Advertisement
Article Detail0/zeeodisha/odisha662020
Zee OdishaOther Newsଓଡ଼ିଶାରେ କୋରୋନାକୁ ନେଇ ଭଲ ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ୨ୟ କୋରନା ପଜିଟିଭ

ଓଡ଼ିଶାରେ କୋରୋନାକୁ ନେଇ ଭଲ ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ୨ୟ କୋରନା ପଜିଟିଭ

  • ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ସାରା ଦେଶରେ କୋରୋନାକୁ ନେଇ ଗମ୍ଭୀର ଚିତ୍ର ସାମ୍ନାକୁ ଆସୁଥିବାବେଳେ ଓଡ଼ିଶାରୁ ମିଳିଛି ଭଲ ଖବର । ଓଡ଼ିଶାରେ ଚିହ୍ନଟ ହୋଇଥିବା ଦ୍ୱିତୀୟ କୋରୋନା ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଲଗାତାର ଭାବେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଆଜି କରାଯାଇଥିବା ଟେଷ୍ଟରେ COVID19 ନେଗେଟିଭ ଆସିଥିଲା । ବ୍ୟକ୍ତି ଜଣଙ୍କ ଘର ଭୁବନେଶ୍ୱରରେ । ସେ ୟୁକେରୁ ଭୁବନେଶ୍ୱର ଫେରିବା ପରେ ଗତ ୧୯ ତାରିଖ ଦିନ ତାଙ୍କର ନମୁନା ପଜିଟିଭ ମିଳିଥିଲା । 
  • ତାଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ହୋଇଯାଇଥିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଯ୍ୟ କରାଯାଇଛି । ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ସେ ୧୩ ଦିନରେ ସୁସ୍ଥ ହୋଇ ଘରକୁ ଫେରି ଆସିଛନ୍ତି । ଏହି ଖବର ସମସ୍ତ ଓଡ଼ିଶାବାସୀକୁ କୋରୋନାରୁ ଟିକେ ଆଶ୍ୱସ୍ତି ଦେଇଛି । ସେପଟେ ସାରା ଦେଶର ଚିତ୍ର ଦେଖିଲେ ଦେଶରେ ବର୍ତ୍ତମାନ ସୁଦ୍ଧା ୧୩୨ ଜଣ ଭଲ ହୋଇ ଘରକୁ ଫେରିଛନ୍ତି । ଆଉ ବର୍ତ୍ତକମାନ ଭାରତରେ ପୀଡିତଙ୍କ ସଂଖ୍ୟା ୧୬୦୦ ପାର କରିଛି ।
  • ଓଡ଼ିଶାରେ ଏଯାବତ ୪ ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨ୟ  ପଜିଟିଭ ସୁସ୍ଥ ହେବା ପରେ ପଜିଟିଭ ସଂଖ୍ୟା ରାଜ୍ୟରେ ତିନି କୁ ହ୍ରାସ ପାଇଛି ।

Trending Photos

ଓଡ଼ିଶାରେ କୋରୋନାକୁ ନେଇ ଭଲ ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ୨ୟ କୋରନା ପଜିଟିଭ
Add Zee News as a Preferred Source
About the Author