close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଅମିତ ଶାହାଙ୍କ ଭର୍ତ୍ସନା ପରେ ହରିୟାଣା ବିଜେପି ଅଧ୍ୟକ୍ଷଙ୍କ ଇସ୍ତଫା !

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳି ନାହିଁ ।  ଅନ୍ୟପକ୍ଷେ ବର୍ତ୍ତମାନ ଯାଏ ଭୋଟ ଗଣିତର ଆକଳନ ଅନୁଯାୟୀ ବିପଦରେ ହରିୟାଣାର ବିଜେପି ସରକାର ବୋଲି ଜଣାପଡୁଛି । ଚଳିତ ଥର ବିଜେପିର 'ଆବକି ବାର ୭୫ ପାର' ନାରା ଫେଲ ହେବାର ଦେଖା ଯାଉଛି ।  

ଅମିତ ଶାହାଙ୍କ ଭର୍ତ୍ସନା ପରେ ହରିୟାଣା ବିଜେପି ଅଧ୍ୟକ୍ଷଙ୍କ ଇସ୍ତଫା !
SUBHASH BARALA

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳି ନାହିଁ ।  ଅନ୍ୟପକ୍ଷେ ବର୍ତ୍ତମାନ ଯାଏ ଭୋଟ ଗଣିତର ଆକଳନ ଅନୁଯାୟୀ ବିପଦରେ ହରିୟାଣାର ବିଜେପି ସରକାର ବୋଲି ଜଣାପଡୁଛି । ଚଳିତ ଥର ବିଜେପିର 'ଆବକି ବାର ୭୫ ପାର' ନାରା ଫେଲ ହେବାର ଦେଖା ଯାଉଛି ।  

ଏହି ସବୁ ପରିସ୍ଥିତି ମଧ୍ୟରେ ହରିୟାଣା ପ୍ରଦେଶ ଅଧ୍ୟକ୍ଷ ସୁଭାଷ ବରାଲା ମଧ୍ୟ ନିଜ ଆସନରେ ପଛକୁ ଚାଲିଛି ।  ତାଙ୍କୁ ସଙ୍ଗଠନରେ ବଡ଼ ପଦ ଦେଇ ଜାଟ ଭୋଟକୁ ବିଜେପି ସପକ୍ଷରେ ଆଣିବାର ଦାୟିତ୍ୱ ଦିଆଯାଇଥିଲା କିନ୍ତୁ ସେ ଏଥିରେ ଅସଫଳ ହୋଇଛନ୍ତି ।  ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତାଙ୍କୁ ଭର୍ତ୍ସନା କରିଛନ୍ତି । ଯାହା ପରେ ବରାଲା ପ୍ରଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଜଣାପଡିଛି ।  

ହରିୟାଣାରେ ଦଳର ମନ ମୁତାବକ ଆସନ ନ ଆସିବାରୁ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି ବରାଲା । ତେଣୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।  ବର୍ତ୍ତମାନର ମତ ଗଣନାର ଆକଳନ ଅନୁସାରେ ବିଜେପି ୩୬, କଂଗ୍ରେସ ୩୪, ଜେଜେପି ୧୦ ଓ ଅନ୍ୟାନ୍ୟ ୧୦ଟି ଆସନରେ ଆଗୁଆ ଅଛି ।  

ବର୍ତ୍ତମାନ ହରିୟାଣା ଓ ମହାରାଷ୍ଟ୍ରରେ ବିଜେପି ହାତରେ ଶାସନ କ୍ଷମତା ରହିଛି ।  ଅନ୍ୟପଟେ କଂଗ୍ରେସ କ୍ଷମତାରେ ଫେରିବାର ଆଶା ବାନ୍ଧି ବସିଛି । ଆଜିର ନିର୍ବାଚନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଓ ହରିୟାଣାର ସିଏମ ମନୋହର ଲାଲ ଖଟ୍ଟରଙ୍କ ଭବିଷ୍ୟତ ସ୍ଥିର କରିବ । 

ମହାରାଷ୍ଟ୍ରରେ ସର୍ବମୋଟ ୨୮୮ ବିଧାନସଭା ଆସନ ଓ ହରିୟାଣାରେ ୯୦ଟି ବିଧାନସଭା ଆସନ ରହିଛି । ଦୁଇ ରାଜ୍ୟରେ ଅକ୍ଟୋବର ୨୧ରେ ଏକାସାଙ୍ଗରେ ମତଦାନ ହୋଇଥିଲା । ମହାରାଷ୍ଟ୍ରରେ ୬୦.୪୬ ପ୍ରତିଶତ ଓ ହରିୟାଣାରେ ୬୫.୭୫ ପ୍ରତିଶତ ମତଦାନ ହୋଇଥିଲା ।