• ଓଡ଼ିଆ ଅଫିସର୍ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଉପମୁଖ୍ୟ
  • ବାଣୀବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଭିସିଙ୍କ କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଛାତ୍ର । ପୋଲିସରେ ଅଭିଯୋଗ କଲେ ଭିସି ।
  • ଗୁଜୁରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୧୫ ମୃତ ।
  • ଚାଷୀଙ୍କ ଟ୍ରାକ୍ଟର ପରେଡ୍ ନେଇ ଆସନ୍ତା ବୁଧବାର ଶୁଣାଣି କରିବେ ସୁପ୍ରିମକୋର୍ଟ ।
  • ନିଜ ଜିଦରେ ଅଟଳ ଆନ୍ଦୋଳନ ରତ ।
  • ବ୍ରିସବେନ ଟେଷ୍ଟରେ ଭାରତକୁ ୩୨୮ ରନର ବିଜୟ ଲକ୍ଷ୍ୟ
  • ୨-୧ ବ୍ୟବଧାନରେ ସିରିଜ ଜିତିଲା ଟିମ ଇଣ୍ଡିଆ

ସରକାରଙ୍କର 5Tକୁ ଲଖନପୁରରେ ଅଣଦେଖା

ସରକାର ଙ୍କର 5T କୁ ଲଖନପୁର ବ୍ଲକ ରେ ଅଣଦେଖା । ପିସି କାରବାର ବନ୍ଦ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକରେ ସରକାରଙ୍କ ପିସି ବରୋଧୀ ପଦକ୍ଷେପକୁ ଠେଙ୍ଗା ଦେଖାଉଛନ୍ତି କନିଷ୍ଠ ଯନ୍ତ୍ରୀ ଏବଂ ଜିଆରଏସ 

ସରକାରଙ୍କର 5Tକୁ ଲଖନପୁରରେ ଅଣଦେଖା
ସୌଜନ୍ୟ: ସୋସିଆଲ ମିଡିଆ

ମୁକେଶ ପ୍ରଧାନ, ଲଖନପୁର: ସରକାର ଙ୍କର 5T କୁ ଲଖନପୁର ବ୍ଲକ ରେ ଅଣଦେଖା । ପିସି କାରବାର ବନ୍ଦ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକରେ ସରକାରଙ୍କ ପିସି ବରୋଧୀ ପଦକ୍ଷେପକୁ ଠେଙ୍ଗା ଦେଖାଉଛନ୍ତି କନିଷ୍ଠ ଯନ୍ତ୍ରୀ ଏବଂ ଜିଆରଏସ । ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକରେ । ଗତ କିଛି ଦିନ ହେଲା ଆବାସ ଯୋଜନାକୁ ନେଇ ମହା ଦୁର୍ନୀତି ହଉଥିବା ଖବର ଅଭିଯୋଗ ହଉଥିଲା ମାତ୍ର କୌଣସି ଏହାର ଠୋସ ପ୍ରମାଣ ମିଳି ପାରୁ ନ ଥିଲା । ତେବେ ଜଣେ ଯୁବକ ବ୍ଲକର ଜେଇଙ୍କୁ ଗୋଟି ଗୋଟି ପ୍ରଶ୍ନ କରି କିଭଳି GRS ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିନେଇଛନ୍ତି ତାହା ବର୍ଣ୍ଣନା କରିଛନ୍ତି। ଏହି ଭିଡିଓ ଭାଇରଲ ହେବା ପରେ ଏବେ ସବୁ ଆଡେ ଚର୍ଚ୍ଚା ହେଉଛି । ଜିଲ୍ଲାପାଳ କହିଛନ୍ତି ପ୍ରମାଣ ମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ । 

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ, ଜିଲ୍ଲା ସଦର ଠାରୁ ଲଖନପୁର ର ଶେଷ ସୀମାର ଦୂରତା ନବେ କିଲୋମିଟରରୁ ଅଧିକ । ତେଣୁ ସରକାରି ବରିଷ୍ଠ ଅଧିକାରୀଙ୍କର ଗସ୍ତ ବହୁତ କମ ଏ ଅଞ୍ଚଳରେ । ୩୩ ଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକରେ ତଳିଆ କର୍ମଚାରୀ ଏବଂ କୁଜି ନେତାଙ୍କର ରାଜ ଚାଲେ । ତେବେ ଆବାସ ଯୋଜନାରେ ହଉ ବା ମନରେଗା ଯୋଜନା ସବୁଠାରେ ଦୁର୍ନୀତି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କିଛି ଦିନ ଆଗରୁ ଖୁସିରାମ ପ୍ରଧାନ ଏନେଇ ମୁହଁ ମଧ୍ୟ ଖୋଲିଥିଲେ ମାତ୍ର ସମୟ ଦେଖି ତାହା ଫାଇଲ ତଳେ ଚାପି ରହିଥିଲା । ଅଭିଯୋଗର କୌଣସି ସୁଫଳ ନ ମିଳିବାରୁ ଖୁସିରାମ ନିଜ ମୋବାଇଲରେ କନିଷ୍ଠ ଯନ୍ତ୍ରୀ ପ୍ରକାଶ ସାହୁଙ୍କର ଏକ ଭିଡିଓ ଉତ୍ତୋଳନ କରିଥିଲେ । ଏବଂ ଜିଆରଏସ (GRS) ପ୍ରଭାତ ସା କିଭଳି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଛନ୍ତି ତାହା ଜେଇ ବଖାଣି ଥିଲେ। ଏବଂ ଅଳ୍ପ ଦିନରେ GRS ଲକ୍ଷପତି ହେବାର ରହସ୍ୟ ମଧ୍ୟ ଖୋଲିଦେଇଥିଲେ । ମାତ୍ର ଏସବୁ ଘଟଣାରେ ଜେଇଙ୍କର ଅବଦାନ ମଧ୍ୟ କମ ନୁହଁ । ସେ ମଧ୍ୟ ସବୁ ଜାଣିଶୁଣି ଚୁପ ନା GRSଙ୍କର ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଉଠାଇଛନ୍ତି ନା ଏଦିଗରେ ଉପରିସ୍ଥ ଅଧିକାରୀ ଙ୍କୁ ଜଣେଇବାକୁ ଚେଷ୍ଟା କରିଛନ୍ତି । ତେବେ ଲଖନପୁର ବ୍ଲକରେ ଟଙ୍କା ନ ଦେଲେ କାମ ହୁଏ ନାହିଁ । ଆଉ ୭ ହଜାର ଦରମା ପାଉଥିବା GRS ଆଜି ଲକ୍ଷପତି । ତେବେ ଏ ଘଟଣା ପରେ ସ୍ଥାନୀୟ ବାସିନ୍ଦା ଏହି ଆଶା ରଖିଛନ୍ତି କି ଏହାକୁ ନେଇ ଏକ ଉଚ୍ଚ ସ୍ଥରୀୟ ତଦନ୍ତ ହେବା ସହ ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ତେବେ ଆବାସ ଯୋଜନା ଖଣ୍ଡେ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନିଆଯାଉଥିବା ମଧ୍ୟ ଅଭିଯୋଗ ହେଉଛି ।