୨ ମାସ ବି ତିଷ୍ଟିଲାନି, ଚଳୁ କଲେ ୫ ଲକ୍ଷ
Advertisement

୨ ମାସ ବି ତିଷ୍ଟିଲାନି, ଚଳୁ କଲେ ୫ ଲକ୍ଷ

୫ ଲକ୍ଷ ଟଙ୍କା ଚଳୁ କଲେ ସରକାରୀ ଯନ୍ତ୍ରୀ

୨ ମାସ ବି ତିଷ୍ଟିଲାନି, ଚଳୁ କଲେ ୫ ଲକ୍ଷ

ଋତୁପର୍ଣ୍ଣା ଧଳସାମନ୍ତ, ବୌଦ୍ଧ: ୨ ମାସ ନ ପୂରଣୁ ଭାଙ୍ଗିଗଲା ପାଚେରୀ । ୫ ଲକ୍ଷ ଟଙ୍କା ଚଳୁ କଲେ ସରକାରୀ ଯନ୍ତ୍ରୀ । ଆମେ କହୁଛୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ମହକୁମାରେ ଥିବା ଏକମାତ୍ର ଖେଳ ପଡିଆର ପାଚେରୀ କଥା । ଏହି ପାଚେରୀ ନିର୍ମାଣ କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଟିକେ ଭଲ କରି ଦେଖନ୍ତୁ ଫଟୋକୁ ୨ ମାସ ନ ଯାଉଣୁ ଭାଙ୍ଗି ଚୁରମାର ହୋଇଯାଇଛି ଏହି ପାଚେରୀ । ଫାଉଣ୍ଡେସନ୍ ଅବସ୍ଥା ଭଲ ନଥିବା ବେଳେ କଂକ୍ରିଟରେ ନିମ୍ନମାନର କାମ ହୋଇଛି । ସେପଟେ ଚିପ୍ସ ବଦଳରେ ଲାଗିଛି ବଡ଼ବଡ଼ ମେଟାଲ ଓ ନଦୀ ବାଲି ବଦଳରେ ବ୍ୟବହୃତ ହୋଇଛି ନାଳର ପଟୁ ବାଲି । 

ଏଥିରୁ ଜଳଜଳ କରି ବାରି ହୋଇପଡୁଛି ଯେ ଏହି ପାଚେରୀ ନିର୍ମାଣ କାମ କିପରି ହୋଇଛି । ଏହି ପଡ଼ିଆ ସମ୍ମୁଖରେ ଥିବା କଲେଜର ଛାତ୍ରଛାତ୍ରୀଙ୍କ ସହ ସ୍ଥାନୀୟ ଲୋକେ ମଧ୍ୟ  ବିଭିନ୍ନ ଖେଳକୁଦ ପାଇଁ ଏଠାକୁ ଆସିଥାନ୍ତି । ତେଣୁ  ସୁରକ୍ଷା ଦୃଷ୍ଟିରୁ ଏହାର ପାଚେରୀ ନିର୍ମାଣ ପାଇଁ ପର୍ଯ୍ୟାୟ କ୍ରମେ ସରକାରଙ୍କ ତରଫରୁ ୫ ଲକ୍ଷ ଟଙ୍କା  ଅନୁଦାନ ମିଳିଥିଲା ।  ଏହାର ୱାର୍କ ଅର୍ଡର ମିଳିବା ପରେ ସରକାରୀ ଯନ୍ତ୍ରୀ କାମ ଆରମ୍ଭ କରି ପାଚେରୀ ନିର୍ମାଣ ବି ହୋଇଗଲା । ହେଲେ ୨ ମାସ ଭିତରେ ସବୁ ଫସର ଫାଟିଗଲା । ସେପଟେ ଏନେଇ ସ୍ଥାନୀୟ ବିଡିଓଙ୍କୁ ଜଣାଇବା ପରେ ସେ ବି ଚୁପ୍ ବସିଥିବା ଅଭିଯୋଗ ହୋଇଛି । ନା ପୁଣି ନିର୍ମାଣ କାମ ଆରମ୍ଭ ହୋଇଛି ଆଉ ନା ସମ୍ପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସେପଟେ ଘଟଣାକୁ ସ୍ୱିକାର କରିବା ସହ ଟଙ୍କା ମିଳିଲେ ପୁଣି ପାଚେରୀ ନିର୍ମାଣ ହେବ ବୋଲି କହିଛନ୍ତି ବିଡିଓ । ତୁରନ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଲୋକେ ।