ଭୁପେନ୍ଦ୍ର ହୁଡ୍ଡାଙ୍କ ବଡ଼ ବୟାନ, କହିଲେ ଆମକୁ ସଂଖ୍ୟା ଗରିଷ୍ଠତା ମିଳିଥାନ୍ତା ଯଦି...
Advertisement

ଭୁପେନ୍ଦ୍ର ହୁଡ୍ଡାଙ୍କ ବଡ଼ ବୟାନ, କହିଲେ ଆମକୁ ସଂଖ୍ୟା ଗରିଷ୍ଠତା ମିଳିଥାନ୍ତା ଯଦି...

ହରିୟାଣା ବିଧାନସଭା ନିର୍ବାଚନରେ 'ଅବକି ବାର ୭୫ ପାର'ର ନାରା ଦେଇଥିଲା ବିଜେପି । କିନ୍ତୁ ଦଳକୁ ଆଶା ମୁତାବକ ମିଳି ନାହିଁ ଆସନ । ଦଳ ପ୍ରଦର୍ଶନ କରିବାରେ ହୋଇଛି ଅସଫଳ । ଧାରା ୩୭୦ ଓ ରାଷ୍ଟ୍ରଭକ୍ତି ପରି ବିଷୟକୁ ନେଇ ନିର୍ବାଚନ ଲଢିଥିଲା ବିଜେପି । ଅନ୍ୟପକ୍ଷେ ସ୍ଥାନୀୟ ବିଷୟ ଓ ସମସ୍ୟାଗୁଡିକର ଅଣଦେଖା କରିଥିଲା ଦଳ । ଯାହାର ପରିଣାମ ଭୋଟ ଗଣତି ପରେ ମିଳିଥିଲା । 

  • ହରିୟାଣା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗହରିଷ୍ଠତା ମିଳି ନାହିଁ 
    ଧାରା ୩୭୦ ଓ ରାଷ୍ଟ୍ରଭକ୍ତି ପରି ବିଷୟକୁ ନେଇ ନିର୍ବାଚନ ଲଢିଥିଲା ବିଜେପି 
    ହୁଡ୍ଡା କହିଛନ୍ତି ଯେ କଂଗ୍ରେସକୁ ଆଉଁ ଟିକେ ଅଧିକ ସମୟ ମିଳିଥିଲେ ସଂଖ୍ୟା ଗରିଷ୍ଠତା ମିଳିଥାନ୍ତା 

Trending Photos

BS HOODA IN PIC

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ 'ଅବକି ବାର ୭୫ ପାର'ର ନାରା ଦେଇଥିଲା ବିଜେପି । କିନ୍ତୁ ଦଳକୁ ଆଶା ମୁତାବକ ମିଳି ନାହିଁ ଆସନ । ଦଳ ପ୍ରଦର୍ଶନ କରିବାରେ ହୋଇଛି ଅସଫଳ । ଧାରା ୩୭୦ ଓ ରାଷ୍ଟ୍ରଭକ୍ତି ପରି ବିଷୟକୁ ନେଇ ନିର୍ବାଚନ ଲଢିଥିଲା ବିଜେପି । ଅନ୍ୟପକ୍ଷେ ସ୍ଥାନୀୟ ବିଷୟ ଓ ସମସ୍ୟାଗୁଡିକର ଅଣଦେଖା କରିଥିଲା ଦଳ । ଯାହାର ପରିଣାମ ଭୋଟ ଗଣତି ପରେ ମିଳିଥିଲା । 

ଚଳିତ ବିଧାନସଭା ନିର୍ବାଚନରେ ରାଜ୍ୟର ୯୦ ଆସନରୁ ବିଜେପିକୁ ୪୦ ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଅନ୍ୟପକ୍ଷେ ଆଶ୍ଚର୍ଯ୍ୟଜନକ ଭାବେ କଂଗ୍ରେସ ପ୍ରଦର୍ଶନ କରି ୩୧ଟି ଆସନ ଜିତି ନେଇଛି । ସେହିପରି ହରିୟାଣା ରାଜନୀତିରେ ନୂଆ ଦଳ ଜେଜେପି କିଙ୍ଗ ମେକର ଭାବେ ପ୍ରଦର୍ଶନ କରି ୧୦ଟି ଆସନରେ ଜିତିବାରେ ସଫଳ ହୋଇଛି । ଏହି କ୍ରମରେ କଂଗ୍ରେସର ବରିଷ୍ଠ ନେତା ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା ତରଫରୁ ବଡ଼ ମନ୍ତବ୍ୟ ଆସିଛି । 

ହୁଡ୍ଡା କହିଛନ୍ତି ଯେ କଂଗ୍ରେସକୁ ଆଉଁ ଟିକେ ଅଧିକ ସମୟ ମିଳିଥିଲେ ସଂଖ୍ୟା ଗରିଷ୍ଠତା ମିଳିଥାନ୍ତା ।  ଏହି ଜନାଦେଶ ବିଜେପି ସରକାର ବିରୋଧରେ ଆସିଛି । ସମସ୍ତ ମିଶି ଏକ ମଜଭୁତ ସରକାର ଗଢିବାର ଆବଶ୍ୟକତା ରହିଛି । ଦୁଷ୍ୟନ୍ତ ଚୌଟାଲାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦର କୌଣସି ଅଫର ଦେବା ଭଲି ଆଲୋଚନା କରାଯାଇ ନାହିଁ । ଏହା ଉପରେ ଏକାଠି ମିଳିତ ହୋଇ ଆଲୋଚନା କରିବୁ ବୋଲି ସେ କହିଛନ୍ତି । 

ସେ ଆହୁରି କହିଛନ୍ତି ଯେ, ସୋନିଆଜୀ ହେଉଛନ୍ତି ଆମର ନେତା । ସେ ମୋତେ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଦଳ, ବିଧାୟକ ଓ ମେଣ୍ଟ ତରଫରୁ ସ୍ଥିର ହେବ । ବର୍ତ୍ତମାନର ସରକାର ପ୍ରତି ସମସ୍ତ ବର୍ଗ ଅସନ୍ତୁଷ୍ଟ ଥିଲେ । ୨୦୧୪ରେ ବିଜେପି ୧୫୪ଟି ପ୍ରତିଶ୍ରୃତି କରିଥିଲେ, କିନ୍ତୁ ଗୋଟିଏ ହେଲେ ପୂରଣ କରି ନାହିଁ ।