ଏହି ଦେଶରେ ଏକା ସମୟରେ, ଗୋଟିଏ ପରିବାରରୁ ପିଏମ ଓ ରାଷ୍ଟ୍ରପତି ପଦରେ ୨ ସଦସ୍ୟ

ରାଜନୈତିକ ଇତିହାସରେ ଏହା ପ୍ରଥମ ଥର ନୁହଁ, ଏହା ପୂର୍ବରୁ ମଧ୍ୟ ଗୋଟିଏ ପରିବାରରୁ ୨ ଜଣ ସଦସ୍ୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପଦରେ ରହି ଆସିଛନ୍ତି । ଏହା ପୂର୍ବରୁ ଶ୍ରୀଲଙ୍କାରେ ଏପରି ହୋଇ ସାରିଛି । ଏହାପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଚନ୍ଦ୍ରିକା କୁମାରତୁଙ୍ଗା ନିଜ ମା ଓ ଶ୍ରୀଲଙ୍କାର ଦିଗଜ ନେତା ରହିଥିବା ସିରିମାଓ ଭଣ୍ଡାରନାୟକେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ ।  

ଏହି ଦେଶରେ ଏକା ସମୟରେ, ଗୋଟିଏ ପରିବାରରୁ ପିଏମ ଓ ରାଷ୍ଟ୍ରପତି ପଦରେ ୨ ସଦସ୍ୟ

କଲମ୍ୱୋ: ନିକଟ ଅତୀତରେ ହୋଇଥିବା ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନରେ ଗୋତବାୟା ରାଜପକ୍ଷେ ବିଜୟ ଲାଭ କରିଥିଲେ । ତାଙ୍କର ଏହି ବିଜୟ ସହ ଶ୍ରୀଲଙ୍କାର ରାଜନୀତିରେ ବିରାଟ ପରିବର୍ତ୍ତନ ଦେଖା ଦେଇଛି । ନବ ନିର୍ବାଚିତ ରାଷ୍ଟ୍ରପତି ଗୋତବାୟା ନିଜ ବଡ଼ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରାଇବାର ନିଷ୍ପତ୍ତି ନେଇଛନ୍ତି । ଶ୍ରୀଲଙ୍କାର ମିଡିଆ ରିପୋର୍ଟ ଅନୁସାରେ, ଗୋତବାୟାଙ୍କୁ ପିଏମ ପଦ ପାଇଁ ତାଙ୍କ ଭାଇଙ୍କ ନାଁର ପ୍ରସ୍ତାବ ଆସିଛି ।

ରାଜନୈତିକ ଇତିହାସରେ ଏହା ପ୍ରଥମ ଥର ନୁହଁ, ଏହା ପୂର୍ବରୁ ମଧ୍ୟ ଗୋଟିଏ ପରିବାରରୁ ୨ ଜଣ ସଦସ୍ୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପଦରେ ରହି ଆସିଛନ୍ତି । ଏହା ପୂର୍ବରୁ ଶ୍ରୀଲଙ୍କାରେ ଏପରି ହୋଇ ସାରିଛି । ଏହାପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଚନ୍ଦ୍ରିକା କୁମାରତୁଙ୍ଗା ନିଜ ମା ଓ ଶ୍ରୀଲଙ୍କାର ଦିଗଜ ନେତା ରହିଥିବା ସିରିମାଓ ଭଣ୍ଡାରନାୟକେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ ।

ଚନ୍ଦ୍ରିକା କୁମାରତୁଙ୍ଗା ୧୯୯୪ରୁ ୨୦୦୫ ଯାଏ ଶ୍ରୀଲଙ୍କାର ରାଷ୍ଟ୍ରପତି ରହିଥିଲେ । ସେହି ସମୟରେ ସିରିମାଓ ଭଣ୍ଡାରନାୟକେ ୧୯୯୪ରୁ ୨୦୦୦ ଯାଏ ଶ୍ରୀଲଙ୍କାର ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ରହିଥିଲେ । ଅନ୍ୟପକ୍ଷେ ଭଣ୍ଡାରନାୟକେ ଏହା ପୂର୍ବରୁ ୨ ଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରହି ସାରିଥିଲେ । ସେ ୧୯୬୦ରୁ ୧୯୬୫ ଯାଏ ଦ୍ୱିତୀୟ ଥର ୧୯୭୦ରୁ ୧୯୭୭ ଯାଏ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ ।

ଆପଣଙ୍କୁ ଜଣା ରଖୁଛୁ ଯେ ୨୦୦୫ରୁ ୨୦୧୫ ଯାଏ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ମହିନ୍ଦା ରାଜପକ୍ଷେ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି । ଏହି ସମୟରେ ତାଙ୍କ ସାନ ଭାଇ ଗୋତବାୟା ଶ୍ରୀଲଙ୍କାର ରକ୍ଷା ମନ୍ତ୍ରୀ ଥିଲେ । ପେଶାରେ ଓକିଲ ମହିନ୍ଦା ରାଜପକ୍ଷେ ପ୍ରଥମ ଥର ୧୯୭୦ରେ ଶ୍ରୀଲଙ୍କାର ସଂସଦରେ ନିର୍ବାଚିତ ହୋଇ ଆସିଥିଲେ । ସେତେବେଳେ ତାଙ୍କ ବୟସ ମାତ୍ର ୨୫ ବର୍ଷ ଥିଲା । ସେ ୨୦୦୪ରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ପରେ ଆଗାମୀ ବର୍ଷରେ ହିଁ ସେ ରାଷ୍ଟ୍ରପତି ହୋଇ ଯାଇଥିଲେ ।