ହରିୟାଣା-ମହାରାଷ୍ଟ୍ରରେ ପଲଟିଲା ବାଜି, ବିଜେପି ପାଇଁ ବିପଦର ସଙ୍କେତ!
Advertisement

ହରିୟାଣା-ମହାରାଷ୍ଟ୍ରରେ ପଲଟିଲା ବାଜି, ବିଜେପି ପାଇଁ ବିପଦର ସଙ୍କେତ!

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି । ୨ ରାଜ୍ୟରେ ଭୋଟ ଗଣିତ ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ଯାଏ ଆସିଥିବା ଆକଳନ ଅନୁସାରେ ବିଜେପି ଓ ଶିବସେନା ମେଣ୍ଟ ମହାରାଷ୍ଟ୍ରରେ ସରକାର ଗଢିବାକୁ ଯାଉଛି । ଅନ୍ୟପଟେ ହରିୟାଣା କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଛି । କଂଗ୍ରେସ ଓ ବିଜେପି ମଧ୍ୟର କ୍ରମାଗତ ସାପ ସିଡ଼ିର ଖେଳ ଜାରି ରହିଛି । କେତେବେଳେ ବିଜେପି ଆଗକୁ ବଢୁଛି ତ କେତେବେଳେ କଂଗ୍ରେସ ମଜଭୁତ ହେଉଛି । ଏଠାରେ ଜେଜେପି କିଙ୍ଗ ମେକର ଭୂମିକା ନିର୍ବାହ କରିପାରନ୍ତି । 

PM MODI AND SHAH IN PIC

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି । ୨ ରାଜ୍ୟରେ ଭୋଟ ଗଣିତ ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ଯାଏ ଆସିଥିବା ଆକଳନ ଅନୁସାରେ ବିଜେପି ଓ ଶିବସେନା ମେଣ୍ଟ ମହାରାଷ୍ଟ୍ରରେ ସରକାର ଗଢିବାକୁ ଯାଉଛି । ଅନ୍ୟପଟେ ହରିୟାଣା କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଛି । କଂଗ୍ରେସ ଓ ବିଜେପି ମଧ୍ୟର କ୍ରମାଗତ ସାପ ସିଡ଼ିର ଖେଳ ଜାରି ରହିଛି । କେତେବେଳେ ବିଜେପି ଆଗକୁ ବଢୁଛି ତ କେତେବେଳେ କଂଗ୍ରେସ ମଜଭୁତ ହେଉଛି । ଏଠାରେ ଜେଜେପି କିଙ୍ଗ ମେକର ଭୂମିକା ନିର୍ବାହ କରିପାରନ୍ତି । 

ଲୋକସଭା ନିର୍ବାଚନ ପରେ ଏହି ୨ ରାଜ୍ୟର ବିଧାନସଭା ନିର୍ବାଚନ ବିଜେପିରର ଲୋକପ୍ରିୟତାର ପ୍ରଥମ ଟେଷ୍ଟ କହିଲେ ଅତୁକ୍ତି ହେବ ନାହିଁ । ବର୍ତ୍ତମାନ ହରିୟାଣା ଓ ମହାରାଷ୍ଟ୍ରରେ ବିଜେପି ହାତରେ ଶାସନ କ୍ଷମତା ରହିଛି ।  ଅନ୍ୟପଟେ କଂଗ୍ରେସ କ୍ଷମତାରେ ଫେରିବାର ଆଶା ବାନ୍ଧି ବସିଛି । ଆଜିର ନିର୍ବାଚନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଓ ହରିୟାଣାର ସିଏମ ମନୋହର ଲାଲ ଖଟ୍ଟରଙ୍କ ଭବିଷ୍ୟତ ସ୍ଥିର କରିବ । 
ମହାରାଷ୍ଟ୍ରରେ ସର୍ବମୋଟ ୨୮୮ ବିଧାନସଭା ଆସନ ଓ ହରିୟାଣାରେ ୯୦ଟି ବିଧାନସଭା ଆସନ ରହିଛି । ଦୁଇ ରାଜ୍ୟରେ ଅକ୍ଟୋବର ୨୧ରେ ଏକାସାଙ୍ଗରେ ମତଦାନ ହୋଇଥିଲା । ମହାରାଷ୍ଟ୍ରରେ ୬୦.୪୬ ପ୍ରତିଶତ ଓ ହରିୟାଣାରେ ୬୫.୭୫ ପ୍ରତିଶତ ମତଦାନ ହୋଇଥିଲା । 

ବର୍ତ୍ତମାନର ଆକଳନ ଅନୁସାରେ ହରିୟାଣାରେ ବିଜେପିକୁ ସଂଖ୍ୟା ଗରିଷ୍ଠତା ମିଳୁନାହିଁ । ଏଠାରେ ବିଜେପି ୪୦, କଂଗ୍ରେସ ୩୦ ଓ ଅନ୍ୟାନ୍ୟ ଦଳ ୨୦ଟି ଆସନରେ ଆଗୁଆ ରହିଛି । 

ସେହିପରି ମହାରାଷ୍ଟ୍ରରେ ୧୬୪ଟି ଆସନରେ ଆଗୁଆ ରହିଛି ବିଜେପି ଓ ଶିବସେନା ମେଣ୍ଟ । ବିଜେପି ୯୫, ଶିବସେନା ୬୫ ଆସନରେ ଆଗୁଆ ରହିଛି । ଅନ୍ୟପଟେ କଂଗ୍ରେସ ଓ ଏନସିପି ମେଣ୍ଟ ୯୪ଟି ଆସନରେ ଆଗୁଆ ରହିଛି ।  କଂଗ୍ରେସ ୪୨ ଓ ଏନସିପି ୪୭ଟି ଆସନରେ ଆଗୁଆ ରହିଛି । ସେହିପରି ଅନ୍ୟାନ୍ୟ ଦଳଗୁଡିକ ୩୦ଟି ଆସନରେ ଆଗକୁ ଚାଲିଛି ।