ପ୍ରତି ମୁହୂର୍ତ୍ତରେ ବଦଳୁଛି ହରିୟାଣାର ପରିଣାମ, ନମ୍ବର ଗେମ ଯୋଗାଡ଼ କରିବାରେ ଲାଗିଛି ବିଜେପି-କଂଗ୍ରେସ
topStories0hindi589012

ପ୍ରତି ମୁହୂର୍ତ୍ତରେ ବଦଳୁଛି ହରିୟାଣାର ପରିଣାମ, ନମ୍ବର ଗେମ ଯୋଗାଡ଼ କରିବାରେ ଲାଗିଛି ବିଜେପି-କଂଗ୍ରେସ

ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାର ଗଢିବାକୁ ଯାଉଛି । ଅନ୍ୟପକ୍ଷେ କ୍ଷଣେ କ୍ଷଣେ ବଦଳୁଛି ହରିୟାଣାର ନିର୍ବାଚନୀ ପରିଣାମ । କେତେବେଳେ ବିଜେପି ଆଗରେ ତ କେତେବେଳେ କଂଗ୍ରେସ ମଜଭୁତ ସ୍ଥିତି ଲାଭ କରୁଛି । ଆଉ କେତେବେଳେ ଉଭୟ ଦଳକୁ ସମାନ ଆସନ ମିଳୁଥିବାର ନଜରକୁ ଆସୁଛି । 

ପ୍ରତି ମୁହୂର୍ତ୍ତରେ ବଦଳୁଛି ହରିୟାଣାର ପରିଣାମ, ନମ୍ବର ଗେମ ଯୋଗାଡ଼ କରିବାରେ ଲାଗିଛି ବିଜେପି-କଂଗ୍ରେସ

ନୂଆଦିଲ୍ଲୀ: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାର ଗଢିବାକୁ ଯାଉଛି । ଅନ୍ୟପକ୍ଷେ କ୍ଷଣେ କ୍ଷଣେ ବଦଳୁଛି ହରିୟାଣାର ନିର୍ବାଚନୀ ପରିଣାମ । କେତେବେଳେ ବିଜେପି ଆଗରେ ତ କେତେବେଳେ କଂଗ୍ରେସ ମଜଭୁତ ସ୍ଥିତି ଲାଭ କରୁଛି । ଆଉ କେତେବେଳେ ଉଭୟ ଦଳକୁ ସମାନ ଆସନ ମିଳୁଥିବାର ନଜରକୁ ଆସୁଛି । 

ଏହା ମଧ୍ୟରେ ହରିୟାଣାରେ ବିଜେପି ଓ କଂଗ୍ରେସ ସରକାର ଗଢିବା ପାଇଁ ନମ୍ବର ଯୋଗାଡ କରିବାରେ ଲାଗି ପଡିଛି । କାରଣ ଭୋଟ ଗଣିତର ଆକଳନରୁ ସ୍ପଷ୍ଟ ଲାଗୁଛି ଯେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ।

ଏହି କ୍ରମରେ ବିଜେପି ସ୍ୱାଧୀନ ପ୍ରାର୍ଥୀ ଓ ଜେଜେପି ସହ ସମ୍ପର୍କ କରିବାରେ ଲାଗି ପଡିଛି । ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ହୁଡ୍ଡା ମଧ୍ୟ ଜେଜେପି ସମେତ ବିଜେପି ବିରୋଧୀ ଦଳକୁ ତାଙ୍କ ସମର୍ଥ ପାଇଁ ଆଗେଇ ଆସନ୍ତୁ ବୋଲି କହିଛନ୍ତି । ବର୍ତ୍ତମାନର ଆକଳନ ଆନୁସାରେ, ବିଜେପି ୩୯, କଂଗ୍ରେସ ୩୩, ଜେଜେପି ୧୦ ଓ ଅନ୍ୟାନ୍ୟ ୮ଟି ଆସନରେ ଆଗୁଆ ଅଛି ।

ଲୋକସଭା ନିର୍ବାଚନ ପରେ ଏହି ୨ ରାଜ୍ୟର ବିଧାନସଭା ନିର୍ବାଚନ ବିଜେପିର ଲୋକପ୍ରିୟତାର ପ୍ରଥମ ଟେଷ୍ଟ କହିଲେ ଅତୁକ୍ତି ହେବ ନାହିଁ । ବର୍ତ୍ତମାନ ସମୟରେ ହରିୟାଣା ଓ ମହାରାଷ୍ଟ୍ରରେ ବିଜେପି ହାତରେ ଶାସନ କ୍ଷମତା ରହିଛି ।  ଅନ୍ୟପଟେ କଂଗ୍ରେସ କ୍ଷମତାରେ ଫେରିବାର ଆଶା ବାନ୍ଧି ବସିଛି । ଆଜିର ନିର୍ବାଚନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଓ ହରିୟାଣାର ସିଏମ ମନୋହର ଲାଲ ଖଟ୍ଟରଙ୍କ ଭବିଷ୍ୟତ ସ୍ଥିର କରିବ । 

ମହାରାଷ୍ଟ୍ରରେ ସର୍ବମୋଟ ୨୮୮ ବିଧାନସଭା ଆସନ ଓ ହରିୟାଣାରେ ୯୦ଟି ବିଧାନସଭା ଆସନ ରହିଛି । ଦୁଇ ରାଜ୍ୟରେ ଅକ୍ଟୋବର ୨୧ରେ ଏକାସାଙ୍ଗରେ ମତଦାନ ହୋଇଥିଲା । ମହାରାଷ୍ଟ୍ରରେ ୬୦.୪୬ ପ୍ରତିଶତ ଓ ହରିୟାଣାରେ ୬୫.୭୫ ପ୍ରତିଶତ ମତଦାନ ହୋଇଥିଲା ।

 

Trending news