Advertisement
Article Detail0/zeeodisha/odisha675105
Zee OdishaOther Newsବଦଳିଲା ଗ୍ରୀନ ଜୋନ୍ ନିୟମ୍, ଏବେ ୨୧ ଦିନିଆ ଫର୍ମୁଲା ଲାଗୁ

ବଦଳିଲା ଗ୍ରୀନ ଜୋନ୍ ନିୟମ୍, ଏବେ ୨୧ ଦିନିଆ ଫର୍ମୁଲା ଲାଗୁ

ରାଜ୍ୟରେ କେତୋଟି ଜିଲ୍ଲା ଗ୍ରୀନ ଜୋନରେ ଆସିଲା ? ଜାଣନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: କୋରୋନା ସଙ୍କଟ ଯୋଗୁ ଦେଶରେ ଲକଡାଉନ୍ ଜାରି ରହିଛି । ତେବେ ଆଉ ଦୁଇ ଦିନ ପରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ସରିବ । ଏହା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରିନ ଜୋନ୍ ସମ୍ପର୍କିତ ନିୟମରେ ପରିବର୍ତ୍ତନ କରାଯାଇଛି । ବିଗତ ୨୧ ଦିନ ମଧ୍ୟରେ ଯେଉଁ ଜିଲ୍ଲାରେ ଜଣେ ମଧ୍ୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବେ, ଏବେ ସେହି ଜିଲ୍ଲାକୁ ଗ୍ରିନ ଜୋନ୍ ଘୋଷଣା କରାଯିବ । ପୂର୍ବରୁ ଏହା ୨୮ ଦିନ ଥିଲା ।  

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ବର୍ଗୀକରଣ ଅନୁସାରେ, ୨୧ ଦିନ ପର୍ଯ୍ୟନ୍ତ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ଜିଲ୍ଲା ଗ୍ରୀନ ଜୋନରେ ରହିବ । ସମଗ୍ର ଦେଶର ୩୧୯ ଜିଲ୍ଲାକୁ ଗ୍ରୀନ ଜୋନ ଘୋଷଣା କରିଛି ମନ୍ତ୍ରାଳୟ । ସେହିପରି ୨୮୪ ଜିଲ୍ଲା ଅରେଞ୍ଜ ଜୋନ ଏବଂ ୧୩୦ ଜିଲ୍ଲା ରେଡ୍ ଜୋନରେ ରହିଛନ୍ତି । ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଏନେଇ ଚିଠି ଲେଖି ଜଣାଇଦେଇଛି ମନ୍ତ୍ରାଳୟ । 

ତେବେ ଦିଲ୍ଲୀ, ମୁମ୍ବାଇ, କୋଲକତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ଅହମ୍ମଦାବାଦ ଇତ୍ୟାଦି ରେଡ୍ ଜୋନରେ ରହିଛନ୍ତି । ମହାରାଷ୍ଟ୍ରର ୧୪ ଜିଲ୍ଲାକୁ ରେଡ ଜୋନରେ ରଖାଯାଇଛି । ସେହିପରି ଦିଲ୍ଲୀର ୧୧, ତାମିଲନାଡ଼ୁର ୧୨, ୟୁପିର ୧୯, ପଶ୍ଚିମବଙ୍ଗର ୧୦, ଗୁଜୁରାଟର ୯ ଜିଲ୍ଲା ରେଡ୍ ଜୋନରେ ରହିଛନ୍ତି । 

Add Zee News as a Preferred Source

ଏବେ ନଜର ପକାଇବା ଓଡ଼ିଶା ଉପରେ । କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ନୂଆ ରିପୋର୍ଟ ଅନୁସାରେ, ଓଡ଼ିଶାର ୩ ଜିଲ୍ଲା ରେଡ୍ ଜୋନରେ ଆସୁଛି । ୬ ଜିଲ୍ଲା ଅରେଞ୍ଜ ଜୋନରେ ଥିବା ବେଳେ ଅନ୍ୟ ୨୧ ଜିଲ୍ଲା ଗ୍ରୀନ ଜୋନରେ ରହିଛି । 

About the Author