GST Council Meeting: ଜାଣନ୍ତୁ କ'ଣ ହେଲା ଶସ୍ତା, କ'ଣ ହେଲା ମହଙ୍ଗା
X

GST Council Meeting: ଜାଣନ୍ତୁ କ'ଣ ହେଲା ଶସ୍ତା, କ'ଣ ହେଲା ମହଙ୍ଗା

ଗତକାଲି ଆୟୋଜିତ ହୋଇଥିବା ଜିଏସଟି ପରିଷଦ ବୈଠକରେ ତୈଳ ଦରକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଥିଲା।

GST Council Meeting: ଜାଣନ୍ତୁ କ'ଣ ହେଲା ଶସ୍ତା, କ'ଣ ହେଲା ମହଙ୍ଗା

ରବିଶଙ୍କର ବାରିକ, ନୂଆଦିଲ୍ଲୀ: ଜିଏସଟି ପରିଷରଭୁକ୍ତ ହେବନାହିଁ ପେଟ୍ରୋଲ ଏବଂ ଡିଜେଲ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୫ତମ ଦ୍ରବ୍ୟ ଏବଂ ସେବା କର ଜିଏସଟି ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଜିଏସଟି ପରିଷରଭୁକ୍ତ ହେଲେ ଦର କମିବ ବୋଲି ଆଶା କରାଯାଉଥିଲା । ଏପରି ହେଲେ ପେଟ୍ରୋଲ ଦର ୭୫ ଟଙ୍କାକୁ ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଥିଲା। ହେଲେ ଜିଏସଟି ପରିଷଦ ବୈଠକରେ ପେଟ୍ରୋଲ ଏବଂ ଡିଜେଲରେ ଜିଏସଟି ଲାଗୁ ହେବା ନେଇ କୌଣସି ଆଲୋଚନା ହୋଇନାହିଁ। 

ଗତକାଲି (ସେପ୍ଟମ୍ବର ୧୭)  ଆୟୋଜିତ ହୋଇଥିବା ଜିଏସଟି କାଉନସିଲ ବୈଠକରେ ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଶୁଣାଯାଉଥିଲା। କିନ୍ତୁ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ସ୍ପଷ୍ଟ ସୂଚନା ଦିଆଯାଇଛି ଯେ, ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଉପରେ ଜିଏସଟି (GST) ଲାଗୁହେବ ନାହିଁ। ତୈଳ ଦର ଉପରେ ଦ୍ରବ୍ୟ ଓ ସେବା କର (Good & Services Tax) ଲାଗୁ ହୋଇଥିଲେ ଦର ହ୍ରାସ ପାଇବାର ଯଥେଷ୍ଟ ସମ୍ଭାବନା ଥିଲା।

ବିଭିନ୍ନ ରାଜ୍ୟ ମଧ୍ୟ ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ବିରୋଧ କରୁଛନ୍ତି। କେରଳ, ମହାରାଷ୍ଟ୍ର ଭଳି ରାଜ୍ୟ  ତୈଳ ଦରରେ ଜିଏସଟି ଲାଗୁ କରିବାକୁ ବିରୋଧ କରୁଛନ୍ତି। ଜିଏସଟି ପରିଷଦ ବୈଠକରେ ଅନ୍ୟ ଦ୍ରବ୍ୟ ଉପରେ ଲାଗୁ ହେଉଥିବା କର ଉପରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ବାୟୋ ଡିଜେଲ ଦର ହ୍ରାସ ପାଇଛି। ପୂର୍ବରୁ ବାୟୋ ଡିଜେଲ ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେଉଥିବା ବେଳେ ଏଣିକି ୫ ପ୍ରତିଶତ ଲାଗୁ ହେବ। 

Also Read: ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡରେ ବମ୍ପର ନିଯୁକ୍ତି; ଏହି ତାରିଖ ସୁଦ୍ଧା କରନ୍ତୁ ଆବେଦନ

ଲୁହା, କପର ଏବଂ ମାଙ୍ଗାନିଜ୍ ଉପରେ ଜିଏସଟି ବୃଦ୍ଧିପାଇଛି। ଏହି ସବୁ ଦ୍ରବ୍ୟ ଉପରେ ଜିଏସଟି ୫ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଜିଏସଟି ପରିଷଦ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଉ ଏକ ବଡ଼ ଘୋଷଣା କରିଛନ୍ତି। କୋରୋନା ମହାମାରୀରେ ବ୍ୟବହୃତ ହେଉଥିବା ମେଡିସିନ ଉପରେ ଜିଏସଟି ରିହାତି ଅବଧି ବଢାଇଛନ୍ତି ସରକାର। ଡିସେମ୍ବର ୩୧ ଯାଏଁ ଏହି ରିହାତି ଅବଧି ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଯାହାଦ୍ୱାରା କୋଭିଡ୧୯ ସଂକ୍ରମଣ କାରଣରୁ ଆବଶ୍ୟକ ହେଉଥିବା ଔଷଧ କମ ମୂଲ୍ୟରେ ମିଳିବ। 

ଏହାସହ ରେମଡେସିଭିର, ହେପାରିନ ଭଳି ଔଷଧ ଉପରେ ୫ ପ୍ରତିଶତ ଜିଏସଟି ରହିବ। ଆଉ ଏହି ରିହାତି ଅବଧି ୩୧ ଡିସେମ୍ବର ପର୍ଯ୍ୟନ୍ତ ରହିବ। ସେହିଭଳି ଟୋସିଲଜୁମାବ, ଏମ୍ଫୋଟେରିସିନ-ବି ଜିଏସଟି ମୁକ୍ତ ରହିବ। ଜୀବନ ରକ୍ଷାକାରୀ ମେଡିସନ ଉପରେ ମଧ୍ୟ ଜିଏସଟି ହ୍ରାସ କରାଯାଇଛି। ଯେପରିକି କ୍ୟାନସର ମେଡିସିନ ଉପରେ ଜିଏସଟି ଦର ୧୨ ପ୍ରତିଶତରୁ କମାଇ ୫ ପ୍ରତିଶତ କରାଯାଇଛି। ଏହାବାଦ୍ ବିଦେଶରୁ ଆମଦାନୀ ହେଉଥିବା ଜୋଲୋଜେନ୍ସମା ଏବଂ ଭିଲଟେଟସୋ ଭଳି ମହଙ୍ଗା ଔଷଧକୁ ଜିଏସଟି ମୁକ୍ତ କରିଛନ୍ତି ସରକାର। ମେଡିକାଲ ଉପକରଣ ଉପରେ ଏହି ରିହାତି ସୁବିଧା ମିଳିବ ନାହିଁ।

Trending news