close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଧାରା ୩୭୦ର 'ଅସ୍ତ୍ର' ପ୍ରୟୋଗ ସତ୍ତ୍ୱେ କଂଗ୍ରେସ ଭାଙ୍ଗିଲା ବିଜେପିର ସ୍ୱପ୍ନ

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି ଜୋରଦାର ଟକ୍କର ।  କାହା ହାତରେ ଯିବ ରାଜ୍ୟର ଶାସନ କ୍ଷମତା ତାହାର ସ୍ଥିତି ଏଯାଏ ହୋଇ ପାରି ନାହିଁ ସ୍ପଷ୍ଟ । ବର୍ତ୍ତମାନର ପରିସ୍ଥିତିକୁ ଦେଖି ଜଣାପଡୁଛି ଯେ ରାଜ୍ୟରେ ମନୋହର ଲାଲ ଖଟ୍ଟର ସରକାରଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନୁହନ୍ତି ଭୋଟର ।

ଧାରା ୩୭୦ର 'ଅସ୍ତ୍ର' ପ୍ରୟୋଗ ସତ୍ତ୍ୱେ କଂଗ୍ରେସ ଭାଙ୍ଗିଲା ବିଜେପିର ସ୍ୱପ୍ନ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି ଜୋରଦାର ଟକ୍କର ।  କାହା ହାତରେ ଯିବ ରାଜ୍ୟର ଶାସନ କ୍ଷମତା ତାହାର ସ୍ଥିତି ଏଯାଏ ହୋଇ ପାରି ନାହିଁ ସ୍ପଷ୍ଟ । ବର୍ତ୍ତମାନର ପରିସ୍ଥିତିକୁ ଦେଖି ଜଣାପଡୁଛି ଯେ ରାଜ୍ୟରେ ମନୋହର ଲାଲ ଖଟ୍ଟର ସରକାରଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନୁହନ୍ତି ଭୋଟର ।

ଧାରା ୩୭୦ର ପ୍ରଭାବ ମଧ୍ୟ ଦେଖିବାକୁ ମିଳିନାହିଁ । ପୁରା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଧାରା ୩୭୦କୁ ନେଇ ଜୋରଦାର ପ୍ରଚାର କରିଥିଲେ । ଏହାସହ ବିରୋଧୀଙ୍କୁ କାଠଗଡାରେ ଛିଡା କରିଥିଲେ । କିନ୍ତୁ ଏହାର ପ୍ରଭାବ ରାଜ୍ୟର ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳୁ ନାହିଁ । ବିଗତ ୫ ବର୍ଷରେ ରାଜ୍ୟରେ ବେକାରୀ, ମହିଳାଙ୍କ ଉପରେ ଅତ୍ୟାଚାର ଓ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ବିଜେପି ବିରୋଧରେ ଯାଇଛି । 

ବର୍ତ୍ତମାନ ଯାଏ ଭୋଟ ଗଣିତର ଫଳାଫଳ ଅନୁସାରେ ବିଜେପି ୪୦, କଂଗ୍ରେସ ୩୨, ଜେଜେପି ୧୦ ଓ ଅନ୍ୟାନ୍ୟ ଦଳ ୮ଟି ଆସନରେ ଆଗୁଆ ରହିଛି । ବର୍ତ୍ତମାନର ପରିସ୍ଥିତିରେ ଜେଜେପି ହାତରେ ହରିୟାଣାର ଶାସନ କ୍ଷମତା ରହିଛି କହିଲେ ଅତୁକ୍ତି ହେବ ନାହିଁ । କାରଣ କୌଣସି ଦଳ ଜେଜେପି ଓ ସ୍ୱାଧୀନ ବିଧାୟକଙ୍କ ବିନା କ୍ଷମତାକୁ ଆସି ପାରିବ ନାହିଁ ବୋଲି ଆକଳନରୁ ଜଣାପଡୁଛି । ଏହାକୁ ଦେଖି ଅନୁମାନ କରି ପାରୁଛନ୍ତି ଯେ, ହରିୟାଣାବାସୀଙ୍କ ଉପରେ ଧାରା ୩୭୦ରେ କୌଣସି ପ୍ରଭାବ ପଡିନାହିଁ । 

ଅନ୍ୟପଟେ ଲୋକସଭା ନିର୍ବାଚନ ପରେ ଏହି ୨ ରାଜ୍ୟର ବିଧାନସଭା ନିର୍ବାଚନ ବିଜେପିର ଲୋକପ୍ରିୟତାର ପ୍ରଥମ ଟେଷ୍ଟ କହିଲେ ଅତୁକ୍ତି ହେବ ନାହିଁ । ବର୍ତ୍ତମାନ ହରିୟାଣା ଓ ମହାରାଷ୍ଟ୍ରରେ ବିଜେପି ହାତରେ ଶାସନ କ୍ଷମତା ରହିଛି ।  ଅନ୍ୟପଟେ କଂଗ୍ରେସ କ୍ଷମତାରେ ଫେରିବାର ଆଶା ବାନ୍ଧି ବସିଛି । ଆଜିର ନିର୍ବାଚନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଓ ହରିୟାଣାର ସିଏମ ମନୋହର ଲାଲ ଖଟ୍ଟରଙ୍କ ଭବିଷ୍ୟତ ସ୍ଥିର କରିବ । 
ମହାରାଷ୍ଟ୍ରରେ ସର୍ବମୋଟ ୨୮୮ ବିଧାନସଭା ଆସନ ଓ ହରିୟାଣାରେ ୯୦ଟି ବିଧାନସଭା ଆସନ ରହିଛି । ଦୁଇ ରାଜ୍ୟରେ ଅକ୍ଟୋବର ୨୧ରେ ଏକାସାଙ୍ଗରେ ମତଦାନ ହୋଇଥିଲା । ମହାରାଷ୍ଟ୍ରରେ ୬୦.୪୬ ପ୍ରତିଶତ ଓ ହରିୟାଣାରେ ୬୫.୭୫ ପ୍ରତିଶତ ମତଦାନ ହୋଇଥିଲା ।