close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ମାଲକାନଗିରି ଜିଲ୍ଲାରେ ସରକାରୀ ଯୋଜନା ବାଟବଣା

 ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ସରକାରୀ ଯୋଜନା ବାଟବଣା । ଜିଲ୍ଲାରେ ପୌରପାଳିକା ଥାଇ ବି ଜିଲ୍ଲାବାସୀ ଏହାର ସୁଫଳ ପାଉନାହାନ୍ତି । ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଣୟନ କରାଯାଇ ଥିବା ଆଇନ ଏଠାରେ କିଭଳି କାମ କରୁଛି ।  

ମାଲକାନଗିରି ଜିଲ୍ଲାରେ ସରକାରୀ ଯୋଜନା ବାଟବଣା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବେ ଯେତିକି ପରିଚିତ, ବିଚ୍ଛିନ୍ନାଞ୍ଚଳ ଭାବେ ସେତିକି ଜଣାଶୁଣା । ଗୋଟିଏ ପଟେ ମାଳ ମାଳ ଯୋଜନା କରାଯାଉଥିବାବେଳେ ଏଯାଏ ଲୋକଙ୍କ ପାଖରେ ପହଞ୍ଚି ପାରିନି । ଜିଲ୍ଲା ସଦର ମହୁକମାରେ ଥିବା ସମସ୍ତ ୱାର୍ଡରେ ପୌରପାଳିକା ପକ୍ଷରୁ ୱାର୍ଡ କାର୍ଯ୍ୟାଳୟ ପାଇଁ ସରକାର ନିୟମ ପ୍ରଣୟନ କରିଥିବା ବେଳେ ଏଠାରେ କିନ୍ତୁ ୱାର୍ଡ ଅଫିସ ତ ଦୂରର କଥା ପୌରପାଳିକା ନିଜର କାର୍ଯ୍ୟ ମଧ୍ୟ ସୂଚାରୁ ରୂପେ ତୁଲାଉ ନ ଥିବା ଅଭିଯୋଗ ହୋଇଛି । ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ସରକାରୀ ଯୋଜନା ବାଟବଣା । ଜିଲ୍ଲାରେ ପୌରପାଳିକା ଥାଇ ବି ଜିଲ୍ଲାବାସୀ ଏହାର ସୁଫଳ ପାଉନାହାନ୍ତି । ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଣୟନ କରାଯାଇ ଥିବା ଆଇନ ଏଠାରେ କିଭଳି କାମ କରୁଛି ।  

ସରକାରଙ୍କ  5-T ଯୋଜନା ଅନୁଯାୟୀ ପ୍ରତି ପୌର ପରିଷଦର ୱାର୍ଡ ଗୁଡିକରେ ୱାର୍ଡ ଅଫିସ କରିବାର ନିୟମ ରହିଛି । ହେଲେ ମାଲକାନଗିରିରେ ଏହାର ଚିହ୍ନବର୍ଣ୍ଣ ନାହିଁ ।  ସେପଟେ  ପୌର  କାର୍ଯ୍ୟାଳୟରେ  କର୍ମଚାରୀ ମାନଙ୍କ ଦେଖାଦର୍ଶନ ମିଳୁନି  କି କାର୍ଯ୍ୟାଳୟ ବୋଲି ଜାଣିବା ପାଇଁ ପୋଷ୍ଟର କିମ୍ବା କୌଣସି ଫଳକ ଦେଖିବାକୁ ବି ମିଳୁନି । 

ଇଏ ତ ଗଲା କର୍ମଚାରୀଙ୍କ ଅବହେଳା କଥା । ଏଠାରେ ପରିମଳ ବ୍ୟବସ୍ଥା ବି ସମ୍ପୂର୍ଣ୍ଣ ଠପ୍ । ଏହି କାର୍ଯ୍ୟାଳୟରେ ଭରି ରହିଛି କୁଢ଼କୁଢ଼ ଅଳିଆ ଆବର୍ଜନା । ଏଠାରେ  କୌଣସି  କାର୍ଯ୍ୟାଳୟ ରହିଥିବା ଲୋକେ ଜାଣି ନ ଥିବା ବେଳେ ସଫେଇ କାମରେ  ଅବହେଳା ହେଉଥିବା ଅଭିଯୋଗ କରିଛନ୍ତି ଲୋକେ । ଏବେ ଚାରିଆଡେ ସରକାରଙ୍କ 5-Tଯୋଜନା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏଠି  ସବୁ  ଯୋଜନା  ଫେଲ୍ ମାରିଛି ।  

ପ୍ରତି ୱାର୍ଡ ଗୁଡିକରେ ପୂର୍ବରୁ କୌଣସି ଆଖିଦୃଷ୍ଟିଆ କାର୍ଯ୍ୟକ୍ରମ ହେଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି । ପ୍ରତି ୱାର୍ଡରେ କାର୍ଯ୍ୟାଳୟ  ଖୋଲା ଗଲେ  ଲୋକେ  ତାଙ୍କ ସମସ୍ୟା ବିଷୟରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିପାରନ୍ତେ । ହେଲେ ଏଠି କାର୍ଯ୍ୟାଳୟ ଅବସ୍ଥା ତ ବିପର୍ଯ୍ୟସ୍ତ ହୋଇପଡିଛି । ଲୋକଙ୍କ ସମସ୍ୟା ବୁଝିବା ପାଇଁ ବେଳ କାହିଁ । ସେପଟେ ମାଲକାନଗିରି ପୌର ଅଧିକାରୀଙ୍କର ମଧ୍ୟ ଏନେଇ ନିଘା ନାହିଁ। ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଯେ ସେ ନିଜ ଦାୟିତ୍ୱ ପ୍ରତି କେତେ ଆଗ୍ରହି ।  

Tags: