Advertisement
Article Detail0/zeeodisha/odisha685105
Zee OdishaOther Newswhoର କାର୍ଯ୍ୟଭାର ସମ୍ଭାଳିଲେ ଡା. ହର୍ଷବର୍ଦ୍ଧନ

whoର କାର୍ଯ୍ୟଭାର ସମ୍ଭାଳିଲେ ଡା. ହର୍ଷବର୍ଦ୍ଧନ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା whoଉପରେ ଭାରତର ଦବଦବା। ସଂଗଠନର ଏକ ପ୍ରମୁଖ ପଦବୀକୁ ଭାରତ ଅକ୍ତିଆର କରିନେଇଛି। ଭାରତର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡର ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିପାଇଁ ଭାରତକୁ ୧୦୦ରୁ ଊର୍ଦ୍ଧ୍ୱ ରାଷ୍ଟ୍ର ସମର୍ଥନ ଜଣାଇଥିଲେ।  ସୂଚନା ଯୋଗ୍ୟ କାର୍ଯ୍ୟନ

whoର କାର୍ଯ୍ୟଭାର ସମ୍ଭାଳିଲେ ଡା. ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା whoଉପରେ ଭାରତର ଦବଦବା। ସଂଗଠନର ଏକ ପ୍ରମୁଖ ପଦବୀକୁ ଭାରତ ଅକ୍ତିଆର କରିନେଇଛି। ଭାରତର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡର ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିପାଇଁ ଭାରତକୁ ୧୦୦ରୁ ଊର୍ଦ୍ଧ୍ୱ ରାଷ୍ଟ୍ର ସମର୍ଥନ ଜଣାଇଥିଲେ। 

ସୂଚନା ଯୋଗ୍ୟ କାର୍ଯ୍ୟନିର୍ବାହୀ ବୋର୍ଡର ଚେୟାରମ୍ୟାନ୍ ଭାବରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। କାର୍ଯ୍ୟନିର୍ବାହୀ ବୋର୍ଡ 34 ବୈଷୟିକ ଯୋଗ୍ୟ ସଦସ୍ୟଙ୍କୁ ନେଇ ଗଠିତ, ସେମାନଙ୍କର କାର୍ଯ୍ୟକାଳ ତିନି ବର୍ଷ ହେବ | ସେହିପରି ଆଞ୍ଚଳିକ ବାଦ ଅନୁଯାୟୀ ମଧ୍ୟ ପ୍ରତିବର୍ଷ ପରିବର୍ତ୍ତନ କରାଯାଇଥାଏ। ଏହି ଆଧାରରେ ଚେୟାରମ୍ୟାନ୍ ପଦ ଚୟନ କରାଯାଏ |ତେବେ ଏହି ପଦବୀର ମୁଖ୍ୟ କାର୍ଯ୍ୟ ହେଉଛି ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ସହିତ ଏହି କ୍ଷେତ୍ରରେ ନିଆଯାଇଥିବା ନିଷ୍ପତ୍ତି ଓ ନୀତି ଲାଗୁ କରିବା ପ୍ରଥମ କାର୍ଯ୍ୟ ହୋଇଥାଏ। 

Add Zee News as a Preferred Source
About the Author