ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯିବ: ସ୍ୱାସ୍ଥ୍ୟ ମନ୍ତ୍ରୀ
Advertisement

ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯିବ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଏହି ଅବସରରେ ସ୍ଥାନୀୟ ବିଧାୟକ ଜିତୁ ମିତ୍ର, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବ, ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । 

ଫାଇଲ ଫଟୋ

ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଖୋର୍ଦ୍ଧା ଗ୍ରସ୍ତରେ ଆସି ବିଭିନ୍ନ କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ । ବୁଧବାର ୭୨ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଜିଲ୍ଲା ଟିକାକରଣ କେନ୍ଦ୍ର, ୩୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନିରାମୟ ଔଷଧ ବିତରଣ ଓ ରୋଗୀ ପଞ୍ଜିକରଣ କେନ୍ଦ୍ରକୁ ମନ୍ତ୍ରୀ ଶ୍ରୀ ଦାସ ଉଦଘାଟନ କରିଥିଲେ । 

ଏହି ଅବସରରେ ସ୍ଥାନୀୟ ବିଧାୟକ ଜିତୁ ମିତ୍ର, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବ, ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟରେ କିଭଳି ଡ଼ାକ୍ତରଙ୍କ ସମସ୍ୟା ଦୂର ହେବ ଓ ପ୍ରତ୍ୟେକଟି ନାଗରିକ କିଭଳି ସୁବିଧାରେ ଚିକିତ୍ସା ସେବା ପାଇ ପାରିବ, ସେନେଇ ନବୀନ ସରକାର ସର୍ବଦା ଯତ୍ନବାନ ଥିବା ମନ୍ତ୍ରୀ ନବ ଦାସ କହିଛନ୍ତି । ଏଥିସହ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର ଉନ୍ନତୀ ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୨କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି । ଆଗାମୀ ଦିନରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ଆହୁରି ଅଧିକ ଟଙ୍କା ବ୍ୟୟ କରାଯାଇ ପୂର୍ଣ୍ଣାଙ୍ଗ ରୂପ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ; ରାଜ୍ୟସଭା ରେସ୍: ଶାସକ ଦଳରେ ମାଳ ମାଳ ଆଶାୟୀ