ରାୟ ଆସିବା ପୂର୍ବରୁ ରେକର୍ଡ କରିବ ରାମ ଜନ୍ମଭୂମି !
Advertisement

ରାୟ ଆସିବା ପୂର୍ବରୁ ରେକର୍ଡ କରିବ ରାମ ଜନ୍ମଭୂମି !

କେମିତି ହେବ ଅଯୋଧ୍ୟାରେ ଦୀପାବଳି ସେଲିବ୍ରେସନ ? ଚାଲିଛି ଜୋରସୋରରେ ପ୍ରସ୍ତୁତି । ରେକର୍ଡ ଲକ୍ଷ୍ୟରେ ରାମ ଜନ୍ମଭୂମି ।

ସଜେଇ ହେଇଛି ଅଯୋଧ୍ୟା

ପ୍ରକାଶ ରଞ୍ଜନ ପରିଡା, ନୂଆଦିଲ୍ଲୀ: ରାତିପାହିଲେ ଦୀପାବଳି । ଏନେଇ ସମଗ୍ର ଦେଶ ଉତ୍ସବ ମୁଖର । ଆଉ ଏହାରି ଭିତରେ ସମସ୍ତଙ୍କ ନଜର ରହିଛି ଅଯୋଧ୍ୟା ଉପରେ । କେମିତି ହେବ ଅଯୋଧ୍ୟାରେ ଦୀପାବଳି ସେଲିବ୍ରେସନ ? ଚାଲିଛି ଜୋରସୋରରେ ପ୍ରସ୍ତୁତି । ରେକର୍ଡ ଲକ୍ଷ୍ୟରେ ରାମ ଜନ୍ମଭୂମି । 

ଆଜିଠୁ ଅଯୋଧ୍ୟାରେ ଆରମ୍ଭ ହେବାକୁ ଯାଉଛି ଦୀପୋତ୍ସବ । ଆଉ ଏଥିପାଇଁ ହଜାର ହଜାର ଦୀପରେ ରାମ ଜନ୍ମଭୂମିକୁ ସଜ୍ଜିତ କରାଯାଉଛି । ୫ଲକ୍ଷ ୫୧ ହଜାର ଦୀପ ପ୍ରଜ୍ୱଳନ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏନେଇ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ । ଆଉ ଏହା ରଚିବ ବିଶ୍ୱ ରେକର୍ଡ । 

ଅଯୋଧ୍ୟା ମାମଲାର ଶୁଣାଣି ସରିଛି । ଆଉ କିଛି ଦିନ ଭିତରେ ଏହାର ରାୟ ଆସିବ । ଆଉ ଠିକ ଏହା ପୂର୍ବରୁ ବିଶ୍ୱ ରେକର୍ଡ କରିବ ରାମ ଜନ୍ମଭୂମି । ଦୀପରେ ସଜେଇ ହେବ ଅଯୋଧ୍ୟା । ଦୀପାବଳିକୁ ନେଇ ସବୁଠାରୁ ଖାସ ଢଙ୍ଗରେ ଏଥର ସେଲିବ୍ରେସନ କରାଯିବ । ଅନ୍ୟ ବର୍ଷଠାରୁ ଭିନ୍ନ ହେବ ଏଥରର ସେଲିବ୍ରେସନ । ପୁରା ଦେଶରେ ରାମ ମନ୍ଦିର ନିର୍ମାଣକୁ ନେଇ ସ୍ୱର ତେଜୁଥିବା ବେଳେ ଯୋଗୀ ସରକାର ଭବ୍ୟ ଦୀପୋତ୍ସବ ପାଳନ କରିବାକୁ ଯାଉଛନ୍ତି । 

ଏଥର ଦୀପାବଳି ବେଶ ଧୂମଧାମରେ ପାଳନ ହେବ । ଯାହା ପୂର୍ବରୁ କେବେ ଦେଖିବାକୁ ମିଳିଥିଲା ନା ଶୁଣିବାକୁ ମିଳିଥିଲା  ।  ଅଯୋଧ୍ୟାରେ ଦୀପୋତ୍ସବ ପାଳନ ପାଇଁ ପୂରା ସହରରେ ଜନ ସମାଗମ ବଢ଼ିବାରେ ଲାଗିଛି । ଦୀପୋତ୍ସବର ଆରମ୍ଭ ଛୋଟ ଦୀପାବଳି ୨୬ ଅକ୍ଟୋବରରୁ ଆରମ୍ଭ ହେବ । ଯେଉଁଥିରେ ଅଯୋଧ୍ୟାରେ ସାଢ଼େ ପାଞ୍ଚ ଲକ୍ଷରୁ ଅଧିକ ଦୀପ ଲଗାଯିବ । ଉତ୍ତରପ୍ରଦେଶ ପ୍ରର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଦୀପୋତ୍ସବ ଏଥର ବିଶ୍ୱ ରେକର୍ଡ କରିବ । ଦୀପାବଳି ପାଇଁ ଅଯୋଧ୍ୟାର କୋଣ ଅନୁକୋଣ ଆଲୋକିତ ହେଉଛି । ଏବର୍ଷ ରାମ ନଗରୀରେ ୫ ଲକ୍ଷ ୫୧ ହଜାର ଦୀପ ପ୍ରଜ୍ୱଳିତ କରାଯିବାକୁ ଯୋଜନା କରାଯାଇଛି । ୧୩ଟି ପ୍ରମୁଖ ମନ୍ଦିରରେ ୩ ଦିନ ପର୍ଯ୍ୟନ୍ତ ଦୀପୋତ୍ସବ ପାଳନ ହେବ ବୋଲି ଜଣାପଡ଼ିଛି ।  ଏହାସହିତ ଅଯୋଧ୍ୟାରେ ସମସ୍ତ ୧୦ ହଜାର ମନ୍ଦିରରେ ମଧ୍ୟ ଦୀପୋତ୍ସବ ହେବ ।

ଗୋଟିଏ ପଟେ ସରଜୁ ନଦୀ ତଟ୍ଟରେ ସାଢ଼େ ପାଞ୍ଚ ଲକ୍ଷ ଦୀପ ଜଳିବ, ସେପଟେ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ, ଲକ୍ଷ୍ମଣ ଓ ହନୁମାନଙ୍କ ମୂର୍ତ୍ତି ମଧ୍ୟ ନିର୍ମାଣ ହୋଇଛି । ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗର ସୂଚନା ଅନୁସାରେ ରାମ ଜନ୍ମଭୂମିରେ ୫ ଫୁଟ ଉଚ୍ଚତା ବିଶିଷ୍ଟ ମଞ୍ଚ ନିର୍ମାଣ ହେବ ଓ ୧୦ ଫୁଟ ଉଚ୍ଚତା ବିଶିଷ୍ଚ ଶ୍ରୀରାମଙ୍କ ମୂର୍ତ୍ତି ସ୍ଥାପନ ହେବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି । ସେପଟେ ହନୁମାନଙ୍କ ୨୦ ଫୁଟ ଉଚ୍ଚ ଫାଇବର ମୁର୍ତ୍ତି ମଧ୍ୟ ସ୍ଥାପନ ହେବ । ହନୁମାରଙ୍କ କାନ୍ଧରେ ଶ୍ରୀରାମ ଓ ଲକ୍ଷ୍ମଣ ବିରାଜମାନ ହେବେ । ଶ୍ରୀରାମ ଜନ୍ମଭୂମୀରେ ଏଥର ଦୀପାବଳିର ଭବ୍ୟତା ଦେଖିବାକୁ ମିଳିବ । 

ଗତ ବର୍ଷ ତୁଳନାରେ ଏଥର ଅଧିକ ଭବ୍ୟ ଢଙ୍ଗରେ ହେବାକୁ ଯାଉଛି ଦୀପୋତ୍ସବ । ଶ୍ରୀରାମଙ୍କ ମଣ୍ଡପ ଚାରିପଟେ ହଜାର ହଜାର ଦୀପ ଲାଗିବ । ଦୀରୋତ୍ସବ କାର୍ଯ୍ୟକ୍ରମ ୨୬ ଅକ୍ଟୋବର ସକାଳ ୧୦ଟାରୁ ଆରମ୍ଭ ହେବ । ଦିନ ୧୨ଟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଶୋଭାଯାତ୍ରାରେ ସାମିଲ ହେବେ ।  ସଂନ୍ଧ୍ୟା ୭ଟାରୁ ୭ ଟା ୩୦ ପର୍ଯ୍ୟନ୍ତ ଦୀପଦାନ ହେବ । ଏହାପରେ ଶ୍ରୀରାମଙ୍କ ମଣ୍ଡପରେ ୫ ଲକ୍ଷ ୫୧ ହଜାର ଦୀପ ଲାଗିବ । 

ଶ୍ରୀରାମ ନଗରୀରେ ହେବାକୁ ଯାଉଥିବା ଭବ୍ୟ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ପୂରା ଅଯୋଧ୍ୟାକୁ ୭ଟି ଜୋନ ଓ ୧୪ ଟି ସେକ୍ଟରରେ ଭାଗ କରାଯାଇଛି । ସବୁଠି ପୋଲିସ ମୁତୟନ ହେବେ । ୫ ଶହ ଅତିରିକ୍ତ ସୁରକ୍ଷାକର୍ମୀ ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି । ଏହା ସହିତ ୮ କମ୍ପାନୀ ଫୋର୍ସ ଦୀପାବଳି ପୂର୍ବରୁ ପହଞ୍ଚିବେ ବୋଲି ଜଣାପଡ଼ିଛି ।