୨୦୧୬ ପରେ ନଭେମ୍ୱରରେ ସୁନା ଦରରେ ବଡ଼ ହ୍ରାସ, ଜାଣନ୍ତୁ କ'ଣ ରହିଯାଇଛି ୧୦ ଗ୍ରାମର ରେଟ୍

ଶୁକ୍ରବାର ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଦେଖା ଦେଇଥିଲା । MCX ଉପରେ ସୁନା ୩୦୮ ଟଙ୍କା ବୃଦ୍ଧି ପାଇଥିଲା । ଫଳରେ ୧୦ ଗ୍ରାମ ସୁନାର ମୂଲ୍ୟ ୩୮୦୩୧ ଟଙ୍କାରେ ପହଞ୍ଚି ଯାଇଛି ।

୨୦୧୬ ପରେ ନଭେମ୍ୱରରେ ସୁନା ଦରରେ ବଡ଼ ହ୍ରାସ, ଜାଣନ୍ତୁ କ'ଣ ରହିଯାଇଛି ୧୦ ଗ୍ରାମର ରେଟ୍

ନୂଆଦିଲ୍ଲୀ:  ୨୦୧୬ ପରେ ଚଳିତ ବର୍ଷ ନଭେମ୍ୱରରେ ସୁନା ଦରରେ ସର୍ବାଧିକ ହ୍ରାସ ରେକର୍ଡ କରାଯାଇଛି । କେବଳ ନଭେମ୍ୱର ମାସରେ ସୁନା ଦରରେ ୩.୫ ପ୍ରତିଶତ ହ୍ରାସ ଦେଖା ଦେଇଛି । ବଜାର ଉପରେ ନଜର ରଖୁଥିବା ବିଶେଷଜ୍ଞଙ୍କ ମତରେ ଏବେ ସୁନାରେ ନିବେଶ କରିବାର ସବୁଠାରୁ ଭଲ ସମୟ । ୨୦୨୦ରେ ସୁନା ନିବେଶ ଉପରେ ଭଲ ରିଟର୍ଣ୍ଣ ମିଳି ପାରେ । ବିଶେଷଜ୍ଞଙ୍କ କହିବାନୁସାରେ, ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧକୁ ନେଇ ଜାରି ରହିଥିବା ଆଲୋଚନା ଏକ ଗମ୍ଭୀର ବିଷୟ ।

ଶୁକ୍ରବାର ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଦେଖା ଦେଇଥିଲା । MCX ଉପରେ ସୁନା ୩୦୮ ଟଙ୍କା ବୃଦ୍ଧି ପାଇଥିଲା । ଫଳରେ ୧୦ ଗ୍ରାମ ସୁନାର ମୂଲ୍ୟ ୩୮୦୩୧ ଟଙ୍କାରେ ପହଞ୍ଚି ଯାଇଛି । ସେହିପରି ରୁପାରେ ୩୪୭ ଟଙ୍କାର ବୃଦ୍ଧି ଦେଖା ଦେଇଥିଲା । ଫଳରେ ୧ କିଲୋଗ୍ରାମ ରୁପାର ଦାମ ୪୪,୫୦୬ ଟଙ୍କାରେ ପହଞ୍ଚି ଥିଲା ।

ସୁନା ଦାମରେ ସେପ୍ଟେମ୍ୱରରୁ ବର୍ତ୍ତମାନ ଯାଏ ଲଗାତର ହ୍ରାସ ରେକର୍ଡ କରାଯାଇଛି । ବିଶେଷଜ୍ଞଙ୍କ କହିବା ଅନୁସାରେ, ସୁନା ଦରରେ ଆହୁରି ହ୍ରାସ ରେକର୍ଡ କରାଯାଇ ପାରେ । କିନ୍ତୁ ହ୍ରାସର ସ୍ତର କେତେ ହେବ, ତାହା ଏଯାଏ କହି ପାରି ନାହାନ୍ତି । ଏପରି ପରିସ୍ଥିତିରେ ସୁନାରେ ନିବେଶ କରିବାର ଭଲ ସୁଯୋଗ ରହିଛି ।