ସୋପିଆନରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ, ସର୍ଚ୍ଚ ଅପରେସନ ଜାରି
Advertisement

ସୋପିଆନରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ, ସର୍ଚ୍ଚ ଅପରେସନ ଜାରି

ଜାମ୍ମୁକାଶ୍ମୀରର ସୋପିଆନରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ ହେବା ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି |

ସୋପିଆନରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ, ସର୍ଚ୍ଚ ଅପରେସନ ଜାରି

ଶ୍ରୀଗନର: ଜାମ୍ମୁକାଶ୍ମୀରର ସୋପିଆନସ୍ଥିତ ରେବେନ ଅଞ୍ଚଳରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହେବା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି | ଏ ଘଟଣା ସମ୍ପର୍କରେ ସ୍ପଷ୍ଟ କରି ଜମ୍ମୁ କାଶ୍ମୀର ପୋଲିସ ଡିଜି ଦିଲବାଗ ସିଂହ କହିଛନ୍ତି ରବିବାର ସକାଳେ ସିଆରପିଏଫ ଏବଂ ସୋପିଆନ ପୋଲିସ ପକ୍ଷରୁ କରାଯାଇଥିବା ଅପରେସନ ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା | 

ପୋଲିସର ଏକ ସଂଯୁକ୍ତ ଟିମ, ସେନାର ୦୧ ଆରଆର, ସିଆରପିଏଫ  ପକ୍ଷରୁ ରେବେନ ଅଞ୍ଚଳରେ କର୍ଡନ ଆଣ୍ଡ ସର୍ଚ୍ଚ ଅପରେସନ କରାଯାଇଥିଲା |  ସେଠାରେ ପହଞ୍ଚିବା ପରେ ଛପି ରହିଥିବା ଆତଙ୍କବାଦୀ ସୁରକ୍ଷାବଳ ଉପରକୁ ଗୁଳି ମାଡ କରିଥିଲେ |  ସେଠାରେ ୩ ଆତଙ୍କବାଦୀ ଫସି ରହିଥିବାର ଖବର ମିଳିଛି | 

ଏ ଘଟଣା ପରେ ରେବେନ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି | ସେଠାକାର ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷାବଳ ଉପରେ ପଥର ମାଡ କରିଛନ୍ତି | ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉତ୍ୟକ୍ତ ଲୋକକୁ ସେଠାରୁ ହଟାଇଛି | ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି |