ଶାହା ରଦ୍ଦ କଲେ ନିଜ କାର୍ଯ୍ୟକ୍ରମ, ଖଟ୍ଟରଙ୍କୁ ଦିଲ୍ଲୀ ଡକରା
ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ମତ ଗଣନା । ବର୍ତ୍ତମାନ ସମସ୍ତ ଦଳ ଶେଷ ପରିଣାମର ଅପେକ୍ଷା କରି ବସିଛି । କାରଣ ଆସୁଥିବା ଭୋଟ ଗଣତିର ଆକଳନ ସମସ୍ତଙ୍କୁ ଚକିତ କରି ଦେଇଛି । ଏଠାରେ ତ୍ରିଶଙ୍କୁ ବିଧାନସଭାର ପରିସ୍ଥିତି ଦେଖା ଦେଇଛି ।
- ଅମିତ ଶାହା ରଦ୍ଦ କଲେ ନିଜ କାର୍ଯ୍ୟକ୍ରମ
ମନୋହର ଲାଲ ଖଟ୍ଟରଙ୍କୁ ଦିଲ୍ଲୀ ଡକା ଗଲା
Trending Photos
)
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ମତ ଗଣନା । ବର୍ତ୍ତମାନ ସମସ୍ତ ଦଳ ଶେଷ ପରିଣାମର ଅପେକ୍ଷା କରି ବସିଛି । କାରଣ ଆସୁଥିବା ଭୋଟ ଗଣତିର ଆକଳନ ସମସ୍ତଙ୍କୁ ଚକିତ କରି ଦେଇଛି । ଏଠାରେ ତ୍ରିଶଙ୍କୁ ବିଧାନସଭାର ପରିସ୍ଥିତି ଦେଖା ଦେଇଛି ।
ବର୍ତ୍ତମାନର ଆକଳନ ଅନୁସାରେ ବିଧାନସଭାର ୯୦ଟି ଆସନରୁ ବିଜେପି ୪୧, କଂଗ୍ରେସ ୩୦, ଜେଜେପି ୧୦ ଓ ଅନ୍ୟାନ୍ୟ ଦଳ ୯ଟି ଆସନରେ ଆଗୁଆ ରହିଛି । ଏହି ପରିସ୍ଥିତିକୁ ଦେଖି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିଜର ସମସ୍ତ କାର୍ଯ୍ୟକ୍ରମକୁ ରଦ୍ଦ କରି ଦେଇଛନ୍ତି ।
ଏହାସହ ସେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଦିଲ୍ଲୀ ଆସିବା ପାଇଁ କହିଛନ୍ତି । କାରଣ ବିଜେପିକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି ବର୍ତ୍ତମାନର ଭୋଟ ଗଣତିରୁ ଜଣାପଡୁଛି । ତେଣୁ ଏହି ପରିସ୍ଥିତିରେ ବିଜେପି ସ୍ୱାଧୀନ ପ୍ରାର୍ଥୀ ସହ ଜେଜେପିର ସହାୟତାରେ ସରକାର ଗଢିବାକୁ ପ୍ରୟାସ କରିବ । ଏହି ସବୁ ଘଟଣା ଭିତରେ ଜେଜେପି ତରଫରୁ କିଛି ସର୍ତ୍ତ ରଖି କଂଗ୍ରେସକୁ ସମର୍ଥନ ଦେବାର ଘୋଷଣା କରାଯାଇଛି ।
ଶାହାଙ୍କୁ ଆଜି(ଗୁରୁବାର) ଗ୍ରେଟର ନୋଏଡାରେ ଆଇଟିବିପିର ଏକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାର ଥିଲା । କିନ୍ତୁ ନିର୍ବାଚନୀ ପରିଣାମକୁ ଦେଖି ସେ ଏହି କାର୍ଯ୍ୟକ୍ରମରେ ପହଞ୍ଚିବ ନାହିଁ । ତାଙ୍କ ସ୍ଥାନରେ ଏମଓଏସ ଗୃହ କୃଷ୍ଣ ରେଡ୍ଚି କାର୍ଯ୍ୟକ୍ରମରେ ପହଞ୍ଚିଛନ୍ତି ।
ଅନ୍ୟପଟେ ଲୋକସଭା ନିର୍ବାଚନ ପରେ ଏହି ୨ ରାଜ୍ୟର ବିଧାନସଭା ନିର୍ବାଚନ ବିଜେପିରର ଲୋକପ୍ରିୟତାର ପ୍ରଥମ ଟେଷ୍ଟ କହିଲେ ଅତୁକ୍ତି ହେବ ନାହିଁ । ବର୍ତ୍ତମାନ ହରିୟାଣା ଓ ମହାରାଷ୍ଟ୍ରରେ ବିଜେପି ହାତରେ ଶାସନ କ୍ଷମତା ରହିଛି । ଅନ୍ୟପଟେ କଂଗ୍ରେସ କ୍ଷମତାରେ ଫେରିବାର ଆଶା ବାନ୍ଧି ବସିଛି । ଆଜିର ନିର୍ବାଚନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଓ ହରିୟାଣାର ସିଏମ ମନୋହର ଲାଲ ଖଟ୍ଟରଙ୍କ ଭବିଷ୍ୟତ ସ୍ଥିର କରିବ ।
ମହାରାଷ୍ଟ୍ରରେ ସର୍ବମୋଟ ୨୮୮ ବିଧାନସଭା ଆସନ ଓ ହରିୟାଣାରେ ୯୦ଟି ବିଧାନସଭା ଆସନ ରହିଛି । ଦୁଇ ରାଜ୍ୟରେ ଅକ୍ଟୋବର ୨୧ରେ ଏକାସାଙ୍ଗରେ ମତଦାନ ହୋଇଥିଲା । ମହାରାଷ୍ଟ୍ରରେ ୬୦.୪୬ ପ୍ରତିଶତ ଓ ହରିୟାଣାରେ ୬୫.୭୫ ପ୍ରତିଶତ ମତଦାନ ହୋଇଥିଲା ।
More Stories