close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଏହି ବିଦେଶୀ ଅଭିନେତ୍ରୀଙ୍କ ପ୍ରେମରେ ହାର୍ଦ୍ଦିକ ପାଣ୍ଡ୍ୟା, ଅତିଶୀଘ୍ର ହେବ ବିବାହ!

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମୈଦାନ ହେଉଁ ଅବା ମୈଦାନ ବାହାରେ ସର୍ବଦା ଚର୍ଚ୍ଚାରେ ରହନ୍ତି । ନିକଟ ଅତୀତରେ ତାଙ୍କର ଏକ ଅପରେଶନ ମଧ୍ୟ ହୋଇଥିଲା । ପାଣ୍ଡ୍ୟାଙ୍କ ନାଁ ବଲିଉଡର ଉର୍ବଶୀ, ଇଶା ଗୁପ୍ତା ସମେତ ବହୁ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଛି ।  କିନ୍ତୁ କୌଣସି ସମ୍ପର୍କ ଆଗକୁ ବଢି ପାରି ନଥିଲା । ବର୍ତ୍ତମାନ ପୁଣି ତାଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାର ବିଷୟ ପାଲଟିଛି । 

ଏହି ବିଦେଶୀ ଅଭିନେତ୍ରୀଙ୍କ ପ୍ରେମରେ ହାର୍ଦ୍ଦିକ ପାଣ୍ଡ୍ୟା, ଅତିଶୀଘ୍ର ହେବ ବିବାହ!
HARDIK PANDYA IN PIC

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମୈଦାନ ହେଉଁ ଅବା ମୈଦାନ ବାହାରେ ସର୍ବଦା ଚର୍ଚ୍ଚାରେ ରହନ୍ତି । ନିକଟ ଅତୀତରେ ତାଙ୍କର ଏକ ଅପରେଶନ ମଧ୍ୟ ହୋଇଥିଲା । ପାଣ୍ଡ୍ୟାଙ୍କ ନାଁ ବଲିଉଡର ଉର୍ବଶୀ, ଇଶା ଗୁପ୍ତା ସମେତ ବହୁ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଛି ।  କିନ୍ତୁ କୌଣସି ସମ୍ପର୍କ ଆଗକୁ ବଢି ପାରି ନଥିଲା । ବର୍ତ୍ତମାନ ପୁଣି ତାଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାର ବିଷୟ ପାଲଟିଛି । 

ସୂଚନା ମିଳିଛି ଯେ, ବର୍ତ୍ତମାନ ହାର୍ଦ୍ଦିକଙ୍କ ମନ ନତାଶା ଷ୍ଟାନଙ୍କବିକଙ୍କ ଉପରେ ଆସିଛି । ନତାଶା ଏହି ସମ୍ପର୍କକୁ ନେଇ ବେଶ ଗମ୍ଭୀର ବୋଲି ଜଣାପଡିଛି ।  ନତାଶା ଏବେ 'ନଚ ବୋଲିଏ ୯'ରେ ଦେଖିବାକୁ ମିଳୁଛନ୍ତି । ସ୍ପୋଟବୟ ରିପୋର୍ଟ ଅନୁସାରେ, ନିକଟରେ ହାର୍ଦ୍ଦିକ ନିଜ ମା ବାପାଙ୍କ ସହ ନତାଶାଙ୍କୁ ସାକ୍ଷାତ କରାଇଥିଲେ । ଏହା ପ୍ରଥମ ଥର ଯେତେବେଳେ ନତାଶା ହାର୍ଦ୍ଦିକଙ୍କ ସମଗ୍ର ପରିବାର ସହ ଭେଟ କରିଥିଲେ । 

ରିପୋର୍ଟ ଅନୁସାରେ ହାର୍ଦ୍ଦିକଙ୍କ ପରିବାର ଏହି ସମ୍ପର୍କକୁ ନେଇ କୌଣସି ଆପତ୍ତି କରିନାହିଁ । ଏହାସହ ପରିବାର ତରଫରୁ ଏହି ସମ୍ପର୍କକୁ ସହମତି ପ୍ରଦାନ କରାଯାଇଛି । ନତାଶା ଇନ୍‌ଷ୍ଟାଗ୍ରାମରେ ହାର୍ଦ୍ଦିକଙ୍କ ପାଇଁ ଗୋଟେ ମେସେଜ ଲେଖିଛନ୍ତି । ସେ ଲେଖିଛନ୍ତି ଯେ, ହାର୍ଦ୍ଦିକଙ୍କ ସହ ସମୟ କାଟି ତାଙ୍କ ବହୁତ ଭଲ ଲାଗିଛି । ହାର୍ଦ୍ଦିକ ସମସ୍ତଙ୍କ ପାଇଁ କୌଣସି ପ୍ରେରଣା ଠାରୁ କମ ନୁହେଁ । ହାର୍ଦ୍ଦିକଙ୍କ ପାଇଁ ବହୁତ ଗର୍ବିତ ବୋଲି କହିଛନ୍ତି ନତାଶା ।

ନତାଶା ହେଉଛନ୍ତି ସର୍ଭିଆର ଜଣେ ଅଭିନେତ୍ରୀ ଓ ଡାନ୍ସର । ସେ ବର୍ତ୍ତମାନ ମୁମ୍ବାଇରେ ରହନ୍ତି । ସେ ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ଫିଲ୍ମ ସତ୍ୟାଗ୍ରହରୁ ବଲିଉଡରେ ପାଦ ରଖିଥିଲେ ।  ଏହି ଫିଲ୍ମରେ ତାଙ୍କର ଏକ ଆଇଟମ ସଙ୍ଗ ରହିଛି । ପରେ ସେ ଟିଭି ରିୟଲିଟି ଶୋ ବିଗବଗ ସିଜନ ୮ରେ ନଜରକୁ ଆସିଥିଲେ । ତାଙ୍କୁ ସବୁଠାରୁ ଅଧିକ ଲୋକପ୍ରିୟତା 'ଡିଜେ ବାଲା ବାବୁ ମେରା ଗାନା ଚାଲା ଦେ'ରୁ ମିଳିଥିଲା ।