close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆବାସ ଯୋଜନାରେ ଅନିୟମିତତା, ପ୍ରକୃତ ହିତାଧିକାରୀ ଯୋଜନାରୁ ବାଦ୍

ଆବାସ ଯୋଜନାରେ ଅନିୟମିତତା। ଯୋଗ୍ୟ ହିତାଧିକାରୀ ରାଜନୈତିକ ଷଡଯନ୍ତ୍ରର ଶିକାର। ବିଭାଗୀୟ ଅଧିକାରୀଙ୍କୁ ଲାଞ୍ଚ ନ ଦେଲେ ମିଳୁନି ଯୋଜନା। ପଞ୍ଚାୟତରେ  ଶତାଧିକ ଯୋଗ୍ୟ ହିତାଧିକାରୀଙ୍କ  କ୍ରମିକ ନମ୍ୱରକୁ  ବାଇପାସ କରାଯାଇଛି। ନକଲି ଜମିପଟ୍ଟା ଓ ନକଲି  ଦିବ୍ୟାଙ୍ଗ ପ୍ରମାଣ ପତ୍ର ଦେଇ  ଚାଳିଶରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଯୋଗ୍ୟ ହିତାଧିକାରୀଙ୍କ ଯୋଜନାକୁ ହଡପ କରିଥିବା ଯୋଗ୍ୟ ହିତାଧିକାରୀମାନେ  ଅଭିଯୋଗ କରିଛନ୍ତି।ଘଟଣାର  ଭିଜିଲାନ୍ସ ତଦନ୍ତ  ଦାବି।  

ଆବାସ ଯୋଜନାରେ ଅନିୟମିତତା, ପ୍ରକୃତ ହିତାଧିକାରୀ ଯୋଜନାରୁ ବାଦ୍

ବାଲେଶ୍ୱର: ସମଗ୍ର ଦେଶରେ ଗରିବଙ୍କ ମସିହା କୁହାଯାଉଥିବା ରାଜ୍ୟ ଓ କେନ୍ଦ୍ର ସରକାର, ହିତାଧିକାରୀଙ୍କୁ ବିକାଶର ଯୋଜନା ପରେ ଯୋଜନାର ସ୍ଵପ୍ନ ଦେଖାଇ ଚାଲିଛନ୍ତି। ବାସ୍ତବରେ  ଯୋଜନା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ  ଅପହଞ୍ଚ। ସେ ରାଜନୈତିକ  ଷଡଯନ୍ତ୍ର ହେଉ ବା ପ୍ରଶାନିକ ଅବହେଳା କିମ୍ବା ଅସାଧୁ  ଅଧିକାରୀଙ୍କ ଲାଞ୍ଚଖୋର ମନ ଭାବ, ଯୋଗ୍ୟ ହିତାଧିକାରୀ  ପାଖରେ  ବିକାଶ ଯୋଜନା ଅପହଞ୍ଚ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅଳାଡିହା ପଞ୍ଚାୟତରେ ଏପରି ଘଟଣା ଦେଖିବାକୁ ମିଳିଛି । 

ଓଡ଼ିଶା ସୀମାନ୍ତର ଏହି  ବ୍ଲକରେ  ସରକାରୀ ଆବାସ ଯୋଜନା ବଣ୍ଟନରେ ବହୁଥର  ଜିଲ୍ଲା ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। ମାତ୍ର  ବାସ୍ତବ କ୍ଷେତ୍ରରେ  ଏହି  ପୁରସ୍କାର କେବଳ କାଗଜ କଲମରେ  ସୀମିତ ରହିଛି। ଏହି ବ୍ଲକର  ଅଳାଡିହା ପଞ୍ଚାୟତରେ  ଆବାସ ଯୋଜନା ବଣ୍ଟନରେ ଘୋର ଅନିୟମିତତା ଓ ଅସାଧୁ  ଉପାୟ  ଅବଲମ୍ବନ ହୋଇଥିବା  ଜଣାପଡ଼ିଛି। ପଞ୍ଚାୟତରେ  ଶତାଧିକ ଯୋଗ୍ୟ ହିତାଧିକାରୀଙ୍କ  କ୍ରମିକ ନମ୍ୱରକୁ  ବାଇପାସ କରାଯାଇଛି। ନକଲି ଜମିପଟ୍ଟା ଓ ନକଲି  ଦିବ୍ୟାଙ୍ଗ ପ୍ରମାଣ ପତ୍ର ଦେଇ ଚାଳିଶରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଯୋଗ୍ୟ ହିତାଧିକାରୀଙ୍କ ଯୋଜନାକୁ ହଡପ କରିଥିବା ଯୋଗ୍ୟ ହିତାଧିକାରୀମାନେ  ଅଭିଯୋଗ କରିଛନ୍ତି। ଏସବୁ  ପାଇଁ  ସ୍ଥାନୀୟ ସରପଞ୍ଚ , GRS ଓ  ପଞ୍ଚାୟତ ଅଧିକାରୀଙ୍କ ବିରୋଧରେ  ଲାଞ୍ଚ ମାଗିଥିବା ଭଳି ସଙ୍ଗିନ ଅଭିଯୋଗ ମଧ୍ୟ  ବିଭାଗୀୟ  ଅଧିକାରୀଙ୍କ ପାଖରେ କରିଛନ୍ତି ପ୍ରକୃତ ହିତାଧିକାରୀ।

ଅଳାଡିହା ପଞ୍ଚାୟତର ବାଲିବିଲ ଗାଁର  ପଞ୍ଚାନନ ପରମାଣିକ ଜଣେ  ଦିବ୍ୟାଙ୍ଗ। ସେ ଜଣେ ଯୋଗ୍ୟ ହିତାଧିକାରୀ  ହୋଇ ମଧ୍ୟ  ଆବାସ ଯୋଜନାକୁ ବଞ୍ଚିତ ହୋଇଛନ୍ତି। ତାଙ୍କ ନାଁରେ ଆସିଥିବା ଘରକୁ  ପଡୋଶୀ ହରେନ୍ଦ୍ର ପରମାଣିକଙ୍କୁ  ଦିଆଯାଇଥିବା ଅଭିଯୋଗ ହୋଇଛି। ହରେନ୍ଦ୍ର  ପରମାଣିକ ଦିବ୍ୟାଙ୍ଗ ହୋଇ ମଧ୍ୟ ତାଙ୍କ ନାଁରେ ଆସିଛି ଘର। ସ୍ଥାନୀୟ ଅଧିକାରୀ ମାନେ ଚଞ୍ଚକତା କରି ଏପରି କରିଥିବା ଅଭିଯୋଗ ହୋଇଛି। 

GOVERMENT   

କେବଳ ପଞ୍ଚାନନ ନୁହଁନ୍ତି ଗାଁର ଏହିଭଳି  ଶତାଧିକ ଯୋଗ୍ୟ  ହିତାଧିକାରୀଙ୍କ ଯୋଜନାକୁ  ଚଞ୍ଚକତା ପୂର୍ବକ ହଡ଼ପ କରାଯାଇଛି।  ପକ୍କା ଛାତ , ସରକାରୀ ଚାକିରୀ , ଚାରି ଚକିଆ ଯାନର ମାଲିକ ଓ ଏକର ଏକର ସମ୍ପତ୍ତି  ଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ  ସାମିଲ କରାଯାଇଛି। ପ୍ରକୃତ ହିତାଧିକାରୀ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ।

କେବଳ ଅଳାଡିହା ପଞ୍ଚାୟତ ନୁହେଁ, ବ୍ଲକର ସମସ୍ତ ପଞ୍ଚାୟତରେ ଏପରି  ଅନିୟମିତତା ହୋଇଥିବା ଜଣାପଡିଛି। ତେବେ  ଦୁର୍ନୀତିର  ଭିଜିଲାନ୍ସ ତଦନ୍ତ  ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଗ୍ରମବାସୀଙ୍କ ବିଶ୍ୱାସ ରହିଛି ଯଦି ଭିଜିଲାନ୍ସ ତଦନ୍ତ ହୁଏ ତେବେ ଦୁର୍ନୀତିରେ ସମ୍ପୃକ୍ତି ଥିବା ସମସ୍ତ ଚେହେରା ପଦାକୁ ଆସିବ।