close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ନୀରବତା ସହ ମହାରାଷ୍ଟ୍ରରେ ଏହି ରଣନୀତି ଉପରେ କାମ କରୁଛି ବିଜେପି

ମହାରାଷ୍ଟ୍ରରେ ଆଗାମୀ ସରକାର କାହାର ହେବ, ତାହା ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇପାରି ନାହିଁ । ଅନ୍ୟପଟେ ବିଜେପି ଓ ଶିବସେନା ମଧ୍ୟରେ ଜାରି ରହିଛି ବାକଯୁଦ୍ଧ । ବିନା ମୁଖ୍ୟମନ୍ତ୍ରୀ ପଦରେ ବିଜେପି ମିଶି ସହ ସରକାର ଗଢିବ ନାହିଁ ବୋଲି ସ୍ପଷ୍ଟ କରିଛି ଶିବସେନା । ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ ଏନସିପିର ପ୍ରମୁଖ ଶରଦ ପାୱାରଙ୍କ ସହ ସାକ୍ଷାତ ମଧ୍ୟ କରି ସାରିଛନ୍ତି । ଏନସିପି ଓ କଂଗ୍ରେସ ସହଯୋଗରେ ଶିବସେନା ସରକାର ଗଢିବାର ଆଶା ବାନ୍ଧି ବସିଛି । ଅନ୍ୟପକ୍ଷେ ବିଜେପି ମଧ୍ୟ ପ୍ରସ୍ତୁତ କରୁଛି ନିଜର ରଣନୀତି । 

ନୀରବତା ସହ ମହାରାଷ୍ଟ୍ରରେ ଏହି ରଣନୀତି ଉପରେ କାମ କରୁଛି ବିଜେପି

ମୁମ୍ୱାଇ: ମହାରାଷ୍ଟ୍ରରେ ଆଗାମୀ ସରକାର କାହାର ହେବ, ତାହା ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇପାରି ନାହିଁ । ଅନ୍ୟପଟେ ବିଜେପି ଓ ଶିବସେନା ମଧ୍ୟରେ ଜାରି ରହିଛି ବାକଯୁଦ୍ଧ । ବିନା ମୁଖ୍ୟମନ୍ତ୍ରୀ ପଦରେ ବିଜେପି ମିଶି ସହ ସରକାର ଗଢିବ ନାହିଁ ବୋଲି ସ୍ପଷ୍ଟ କରିଛି ଶିବସେନା । ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ ଏନସିପିର ପ୍ରମୁଖ ଶରଦ ପାୱାରଙ୍କ ସହ ସାକ୍ଷାତ ମଧ୍ୟ କରି ସାରିଛନ୍ତି । ଏନସିପି ଓ କଂଗ୍ରେସ ସହଯୋଗରେ ଶିବସେନା ସରକାର ଗଢିବାର ଆଶା ବାନ୍ଧି ବସିଛି । ଅନ୍ୟପକ୍ଷେ ବିଜେପି ମଧ୍ୟ ପ୍ରସ୍ତୁତ କରୁଛି ନିଜର ରଣନୀତି । 

ଶିବସେନା ସହାୟତା ବିନା ବିଜେପି ରାଜ୍ୟରେ ସରକାର ଗଢିବାକୁ ଅସମର୍ଥ । ତେଣୁ ଶିବସେନା ପ୍ରତି ଚାହିଁ ବସିଛି ବିଜେପି । ଦଳ ଆଶା କରି ବସିଛି ଯେ ନଭେମ୍ୱର ୪ ଓ ୫ ମଧ୍ୟରେ ଶିବସେନା ସହ ପୁଣିଥରେ ଆଲୋଚନା ଆରମ୍ଭ ହେବ । କାରଣ ଏହି ସମୟ ମଧ୍ୟରେ କଂଗ୍ରେସ ଓ ଏନସିପି ନିଜ ମତ ସ୍ପଷ୍ଟ କରି ଦେବ । ନଭେମ୍ୱର ୪ରେ ଅର୍ଥାତ ସୋମବାର ଏନସିପି ପ୍ରମୁଖ ଶରଦ ପାୱାର ଓ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ମଧ୍ୟରେ ସାକ୍ଷାତ ହେବାର ଅଛି । ଏହି ସାକ୍ଷାତ ପରେ ଶିବସେନାକୁ ସମର୍ଥନ ଦିଆଯିବ କି ନାହିଁ, ତାହା ସ୍ପଷ୍ଟ ହୋଇଯିବ ।

ଅନ୍ୟପକ୍ଷେ ଏହି ସବୁ ଘଟଣା ମଧ୍ୟରେ ରବିବାର ନୂଆ ମୋଡ଼ ଆସିଛି । ଶିବସେନା ନେତା ସଞ୍ଜୟ ରାଉତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ନେତା ଅଜିତ ପାୱାରଙ୍କୁ ମେସେଜ ପଠାଇଛନ୍ତି । ଏହି ମେସେଜରେ ଜୟ ମହାରାଷ୍ଟ୍ର ଲେଖା ହୋଇଛି । ଏହାସହ ମେଣ୍ଟକୁ ନେଇ ଆଲୋଚନା ହେବାର କଥା ଲେଖାଯାଇଛି । ଏହାପୂର୍ବରୁ ରାଉତ ଦାବି କରିଥିଲେ ଯେ ଶିବସେନା ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି, ଯାହା ବୃଦ୍ଧି ପାଇଁ ୧୭୫ ମଧ୍ୟ ହୋଇପାରେ ।

ଶିବସେନା ସହ ଏନସିପିର ମେଣ୍ଟକୁ ନେଇ ଅଜିତ ପାୱାର କହିଛନ୍ତି ଯେ ଆମର ନେତା ଶରଦ ପାୱାର କାଲି ଦିଲ୍ଲୀ ଯିବେ । ସେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିବେ । ଶିବସେନା ସହ ମେଣ୍ଟ କରିବା ଉପରେ ଆସନ୍ତାକାଲି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

ଚଳିତ ନିର୍ବାଚନରେ ମହାରାଷ୍ଟ୍ରର ୨୮୮ଟି ଆସନରୁ ବିଜେପିକୁ ୧୦୫, ଶିବସେନାକୁ ୫୬, ଏନସିପିକୁ ୫୪, କଂଗ୍ରେସକୁ ୪୪ ଓ ଅନ୍ୟାନ୍ୟକୁ ୨୯ଟି ଆସନ ମିଳିଛି । ୨୦୧୪ ବିଧାନସଭା ନିର୍ବାଚନରେ ଫଳାଫଳ ଅନୁସାରେ ବିଜେପିକୁ ୧୨୨, ଶିବସେନା ୬୩, କଂଗ୍ରେସ ୪୨ ଓ ଏନସିପିକୁ ୪୧ଟି ଆସନ ମିଳିଥିଲା । ଯଦି ଶିବସେନା, କଂଗ୍ରେସ ଓ ଏନସିପି ଏକାଠି ଆସିବେ ତେବେ ୧୬୦ଟି ଆସନ ହୋଇଯିବ । ଯାହା ସରକାର ଗଢିବା ପାଇଁ ଯଥେଷ୍ଟ ।