ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର

ଭାରତୀୟ ରେଳବାଇର ଏଭଳି ପଦକ୍ଷେପ କାର୍ଯ୍ୟକାରୀ ହେଲେ ସିଟ୍ ନମ୍ବର ସହ ଯାତ୍ରୀଙ୍କ  ଫଟୋ ନିଜ ନିଜ ହ୍ୱାଟ୍ସଆପ୍ ନମ୍ବରକୁ ଚାଲିଯିବ । ସିଟକୁ ନେଇ ଥିବା ଟେନସନ ଖୁବଶୀଘ୍ର ଦୂର ହେବ ବୋଲି ଲକ୍ଷ୍ୟ ରଖିଛି ରେଳ ବିଭାଗ । 

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର

ଦେବେଶ ନାହକ, ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ସାଧାରଣ ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମିଳିବ କନଫର୍ମ ଟିକେଟ୍ । ଷ୍ଟେସନରେ ଦିନକୁ ଦିନ ଯାତ୍ରୀଙ୍କ ଭିଡ଼କୁ ନଜରରେ ରଖି ଏଭଳି ପଦକ୍ଷେପ ନେଇଛି ଭାରତୀୟ ରେଳ ବିଭାଗ । ଟ୍ରେନ୍ ଛାଡ଼ିବାର ବହୁ ପୂର୍ବରୁ ପ୍ଲାଟଫର୍ମରେ ଅପେକ୍ଷା କରିଥାନ୍ତା ଶହଶହ ଯାତ୍ରୀ । ଦୀର୍ଘ ସମୟ ଯାଏ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୁଅନ୍ତି ।

ଭାରତୀୟ ରେଳବାଇର ଏଭଳି ପଦକ୍ଷେପ କାର୍ଯ୍ୟକାରୀ ହେଲେ ସିଟ୍ ନମ୍ବର ସହ ଯାତ୍ରୀଙ୍କ  ଫଟୋ ନିଜ ନିଜ ହ୍ୱାଟ୍ସଆପ୍ ନମ୍ବରକୁ ଚାଲିଯିବ । ସିଟକୁ ନେଇ ଥିବା ଟେନସନ ଖୁବଶୀଘ୍ର ଦୂର ହେବ ବୋଲି ଲକ୍ଷ୍ୟ ରଖିଛି ରେଳ ବିଭାଗ । ଏଭଳି ବ୍ୟବସ୍ଥା ଦ୍ୱାରା ଯାତ୍ରୀଙ୍କ ଆଉ ହଟହଟା ହେବାକୁ ପଡ଼ିବନି । ତେବେ, ଯୋଜନା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ପୂର୍ବରୁ ପୂର୍ବ-ମଧ୍ୟ ରେଳବାଇର ଦାନାପୁର ମଣ୍ଡଳରେ ଏହାକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି । କିଛି ଦିନ ପରେ ଏହାକୁ ସାରା ଦେଶରେ କାର୍ଯ୍ୟକାରୀ କରିବା ନେଇ କହିଛି ଭାରତୀୟ ରେଳ ବିଭାଗ । 

ଯୋଜନା ଅନୁଯାୟୀ ଅଣସଂରକ୍ଷିତ ବଗିରେ ଏଥର କନଫର୍ମ ସିଟ୍ ପାଇପାରିବେ ରେଳଯାତ୍ରୀ ।  ପାସ୍ ଫର୍ ଅନରିଜର୍ଭଡ ବୋର୍ଡ ନାଁରେ ଥିବା କାଉଣ୍ଟରରୁ ଏହି ଟିକେଟ୍ ପାଇବେ ଯାତ୍ରୀ ।  ନିଜର ପରିଚୟ ପତ୍ର ଦେଖାଇବା ପରେ ଏକ ଫଟୋ ଉଠାଯିବ । ଏହାପରେ ଆପଣ ପାଇବେ ଆପଣଙ୍କ ଟିକେଟ୍ । ଏହାପରେ ଯାତ୍ରୀଙ୍କ ହ୍ୱାଟ୍ସଆପ୍ ନମ୍ବରରେ ଡିଜିଟାଲ୍ ଟିକେଟ୍ ପଠାଇବ ରେଳ ବିଭାଗ । ଏଥିରେ ଫଟୋ ସହ ଆପଣଙ୍କ ବଗି ଏବଂ ସିଟ୍ ନମ୍ବର ପାଇପାରିବେ ଯାତ୍ରୀ । ତେଣୁ ଯାତ୍ରୀଙ୍କୁ ଆଉ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।