ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ଶପଥ ନେଲେ ଗୋତବାୟା

ଶ୍ରୀଲଙ୍କାର ସପ୍ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଗୋତବାୟା ରାଜପକ୍ଷେ । ରବିବାର ପ୍ରକାଶ ପାଇଥିଲା ନିର୍ବାଚନ ଫଳାଫଳ । ନିର୍ବାଚନରେ ଗୋତବାୟା ସାଜିତ ପ୍ରେମଦାସଙ୍କୁ ୧୩ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟରେ ପରାଜିତ କରିଥିଲେ । ଶ୍ରୀଲଙ୍କାରେ ଗୃହ ଯୁଦ୍ଧ ଚାଲୁଥିବା ବେଳେ ଗୋତବାୟା ରକ୍ଷା ସଚିବ ଦାୟିତ୍ୱରେ ଥିଲେ ।  

ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ଶପଥ ନେଲେ ଗୋତବାୟା
ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ଶପଥ ନେଲେ ଗୋତବାୟା

କଲମ୍ୱୋ: ଶ୍ରୀଲଙ୍କାର ସପ୍ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଗୋତବାୟା ରାଜପକ୍ଷେ । ରବିବାର ପ୍ରକାଶ ପାଇଥିଲା ନିର୍ବାଚନ ଫଳାଫଳ । ନିର୍ବାଚନରେ ଗୋତବାୟା ସାଜିତ ପ୍ରେମଦାସଙ୍କୁ ୧୩ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟରେ ପରାଜିତ କରିଥିଲେ । ଶ୍ରୀଲଙ୍କାରେ ଗୃହ ଯୁଦ୍ଧ ଚାଲୁଥିବା ବେଳେ ଗୋତବାୟା ରକ୍ଷା ସଚିବ ଦାୟିତ୍ୱରେ ଥିଲେ ।  

ଗୋତବାୟା ରାଜପକ୍ଷେ ହେଉଛନ୍ତି ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କ ଛୋଟ । ମୁଖ୍ୟତଃ ଶ୍ରୀଲଙ୍କାର ରାଜନୀତି ଉପରେ ନଜର ରଖୁଥିବା ବିଶେଷଜ୍ଞ ମତରେ, ଗୋତବାୟାଙ୍କ ବିଜୟ ଚୀନ ପାଇଁ ଲାଭଦାୟକ ହେବ । କାରଣ ତାଙ୍କ ଭାଇ ମହିନ୍ଦା ରାଜପକ୍ଷେ କ୍ଷମତାରେ ରହିଥିବା ବେଳେ ଶ୍ରୀଲଙ୍କାରେ ଚୀନ ବହୁତ ନିବେଶ କରିଥିଲା । ମହିନ୍ଦା ୨୦୦୫ ଯାଏ ଶ୍ରୀଲଙ୍କାର କ୍ଷମତାରେ ରହିଥିଲେ ।

ଏତିକି ନୁହଁ ମହିନ୍ଦା ଚୀନରୁ ଆରବ ଡଲାରର ଋଣ ମଧ୍ୟ ନେଇଥିଲେ । ଏହାସହ କଲମ୍ୱୋ ବନ୍ଦରକୁ ଚୀନର ଯୁଦ୍ଧପୋତ ପାଇଁ ଖୋଲି ଦିଆଯାଇଥିଲା । ଏହା ସତ ଯେ କଲମ୍ୱୋ ବନ୍ଦରକୁ ବିକଶିତ କରିବା ପାଇଁ ଚୀନ ବଡ଼ ଭୂମିକା ନିର୍ବାହ କରିଛି । ଏହାସହ ଚୀନ ହନୱନଟୋଟାର ବିଶାଳ ବନ୍ଦରକୁ ବିକଶିତ କରିବା ପାଇଁ ପ୍ରମୁଖ ଭୂମିକା ନିର୍ବାହ କରିଛି । ଆଶା କରାଯାଉଛି ରାଜପକ୍ଷେ ଚୀନ ପ୍ରତି ସକାରାତ୍ମକ ଭାବ ରଖି ପାରେ ।

ଅନ୍ୟପକ୍ଷେ ଭାରତ ମଧ୍ୟ ଶ୍ରୀଲଙ୍କାର ନୂଆ ସରକାର ସହ ଭଲ ସମ୍ପର୍କ ରଖିବାକୁ ଚାହିଁବ । କାରଣ କଲମ୍ୱୋ ବନ୍ଦରରେ ଇଷ୍ଟନ କଣ୍ଟେନର ଟର୍ମିନାଲ ନିର୍ମାଣ କରିବା ପାଇଁ ଭାରତ ଏକ ଚୁକ୍ତି କରିଛି । ଭାରତ ବହୁ ସାମଗ୍ରୀ ଏହି କଲମ୍ୱୋ ବନ୍ଦର ଦେଇ ଆସିଥାଏ । ଏହି ପରିସ୍ଥିତିରେ ଶ୍ରୀଲଙ୍କାରେ କୌଣସି ସରକାର ରହୁ ନା କାହିଁକି ଭାରତ ତାହା ସହିତ ସମ୍ପର୍କ ଖରାପ କରିବାକୁ ଚାହିଁବ ନାହିଁ ।