଦ୍ଧି ପାଇଛି । ଫଳରେ ୧୦ ଗ୍ରାମ ସୁନାର ଦର ୪୩,୪୩୬ ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷେ ସୋମବାର ସୁନା ମୂଲ୍ୟରେ ୫୬୦ ଟଙ୍କା ବୃଦ୍ଧି ପାଇଥିଲା । ଫଳରେ ୧୦ ଗ୍ରାମ ସୁନାର ମୂଲ୍ୟ ୪୩,୪୩୦ ଟଙ୍କାରେ ପହଞ୍ଚିଥିଲା ।

ରୁପା ମୂଲ୍ୟରେ ହ୍ରାସ, ଜାଣନ୍ତୁ କ'ଣ ରହିଛି ଆଜି ସୁନା ଦର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଦେଖିବାକୁ ମିଳୁଛି କୋରୋନା ଭାଇରସର ପ୍ରଭାବ । କୋରୋନା ଯୋଗୁଁ ମୂଲ୍ୟବାନ ଧାତୁର ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ଦେଖା ଦେଉଛି । ଏହାର ପ୍ରଭାବ ଭାରତର ଘରୋଇ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । HDFC ସିକ୍ୟୁରିଟି ଅନୁଯାୟୀ ମଙ୍ଗଳବାର ସୁନା ଦର ସାମାନ୍ୟ ବୃଦ୍ଧି ପାଇଛି । 

ମଙ୍ଗଳବାର ସୁନା ମୂଲ୍ୟ ୬ ଟଙ୍କା ବୃଦ୍ଧି ପାଇଛି । ଫଳରେ ୧୦ ଗ୍ରାମ ସୁନାର ଦର ୪୩,୪୩୬ ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷେ ସୋମବାର ସୁନା ମୂଲ୍ୟରେ ୫୬୦ ଟଙ୍କା ବୃଦ୍ଧି ପାଇଥିଲା । ଫଳରେ ୧୦ ଗ୍ରାମ ସୁନାର ମୂଲ୍ୟ ୪୩,୪୩୦ ଟଙ୍କାରେ ପହଞ୍ଚିଥିଲା ।

ଆଜି ରୁପା ମୂଲ୍ୟରେ ୫୮ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପାର ମୂଲ୍ୟ ୪୬,୫୪୨ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ସୋମବାର ରୁପା ମୂଲ୍ୟରେ  ହ୍ରାସ ଦେଖା ଦେଇଥିଲା । ସୋମବାର ରୁପା ମୂଲ୍ୟରେ ୯୦୦ ଟଙ୍କାର ବୃଦ୍ଧି ରେକର୍ଡ ହୋଇଥିଲା । ଫଳରେ ଗୋଟିଏ କିଲୋଗ୍ରାମ ରୁପାର ମୂଲ୍ୟ ୪୬,୬୦୦ ଟଙ୍କାକୁ ପହଞ୍ଚିଥିଲା ।

ଲଣ୍ଡନ ଏବଂ ନ୍ୟୁୟର୍କର ସୂଚନା ଅନୁଯାୟୀ, ସୋମବାର ଅନ୍ତର୍ଜାତୀୟ ବଜାରରେ ସୁନା ହାଜିରରେ ୨୨.୫୫ ଡଲାରର ବୃଦ୍ଧି ସହ ୧୬୦୮.୬୦ ଡଲାର ପ୍ରତି ଆଉନ୍ସ ପହଞ୍ଚିଥିଲା । ସେହିପରି ଆମେରିକାର ସୁନା ବାୟଦାରେ ୩୪.୪୦ ଡଲାରର ବୃଦ୍ଧି ହୋଇ ୧୫୯୮.୫୦ ଡଲାର ପ୍ରତି ଆଉନ୍ସକୁ ପହଞ୍ଚିଥିଲା । ରୁପା ମଧ୍ୟ ଗତି ହାସଲ କରି ୦.୨୮ ବୃଦ୍ଧି ହୋଇ ୧୬.୯୦ ଡଲାର ଆଉନ୍ସକୁ ପହଞ୍ଚିଥିଲା ।