କାହା ହାତକୁ ଯିବ ହରିୟାଣା-ମହାରାଷ୍ଟ୍ରର ଶାସନ? ଆଉ କିଛି ସମୟ ପରେ ଆସିବ ପରିଣାମ
Advertisement

କାହା ହାତକୁ ଯିବ ହରିୟାଣା-ମହାରାଷ୍ଟ୍ରର ଶାସନ? ଆଉ କିଛି ସମୟ ପରେ ଆସିବ ପରିଣାମ

ହରିୟାଣା-ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ପରିଣାମକୁ ଜଗି ବସିଛି ସମସ୍ତ ରାଜନୈତିକ ଦଳ । ଏହା ପୂର୍ବରୁ ନିଜ ନିଜ ଦଳର ଜିତିବାକୁ ନେଇ ଦାବି କରୁଛନ୍ତି ସମସ୍ତ ଦଳର ନେତାଗଣ । ଆଉ କିଛି ସମୟର ଅପେକ୍ଷା ତା ପରେ ପରିଣମାମ ଆସିବା ଆରମ୍ଭ ହୋଇଯିବ । ଏହି ନିର୍ବାଚନୀ ପରିଣାମ ବିଜେପି ପାଇଁ ଅଧିକ ଗୁରତ୍ୱପୂର୍ଣ୍ଣ । କାରଣ ଏହି ୨ଟି ରାଜ୍ୟରେ ବିଜେପି ହାତରେ ଶାସନ କ୍ଷମତା ରହିଛି । ଅନ୍ୟପକ୍ଷେ କଂଗ୍ରେସ ମଧ୍ୟ ନିଜ ୫ ବର୍ଷର ବନବାସକୁ ସାରି ଶାସନରେ ଫେରିବାକୁ ନେଇ ଆଶା ବାନ୍ଧି ବସିଛି । 

Haryana-Maharashtra Assembly Election 2019

ନୂଆଦିଲ୍ଲୀ: ହରିୟାଣା-ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ପରିଣାମକୁ ଜଗି ବସିଛି ସମସ୍ତ ରାଜନୈତିକ ଦଳ । ଏହା ପୂର୍ବରୁ ନିଜ ନିଜ ଦଳର ଜିତିବାକୁ ନେଇ ଦାବି କରୁଛନ୍ତି ସମସ୍ତ ଦଳର ନେତାଗଣ । ଆଉ କିଛି ସମୟର ଅପେକ୍ଷା ତା ପରେ ପରିଣମାମ ଆସିବା ଆରମ୍ଭ ହୋଇଯିବ । ଏହି ନିର୍ବାଚନୀ ପରିଣାମ ବିଜେପି ପାଇଁ ଅଧିକ ଗୁରତ୍ୱପୂର୍ଣ୍ଣ । କାରଣ ଏହି ୨ଟି ରାଜ୍ୟରେ ବିଜେପି ହାତରେ ଶାସନ କ୍ଷମତା ରହିଛି । ଅନ୍ୟପକ୍ଷେ କଂଗ୍ରେସ ମଧ୍ୟ ନିଜ ୫ ବର୍ଷର ବନବାସକୁ ସାରି ଶାସନରେ ଫେରିବାକୁ ନେଇ ଆଶା ବାନ୍ଧି ବସିଛି । 

ହରିୟାଣା-ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଆଜି(ଗୁରୁବାର) ଘୋଷଣା କରାଯିବ । ଏହି ନିର୍ବାଚନୀ ପରିଣାମ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରହ ଲାଲ ଖଟ୍ଟର ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ଭବିଷ୍ୟତ ସ୍ଥିର କରିବ । ଯଦି ବିଜେପି ଗତ ଥରରୁ ଅଧିକ ଆସନ ଆଣିବାରେ ସଫଳ ହେବ, ତେବେ ଏହି ୨ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିରେ ଅଧିକ ସମ୍ମାନ ମିଳିବ ।

ଅନ୍ୟପଟେ ଦଳକୁ କ୍ଷତି ସହିବାକୁ ପଡିବ, ତେବେ ଦଳ ଏହି ୨ ନେତୃତ୍ୱକୁ ଅଣଦେଖା କରିବ ଏହା ସହ ସେମାନଙ୍କ ଉପରେ ଦଳର ଅନ୍ୟ ନେତାମାନେ ପ୍ରଶ୍ନ ଉଠାଇବେ । ଗତ ନିର୍ବାଚନରେ ହରିୟାଣାରୁ ବିଜେପି ୯୦ଟି ବିଧାନସଭା ଆସନରୁ ୪୭ ଆସନରେ ଜିତିଥିଲା । ଖଟ୍ଟରଙ୍କ ନେତୃତ୍ୱରେ ଦଳ ନିଜ ଦମରେ ଏକାକୀ ସରକାରୀ ଗଢିଥିଲା । 

ସେହିପରି ମହାରାଷ୍ଟ୍ରରେ ବିଜେପି ୨୮୮ଟି ବିଧାନସଭା ଆସନରୁ ୧୨୨ଟି ଆସନ ଜିତିଥିଲା । ଏଠାରେ ସେ ଶିବସେନା ସହ ମେଣ୍ଟ କରି କ୍ଷମତାକୁ ଆସିଥିଲା । ଫଡନାବିସଙ୍କ ନେତୃତ୍ୱରେ ବିଜେପି ମେଣ୍ଟ ସରକାର ଗଢିଥିଲା । ଚଳିତ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର ୨୧ରେ ମତଦାନ ହୋଇଥିଲା । ମହାରାଷ୍ଟ୍ରରେ ୬୦.୪୬ ପ୍ରତିଶତ ମତଦାନ ହୋଇଥିବା ବେଳେ ହରିୟାଣାରେ ୬୫.୭୫ ପ୍ରତିଶତ ମତଦାନ ହୋଇଥିଲା ।