ସ୍ମାର୍ଟଫୋନ ନିଶାରୁ ମୁକ୍ତି ଦେବ ପେପର ଫୋନ
Advertisement

ସ୍ମାର୍ଟଫୋନ ନିଶାରୁ ମୁକ୍ତି ଦେବ ପେପର ଫୋନ

ବର୍ତ୍ତମାନ ସମୟ ହେଉଛି ସ୍ମାର୍ଟ ଟେକ୍ନୋଲୋଜର ଯୁଗ । ଲୋକେ ସ୍ମାର୍ଟଫୋନ ଠାରୁ ଆରମ୍ଭ କରି ସ୍ମାର୍ଟ ଟିଭିର ଉପଯୋଗ କରୁଛନ୍ତି । ଅନ୍ୟପକ୍ଷେ ଏହାର ପ୍ରଭାବ ଆମ ଉପରେ ଦିନକୁ ଦିନ ବଢି ଚାଲିଛି । ସ୍ମାର୍ଟଫୋନର ପ୍ରଭାବ ଆମ ଉପରେ ଏତେ ପରିମାଣରେ ପଡିଛି ଯେ, ଆମେ ଚାହିଁଲେ ମଧ୍ୟ ଏହି ନିଶାରୁ ବାହାରି ପାରିବୁ ନାହିଁ । ବିନା ସ୍ମାର୍ଟଫୋନରେ ଲୋକେ ମୁହୂର୍ତ୍ତ ମଧ୍ୟ ରହି ପାରୁ ନାହନ୍ତି । ବର୍ତ୍ତମାନର ସମୟରେ ଲୋକ ନିଜର ଅଧିକାଂଶ ସମୟ ସ୍ମାର୍ଟଫୋନ ସହ ବିତାଉଛନ୍ତି । 

ପେପର ଫୋନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟ ହେଉଛି ସ୍ମାର୍ଟ ଟେକ୍ନୋଲୋଜର ଯୁଗ । ଲୋକେ ସ୍ମାର୍ଟଫୋନ ଠାରୁ ଆରମ୍ଭ କରି ସ୍ମାର୍ଟ ଟିଭିର ଉପଯୋଗ କରୁଛନ୍ତି । ଅନ୍ୟପକ୍ଷେ ଏହାର ପ୍ରଭାବ ଆମ ଉପରେ ଦିନକୁ ଦିନ ବଢି ଚାଲିଛି । ସ୍ମାର୍ଟଫୋନର ପ୍ରଭାବ ଆମ ଉପରେ ଏତେ ପରିମାଣରେ ପଡିଛି ଯେ, ଆମେ ଚାହିଁଲେ ମଧ୍ୟ ଏହି ନିଶାରୁ ବାହାରି ପାରିବୁ ନାହିଁ । ବିନା ସ୍ମାର୍ଟଫୋନରେ ଲୋକେ ମୁହୂର୍ତ୍ତ ମଧ୍ୟ ରହି ପାରୁ ନାହନ୍ତି । ବର୍ତ୍ତମାନର ସମୟରେ ଲୋକ ନିଜର ଅଧିକାଂଶ ସମୟ ସ୍ମାର୍ଟଫୋନ ସହ ବିତାଉଛନ୍ତି । 

ଅନ୍ୟପକ୍ଷେ ଏହି ସ୍ମାର୍ଟଫୋନ ନିଶାରୁ ମୁକ୍ତି ପାଇବା ପାଇଁ ଗୁଗୁଲ ଏକ ନୂଆ ଫୋନ ଲଞ୍ଚ କରିଛି । ଏହି ଫୋନ ଲୋକଙ୍କୁ ସ୍ମାର୍ଟଫୋନ ବ୍ୟବହାର କମ କରିବାକୁ ସାହାଯ୍ୟ କରିବ । ଏହି ଫୋନ ଆପଣଙ୍କୁ Pixel'esque ସେଲ୍ଫି ନେବାର ଅନୁମତି ଦେଇ ନଥାଏ ।ଏହା ବ୍ୟତୀତ ଏହି ଫୋନ ଆପଣଙ୍କୁ କଲ୍ କରିବାର ଅନୁମତି ମଧ୍ୟ ଦେବ ନାହିଁ । ବାସ୍ତବରେ ଏଥିରେ କିଛି ନାହିଁ ।

ଗୁଗୁଲ ଦ୍ୱାରା ନୂଆ ଲଞ୍ଚ କରାଯାଇଥିବା ଏହି ଫୋନ ହେଉଛି ଏକ ପ୍ରିଣ୍ଟେବଲ ପେପର ଫୋନ । ଯାହା ଆପଣଙ୍କୁ ନିଜ ଡିଜିଟାଲ ଦୁନିଆରୁ ଆରାମ ପ୍ରଦାନ କରିବାରେ ସାହାଯ୍ୟ କରିବ । ଗୁଗୁଲ ନିଜ ପ୍ରଥମ ଡିଜିଟାଲ ବେଲବିଇଙ୍ଗ ଅନ୍ତର୍ଗତ ପେପର ଫୋନ ନାମକ ଏକ ଆପଲିକେଶନ ଲଞ୍ଚ କରିଛି । ଯାହାର ଉଦ୍ଦେଶ୍ୟ ଉପଯୋଗକର୍ତ୍ତାଙ୍କୁ ସ୍ମାର୍ଟଫୋନର ନିଶାକୁ କମ କରିବାରେ ସାହାଯ୍ୟ କରିବ ।

ଗୁଗୁଲ ପେପର ଫୋନ ଆପଣଙ୍କୁ ସେହି ଦିନର ଗୁରୁତ୍ୱପୂର୍ଣ୍ଣ ସୂଚନାଗୁଡିକୁ ଏକ ବ୍ୟକ୍ତିଗତ ପୁସ୍ତିକାରେ ଛପା ଯାଇ ଡିଜିଟାଲ ଡେଟାକ୍ସ ନେବାରେ ସାହାଯ୍ୟ କରିଥାଏ । ଆପଣଙ୍କୁ ନିଜ ମନ ପସନ୍ଦର ମାନଚିତ୍ର ଓ ବୈଠକରେ କଣ ସାମିଲ କରିବେ, ପେପର ଫୋନ ତାହାର ଅନୁମତି ଦେଇଥାଏ । ପରେ ଏହାକୁ ସିଧା କାଗଜର ସିଟରେ ପ୍ରିଣ୍ଟ କରାଯାଇ ହେବ । ଏହାର ଉଦ୍ଦେଶ୍ୟ ଆପଣ ନିଜର ଆବଶ୍ୟକୀୟ ବସ୍ତୁର ପ୍ରିଣ୍ଟ ଆଉଟ ନେଇ ନିଜ ବ୍ୟକ୍ତିଗତ ବୁକଲେଟରେ ସାମିଲ କରନ୍ତୁ । ଆପଣଙ୍କୁ ଏଠାରେ କହି ରଖିଛୁ ଯେ, ଗୋଟିଏ ଦିନରେ ଗୋଟିଏ ପେପର ପ୍ରିଣ୍ଟ କରିବାରୁ ଏକ ବର୍ଷରେ ୧୦ ଗ୍ରାମ କାର୍ବନ ଡାଇଅକ୍ସାଇଡ ଉତ୍ପନ ହୋଇଥାଏ । ଅନ୍ୟପକ୍ଷେ ନିଜ ଫୋନରେ ଗୋଟିଏ ଦିନରେ ପ୍ରତି ଘଣ୍ଟାରେ ବ୍ୟବହାର ଉପରେ ବର୍ଷକୁ ୧.୨୫ ଟନ କାର୍ବନ ଡାଇଅକ୍ସାଇଡ ଉତ୍ପନ କରିଥାଏ ।