Advertisement
Article Detail0/zeeodisha/odisha664790
Zee OdishaOther Newsଚାହା ପ୍ରେମରେ କୋରୋନା ରୋଗୀ, ଚିନ୍ତାରେ ଡାକ୍ତର

ଚାହା ପ୍ରେମରେ କୋରୋନା ରୋଗୀ, ଚିନ୍ତାରେ ଡାକ୍ତର

ରାଞ୍ଚିରେ ଘଟିଥିବା ଏକ ଘଟଣା ଡାକ୍ତରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି. ଜଣେ କୋରୋନା ଆକ୍ରାନ୍ତ ଚାହା ପିଇବା ପାଇଁ ଡାକ୍ତରଖାନା ବାହାରକୁ ଯାଉଥିବା ଦେଖି ଚିନ୍ତାରେ ପଡ଼ିଯାଇଥିଲେ ଡାକ୍ତର.

ଚାହା ପ୍ରେମରେ କୋରୋନା ରୋଗୀ, ଚିନ୍ତାରେ ଡାକ୍ତର

ରାଞ୍ଚି: ରାଞ୍ଚିରେ ଘଟିଥିବା ଏକ ଘଟଣା ଡାକ୍ତରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି. ଜଣେ କୋରୋନା ଆକ୍ରାନ୍ତ ଚାହା ପିଇବା ପାଇଁ ଡାକ୍ତରଖାନା ବାହାରକୁ ଯାଉଥିବା ଦେଖି ଚିନ୍ତାରେ ପଡ଼ିଯାଇଥିଲେ ଡାକ୍ତର. ସେପଟେ ରୋଗୀଙ୍କ ଏଭଳି ଆଚରଣ ପାଇଁ ସ୍ଥାନୀୟ ଅଞ୍ଚଳରେ ବେଶ ଭୟର ବାତାବରଣ ସୃ୍ଷ୍ଟି ହୋଇଛି. 

ଘଟଣାଟି ଝାଡ଼ଖଣ୍ଡ ରାଜ୍ୟର ହଜାରୀବାଗ ଜିଲ୍ଲାର ଏକ ଡାକ୍ତରଖାନାର. ଝାଡ଼ଖଣ୍ଡର ଦ୍ୱିତୀୟ ରୋଗୀ ହଜାରୀବାଗ ଅଞ୍ଚଳରୁ ଚିହ୍ନଟ ହୋଇଥିଲେ. ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ. ତେବେ କିଛି ଦିନ ପରେ ଉକ୍ତ ରୋଗୀ ଜଣକ କ୍ୱାରେଣ୍ଟାଇନ ସମୟରେ ଡାକ୍ତରଖାନାରୁ ବାହାରି ହଜାରୀବାଗ ର ପ୍ରସିଦ୍ଧି ଝଣ୍ଡା ଛକ ନିକଟକୁ ଚାହା ପିଇବାକୁ ଆସୁଥିବା ନେଇ ଚର୍ଚ୍ଚା ହୋଇଥିଲା. 

କେବଳ ଏତିକି ନୁହେଁ, ଉକ୍ତ ରୋଗୀ ଜଣକ ସ୍ଥାନୀୟ ଅଞ୍ଚଳର ହୋଟେଲରୁ ଲିଟି ଚୋଖା ଖାଇଥିବା ବେଳେ ଔଷଧ ମଧ୍ୟ କିଣିଥିବା ନେଇ ସୂଚନା ରହିଛି. ତେବେ ଏନେଇ ଖୋଦ ଉକ୍ତ ରୋଗୀ ଜଣକ ଡାକ୍ତରଖାନାର କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲା. ଏହି ଚର୍ଚ୍ଚା ହେବା ପରେ ସ୍ଥାନୀୟ ଅଞ୍ଚଳରେ ବେସ ଭୟର ବାତାବରଣ ସୃଷ୍ଟି ହୋଇଥିଲା. 

Add Zee News as a Preferred Source

ଏପଟେ ହଜାରୀବାଗର ମଣ୍ଡଳର ପଦାଧିକାରୀ ମେଘା ଭରଦ୍ୱାଜ କହିଛନ୍ତି, ଉକ୍ତ ରୋଗୀ ସମ୍ପର୍କରେ ଆସିଥିବା ଲୋକଙ୍କ ମଧ୍ୟରେ ଯାଞ୍ଚ ଜାରୀ ରହିଛି. ଏଠାରେ ଘୋଷଣା ମଧ୍ୟ କରାଯାଇଛି ଯେ ଯେଉଁ ଲୋକମାନେ ଏହି ରୋଗୀଙ୍କ ସଂସ୍ପର୍ଷରେ ଆସିଥିବା ଲୋକମାନେ ସ୍ୱତଃ ପ୍ରବୃତ୍ତ ଭାବେ ସାମ୍ନାକୁ ଆସନ୍ତୁ. ହଜାରୀବାଗରେ ଏକାଧିକ କ୍ୱାରେଣ୍ଟାଇନ ସେଣ୍ଟର ଖୋଲାଯାଇଛି. ସେଠାରେ ମାଜିଷ୍ଟ୍ରେଟଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି. ସେମାନେ ରୋଗୀଙ୍କୁ ଉପରେ ନଜର ରଖିବେ ବୋଲି ସେ କହିଥିଲେ. 

About the Author