ଏହି କାମ ପାଇଁ ଗୁଗଲ ଦେଉଛି ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା
Advertisement

ଏହି କାମ ପାଇଁ ଗୁଗଲ ଦେଉଛି ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏମ ଚିପ୍ ଗତ ବର୍ଷ ଲଞ୍ଚ ହୋଇଥିବା ଗୁଗଲ ପିକ୍ସେଲ 3 ଓ ପିକ୍ସେଲ 4ରେ ଲଗା ଯାଇଥିଲା । ଏହା ଏକ ଅଲଗା ପ୍ରକାରର ଚିପ୍, ଯାହା ଫୋନର ସମ୍ୱେନଶୀଳ ଡାଟା ଓ ପ୍ରୋସେସ ପରି ଭେରିଫାଇଡ ବୁଟ, ଅନ ଡିଭାଇସ ଡିକ୍ସ ଏନକ୍ରିପ୍ଶନ, ଲୋକ ସ୍କ୍ରିନ ପ୍ରୋଟେକ୍ଶନ, ସିକ୍ୟୋର ଟ୍ରାଞ୍ଜେକ୍ଶନର ପରିଚାଳନାରେ ସାହାଯ୍ୟ କରିଥାଏ । 

ଏହି କାମ ପାଇଁ ଗୁଗଲ ଦେଉଛି ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା

ନୂଆଦିଲ୍ଲୀ: ଏଣ୍ଡ୍ରଏଡ ବଗ ବାଉଣ୍ଟି ରିୱାର୍ଡ(Android Bug Bounty Reward)ର ଘୋଷଣା କରିଛି ଗୁଗଲ । ଏହା ଅନ୍ତର୍ଗତ ଯଦି କେହି ପିକ୍ସେଲ ସିରିଜ ଫୋନରୁ ବଗ ଖୋଜି ପାରିବେ, ତାହାକୁ ଗୁଗୁଲ ୧୦ ଲକ୍ଷ ଡଲାରର ପୁରୁସ୍କାର ପ୍ରଦାନ କରିବ । ଏହା ବ୍ୟତୀତ ଏଣ୍ଡ୍ରଏଡରେ କିଛି ଖାସ୍ ପ୍ରିଭ୍ୟୁ ବର୍ଭଜରେ କୌଣସି କମି ଖୋଜିବାରୁ ଗବେଷକଙ୍କୁ ମଧ୍ୟ ୫୦ ପ୍ରତିଶତ ଅତିରିକ୍ତ ବୋନସ ପ୍ରଦାନ କରିବ କମ୍ପାନୀ । ଦୁଇଟି ରାଶିକୁ ମିଶାଇ ଦେଲେ ଏହା ମୋଟ ୧୫ ଲକ୍ଷ ଡଲାର ଅର୍ଥାତ ୧୦ କୋଟି ୭୫ ଲକ୍ଷ ଟଙ୍କା ହୋଇଯିବ । ଏହି ପୁରସ୍କାର ପିକ୍ସେଲ ଡିଭାଇସର M Chipକୁ ହ୍ୟାକ କରି ପାରୁଥିବା ବ୍ୟକ୍ତିଙ୍କୁ ଦିଆଯିବ । 

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏମ ଚିପ୍ ଗତ ବର୍ଷ ଲଞ୍ଚ ହୋଇଥିବା ଗୁଗଲ ପିକ୍ସେଲ 3 ଓ ପିକ୍ସେଲ 4ରେ ଲଗା ଯାଇଥିଲା । ଏହା ଏକ ଅଲଗା ପ୍ରକାରର ଚିପ୍, ଯାହା ଫୋନର ସମ୍ୱେନଶୀଳ ଡାଟା ଓ ପ୍ରୋସେସ ପରି ଭେରିଫାଇଡ ବୁଟ, ଅନ ଡିଭାଇସ ଡିକ୍ସ ଏନକ୍ରିପ୍ଶନ, ଲୋକ ସ୍କ୍ରିନ ପ୍ରୋଟେକ୍ଶନ, ସିକ୍ୟୋର ଟ୍ରାଞ୍ଜେକ୍ଶନର ପରିଚାଳନାରେ ସାହାଯ୍ୟ କରିଥାଏ । ଗୁଗଲ ଏହା ଉପରେ କହିଛି ଯେ ଏହି ପୁରସ୍କାର ଏଥିପାଇଁ ଦିଆଯାଉଛି ଯେ ଗବେଷକମାନେ ଏହାର କମି ବାହାର କରନ୍ତୁ ଓ ଏହା ଦ୍ୱାରା ଆମେ ୟୁଜର୍ସଙ୍କ ଅଧିକ ଭଲ ସର୍ଭିସ ଦେଇପାରିବୁ ।

ଆପଣଙ୍କୁ କହି ଜଣାଇ ଦେଉଛୁ ଯେ ଆପଲର ଆଇଫୋନ ସିକ୍ୟୋର ଏଲିମେଣ୍ଟ ପରି Titan Chip ଏକ ସିକ୍ୟୁରିଟି ଚିପ୍, ଯାହା ମୋବାଇଲ ଫୋନ ଅନ ହେବା ସହ ଏହା ଜାଣି ନିଏ ଯେ ହ୍ୟାକର ପିକ୍ସେଲ ଡିଭାଇସର କେଉଁ ମ୍ୟାଲୱେୟରକୁ ଲୋଡ କରୁଛନ୍ତି । ଯେତେବେଳେ ଗୁଗଲ ପ୍ରଥମ ଗବ ବାଉଣ୍ଟି  ପ୍ରୋଗ୍ରାମ ଏଣ୍ଡ୍ରଏଡ ପାଇଁ ଆରମ୍ଭ କରିଥିଲା, ସେତେବେଳେ ପୁରୁସ୍କାର ଭାବେ ୩୮ ହଜାର ଡଲାର ଦିଆଯାଇଥିଲା ।