ସୁନା-ରୁପା ଦରରେ ବଡ଼ ପରିବର୍ତ୍ତନ, ଜାଣି ନିଅନ୍ତୁ ଆଜିର ରେଟ୍

ସେହିପରି ରୁପା ଦରରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଛି । ଶୁକ୍ରବାର ରୁପା ଦରରେ ୧୦୮ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପାର ମୂଲ୍ୟ ବୃଦ୍ଧି ପାଇଁ ୪୫,୩୭୫ ଟଙ୍କାରେ ପହଞ୍ଚିଛି ।

ସୁନା-ରୁପା ଦରରେ ବଡ଼ ପରିବର୍ତ୍ତନ, ଜାଣି ନିଅନ୍ତୁ ଆଜିର ରେଟ୍
ସୁନା-ରୁପା ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ମୂଲ୍ୟବାନ ଧାତୁର ଦରରେ ପରିବର୍ତ୍ତନ ଦେଖା ଦେଇଛି । ଶୁକ୍ରବାର ସୁନା ଓ ରୁପା ଦରରେ ବୃଦ୍ଧି ରେକର୍ଡ କରାଯାଇଛି । ଦିଲ୍ଲୀର ସର୍ରାଫା ବଜାରରେ ୧୦ ସୁନାର ଦାମରେ ୧୪୩ ଟଙ୍କା ବୃଦ୍ଧି ପାଇଛି । ଫଳରେ ସୁନାର ମୂଲ୍ୟ ୩୮,୬୭୫ ଟଙ୍କାରେ ପହଞ୍ଚିଛି । ଗୁରୁବାର ସୁନା ଦରରେ ୩ ଟଙ୍କାର ହ୍ରାସ ଦେଖା ଦେଇଥିଲା । ଫଳରେ ୧୦ ଗ୍ରାମ ସୁନାର ଦାମ ୩୮,୫୩୫ ଟଙ୍କା ପହଞ୍ଚି ଥିଲା । ବୁଧବାର ଏହି ସୁନା ଦର ଦିଲ୍ଲୀରେ ୩୮,୩୮ ଟଙ୍କା ଥିଲା । ଅନ୍ୟପକ୍ଷେ ସୋମବାର ସୁନା ଦରରେ ୧୬୬ ଟଙ୍କାର ହ୍ରାସ ରେକର୍ଡ କରାଯାଇଥିଲା। ଫଳରେ ୧୦ ଗ୍ରାମ ସୁନାର ମୂଲ୍ୟ ୩୮୬୦୪ ଟଙ୍କାରେ ପହଞ୍ଚିଥିଲା । ଗତ ଶନିବାର ୧୦ ଗ୍ରାମ ସୁନାର ମୂଲ୍ୟ ୩୮୭୭୦ ଟଙ୍କାରେ ବନ୍ଦ ହୋଇଥିଲା । 

ସେହିପରି ରୁପା ଦରରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଛି । ଶୁକ୍ରବାର ରୁପା ଦରରେ ୧୦୮ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପାର ମୂଲ୍ୟ ବୃଦ୍ଧି ପାଇଁ ୪୫,୩୭୫ ଟଙ୍କାରେ ପହଞ୍ଚିଛି । ଏଚଡିଏଫସି ସିକ୍ୟୁରିଟିଜ ଅନୁସାରେ ରୁପା ଦରରେ ବୃଦ୍ଧି ରେକର୍ଡ କରାଯାଇଛି । ଏହା ୧୦୮ ଟଙ୍କାର ବୃଦ୍ଧି ଘଟି ୪୫,୩୭୫ ଟଙ୍କାରେ ପହଞ୍ଚିଛି । 

ସୁନା ପରି ରୁପା ଦରରେ ଗୁରୁବାର ହ୍ରାସ ଦେଖା ଦେଇଥିଲା । ଗୁରୁବାର ରୁପା ଦରେ ୯୧ ଟଙ୍କାର ହ୍ରାସ ରେକର୍ଡ କରାଯାଇଥିଲା । ଫଳରେ ଗୋଟିଏ କିଲୋଗ୍ରାମ ରୁପାର ଦାମ ୪୫,୨୯୩ ଟଙ୍କାରେ ପହଞ୍ଚି ଥିଲା । ସେହିପରି ବୁଧବାର ରୁପା ଦାମରେ ସାମାନ୍ୟ ବୃଦ୍ଧି ଦେଖା ଦେଇଛି । ରୁପା ଦାମରେ ୧୪୭ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି । ଫଳରେ ଏକ କିଲୋଗ୍ରାମ ରୁପା ଦାମ ୪୫,୩୮୪ ଟଙ୍କାରେ ବନ୍ଦ ହୋଇଥିଲା । 

ମଙ୍ଗଳବାର ରୁପା ଦାମରେ ୩୯ ଟଙ୍କାର ହ୍ରାସ ଦେଖା ଦେଇଥିଲା । ଫଳରେ ଗୋଟିଏ କିଲୋଗ୍ରାମ ରୁପାର ଦାମ ୪୫,୧୬୧ ଟଙ୍କାରେ ବନ୍ଦ ହୋଇଥିଲା । ସୋମବାର ରୁପା ମୂଲ୍ୟରେ ୪୦୨ ଟଙ୍କାର ହ୍ରାସ ଦେଖା ଦେଇଥିଲା । ଫଳରେ ଗୋଟିଏ କିଲୋଗ୍ରାମ ରୁପାର ଦର ୪୫,୧୭୮ ଟଙ୍କାରେ ପହଞ୍ଚିଥିଲା ।