• ଆସନ୍ତାକାଲିଠୁ ଦେଶବ୍ୟାପୀ କୋରୋନା ଟିକାକରଣ
  • ଶେଷ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ ପ୍ରସ୍ତୁତି
  • ଶନିବାର ସାଢେ ୧୦ଟାରେ କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • କଳାହାଣ୍ଡିରେ ୧୦୬୪ କୋଟିରୁ ଅଧିକ ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ
  • ୧୦୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।
  • କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା

ଓଡ଼ିଆ ପୁଅଙ୍କ ନିର୍ଦ୍ଦେଶନାରେ କାମ କରିବେ 'ଗୋବିନ୍ଦା'

ଆସନ୍ତା ସପ୍ତାହରେ ଆରମ୍ଭ ହେବ ସୁଟିଂ

ଓଡ଼ିଆ ପୁଅଙ୍କ ନିର୍ଦ୍ଦେଶନାରେ କାମ କରିବେ 'ଗୋବିନ୍ଦା'
ଓଡ଼ିଆ ପୁଅଙ୍କ ନିର୍ଦ୍ଦେଶନାରେ କାମ କରିବେ 'ଗୋବିନ୍ଦା'

ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: ଏକ ଘରୋଇ ମୋବାଇଲ୍ ଆପ୍ ର  ବିଜ୍ଞାପନରେ ବ୍ରାଣ୍ଡ୍ ଆମ୍ୱାସଡର ଭାବେ ନଜର ଆସିବେ ବଲିଉଡ କମେଡି କିଙ୍ଗ୍ ଗୋବିନ୍ଦା , ଏନେଇ ନିକଟରେ ମୁମ୍ୱାଇର ଏକ ଷ୍ଟାର୍ ହୋଟେଲରେ ଚୁକ୍ତି ସ୍ୱାକ୍ଷର ହୋଇଥିବା ବେଳେ ବିଜ୍ଞାପନଟିକୁ ନିର୍ଦ୍ଦେଶନା ଦେଉଛନ୍ତି ଓଡ଼ିଆ ପୁଅ ଅଶ୍ୱିନ୍ ତ୍ରିପାଠୀ । ପୂର୍ବରୁ ଅନେକ ବିଜ୍ଞାପନ, ମ୍ୟୁଜିକ୍ ଭିଡିଓ ସହ ଆହୁରୀ ଅନେକ ପ୍ରୋଜେକ୍ଟରେ ନିର୍ଦ୍ଦେଶନା ଦେବା ପରେ ଯୁବ ନିର୍ଦ୍ଦେଶକ ଅଶ୍ୱିନ୍ ଏବେ ମୁମ୍ୱାଇରେ ନିଜର କାୟା ବିସ୍ତାର କରିଥିବାରୁ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ନିଜର ଏକ ପ୍ରଡକ୍ସନ ହାଉସ ନିର୍ମାଣ କରି ଜୁଏଲାରୀ ବ୍ରାଣ୍ଡ୍ ରୁ ଆରମ୍ଭ କରି ମୋବାଇଲ୍ ଆପର ବ୍ରାଣ୍ଡ୍ ପର୍ଯ୍ୟନ୍ତ ଅନେକ ଗୁଡ଼ିଏ ବିଜ୍ଞାପନରେ ନିର୍ଦ୍ଦେଶନା ଦେଇଥିବା ଅଶ୍ୱିନଙ୍କ କାମରେ ବଲିଉଡ୍ କମେଡି କିଙ୍ଗ୍ ଗୋବିନ୍ଦା ମଧ୍ୟ ଫିଦା ହୋଇଥିବା ଦେଖିବାକୁ ମିଳିଛି ।

 
ତେବେ ବିଜ୍ଞାପନଟିର ସୁଟିଂ ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଥିବାବେଳେ ତାହା ଦେଶର ପ୍ରମୁଖ ଟେଲିଭିଜନ୍ ଚ୍ୟାନେଲ୍ ମାନଙ୍କରେ ପ୍ରସାରିତ ହେବ ବୋଲି ସୂଚନା ମିଳିଛି ।