ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ! ସୁପାରିଶ କଲେ ରାଜ୍ୟପାଳ
ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା । ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କଲେ ରାଜ୍ୟପାଳ । ସାମ୍ବିଧାନିକ ନିୟମ ଅନୁସାରେ ସରକାର ଗଢିବାରେ କୌଣସି ଦଳ ସମର୍ଥ ନହେବାରୁ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟପାଳ ଭଗତ ସିଂହ କୋଶିଆରି । ସମ୍ବିଧାନରେ ଧାରା ୩୫୬ ଅନୁସାରେ ସେ ଏହି ସୁପାରିଶ କରିଛନ୍ତି ।
Trending Photos

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା । ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କଲେ ରାଜ୍ୟପାଳ । ସାମ୍ବିଧାନିକ ନିୟମ ଅନୁସାରେ ସରକାର ଗଢିବାରେ କୌଣସି ଦଳ ସମର୍ଥ ନହେବାରୁ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟପାଳ ଭଗତ ସିଂହ କୋଶିଆରି । ସମ୍ବିଧାନରେ ଧାରା ୩୫୬ ଅନୁସାରେ ସେ ଏହି ସୁପାରିଶ କରିଛନ୍ତି ।
Raj Bhavan Press Release 12.11.2019 3.16 PM pic.twitter.com/qmlQA6ghBR
— Governor of Maharashtra (@maha_governor) November 12, 2019
ପ୍ରଥମେ ମହାରାଷ୍ଟ୍ର ରାଜ୍ୟପାଳ କେନ୍ଦ୍ର ଏବଂ ଆଇନ ବିଶାରଦଙ୍କ ଠାରୁ ଆଇନଗତ ପରାମର୍ଶ ନେଇଥିଲେ । ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଥିଲେ । ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ବୈଠକରେ ମହାରାଷ୍ଟ୍ର ରାଜନୈତିକ ସ୍ଥିତି ନେଇ ଆଲୋଚନା ହୋଇଥିଲା । ଶେଷରେ ମୋଦି କ୍ୟାବିନେଟ ମଧ୍ୟ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଥିବା ଜଣାପଡିଛି ।
ଏବେ ରାଷ୍ଟ୍ରପତି ପଞ୍ଜାବ ଗସ୍ତରେ ଅଛନ୍ତି । ପଞ୍ଜାବରୁ ଫେରିବା ପରେ ଯେକୌଣସି ମୁହୂର୍ତ୍ତରେ ରାଷ୍ଟ୍ରପତି ଶାସନ ଘୋଷଣା ହୋଇପାରେ ।
ସେପଟେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଶିବସେନା । ଏନେଇ ଦଳ ପକ୍ଷରୁ ଏକ ପିଟିସନ ଦାଖଲ କରାଯାଇଛି । ସରକାର ଗଠନ ପାଇଁ ରାଜ୍ୟପାଳ ବିଜେପିକୁ ୪୮ ଘଣ୍ଟା ସମୟ ଦେଇଥିବା ବେଳେ ଶିବସେନାକୁ ମାତ୍ର ୨୪ ଘଣ୍ଟା ସମୟ କାହିଁକି ଦେଲେ, ତାକୁ ନେଇ ପ୍ରଶ୍ନ ଉଠାଇଛି ଦଳ । ଶିବସେନା ପକ୍ଷରୁ ଆଇନଜୀବୀ ସୁନିଲ ଭର୍ଣ୍ଣାଡିଜ ଏହି ପିଟିସନ ଦାଖଲ କରିଛନ୍ତି ।
Shiv Sena files petition in Supreme Court challenging Maharashtra Governor's decision to not extend the time given to the party to prove their ability to form government. Advocate Sunil Fernandez has filed the plea for Shiv Sena. pic.twitter.com/vVbZqCdtH5
— ANI (@ANI) November 12, 2019
More Stories