ସୁନା-ରୁପା ଦରରେ ଆସିଛି ପରିବର୍ତ୍ତନ, ଜାଣି ନିଅନ୍ତୁ କ'ଣ ରହିଛି ଆଜି ରେଟ୍

ବଜାର ବିଶେଷଜ୍ଞଙ୍କ ମତରେ ଟଙ୍କା ମଜଭୁତ ହେବାରୁ ସୁନା ଦରରେ ବୃଦ୍ଧି ଦେଖା ଦେଇଛି । ଏହାସହ ଆମେରିକା ଓ ଚୀନ ମଧ୍ୟରେ ଜାରି ବାଣିଜ୍ୟିକ ଯୁଦ୍ଧକୁ ନେଇ ବଜାରରେ ଅନିଶ୍ଚିତତା ଲାଗି ରହିଛି । ଏଥିପାଇଁ ମଙ୍ଗଳବାର ସକାଳେ ଦୁନିଆରେ ସୁନା ଦରରେ ବୃଦ୍ଧି ଆସିଛି ।

ସୁନା-ରୁପା ଦରରେ ଆସିଛି ପରିବର୍ତ୍ତନ, ଜାଣି ନିଅନ୍ତୁ କ'ଣ ରହିଛି ଆଜି ରେଟ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ସୁନା ଦରରେ ବୃଦ୍ଧି ରେକର୍ଡ କରାଯାଇଛି । ଯାହା ଫଳରେ ଘରୋଇ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ଦେଖା ଦେଇଛି । ମଙ୍ଗଳବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ମୂଲ୍ୟରେ ୮୦ ଟଙ୍କାର ବୃଦ୍ଧି ଆସିଛି । ସେହିପରି ଘରୋଇ ବଜାରରେ ରୁପା ଚାହିଦା ବୃଦ୍ଧି ଦେଖା ଦେବାରୁ ଏହାର ମୂଲ୍ୟରେ ବୃଦ୍ଧି ଘଟିଛି । ଏକ କିଲୋଗ୍ରାମ ରୁପାର ମୂଲ୍ୟରେ ୧୦୧ ଟଙ୍କାରେ ବୃଦ୍ଧି ରେକର୍ଡ କରାଯାଇଛି । 

ବଜାର ବିଶେଷଜ୍ଞଙ୍କ ମତରେ ଟଙ୍କା ମଜଭୁତ ହେବାରୁ ସୁନା ଦରରେ ବୃଦ୍ଧି ଦେଖା ଦେଇଛି । ଏହାସହ ଆମେରିକା ଓ ଚୀନ ମଧ୍ୟରେ ଜାରି ବାଣିଜ୍ୟିକ ଯୁଦ୍ଧକୁ ନେଇ ବଜାରରେ ଅନିଶ୍ଚିତତା ଲାଗି ରହିଛି । ଏଥିପାଇଁ ମଙ୍ଗଳବାର ସକାଳେ ଦୁନିଆରେ ସୁନା ଦରରେ ବୃଦ୍ଧି ଆସିଛି । ମଙ୍ଗଳବାର ୧୦ ଗ୍ରାମ ସୁନାର ମୂଲ୍ୟ ୩୮,୭୮୯ ଟଙ୍କାରେ ପହଞ୍ଚି ଯାଇଛି । ଏହା ପୂର୍ବରୁ ସୋମବାର ୧୦ ଗ୍ରାମ ସୁନା ମୂଲ୍ୟରେ ୩୮,୮୭୯ ଟଙ୍କାରୁ ହ୍ରାସ ଘଟି ୩୮,୭୧୮ ଟଙ୍କାରେ ପହଞ୍ଚି ଯାଇଥିଲା ।

ମଙ୍ଗଳବାର ସକାଳେ ଅନ୍ତର୍ଜାତୀୟ ବଜାରରେ ସୁନା ୧,୪୬୩ ଡଲାର ଆଉନ୍ସ ରହିଥିଲା । ସେହିପରି ରୁପା ୧୬.୯୧ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି । ମଙ୍ଗଳବାର ରୁପା ଦରରେ ୧୦୧ ଟଙ୍କାର ବୃଦ୍ଧି ହେତୁ ଏକ କିଲୋଗ୍ରାମ ରୁପାର ଦର ୪୫,୮୨୬ ଟଙ୍କାରେ ପହଞ୍ଚିଛି । ଉଦ୍ୟୋଗିକ ଓ ସିକ୍କା ବ୍ୟବସାୟୀରେ କ୍ରୟ ବୃଦ୍ଧି ଯୋଗୁଁ ରୁପା ଦରରେ ବୃଦ୍ଧି ରେକର୍ଡ କରାଯାଇଛି ।