ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତକାର
Trending Photos
ନୂଆଦିଲ୍ଲୀ: ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଲାଗି ରହିଛି ଶୀତ ଲହରୀ. ଏହା ଆହୁରି ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର. ଜି-ଓଡ଼ିଶାକୁ ସ୍ୱତନ୍ତ୍ର ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି କି, ଦୀର୍ଘ 22 ବର୍ଷ ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି. ଏହା ଆହୁରି ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଲାଗି ରହିବ. ତେବେ ଆସନ୍ତା ଜାନୁଆରୀ ପହିଲାରେ ଦିଲ୍ଲୀ ସହିତ ଉତ୍ତରପ୍ରଦେଶ, ବିହାର ଆଦି ରାଜ୍ୟର କେତେକ ସ୍ଥାନରେ ସାମାନ୍ୟ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି. ଡିସେମ୍ବର ଓ ଜାନୁଆରୀରେ ବିଶେଷ ଭାବେ ଥଣ୍ଡା ଅନୁଭୁତ ହୋଇଥାଏ. ଏଥିରେ ଭୟଭୀତ ନ ହେବାକୁ ସେ ସୂଚନା ଦେଇଛନ୍ତି.
ପୂର୍ବରୁ 1997 ମସିହାରେ ଏଭଳି ଥଣ୍ଡା ପଡ଼ିଥିଲା ବୋଲି ସେ କହିଛନ୍ତି. ଏହା ସହିତ ନବବର୍ଷ ପାଇଁ ସମଗ୍ର ଭାରତବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି. ନବବର୍ଷ ସମସ୍ତଙ୍କ ପାଇଁ ଖୁସି ଆଣିଦେଉ. ଆସନ୍ତା ନବବର୍ଷରେ ପାଣିପାଗ ବିଭାଗ ଆହୁରି ଅଧିକରୁ ଅଧିକ ସତର୍କ ସୂଚନା ଜାରି କରିବା ସହିତ ନୂଆ ନୂଆ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିବ ବୋଲି ସେ ବାର୍ତ୍ତା ଦେଇଛନ୍ତି.
ସୂଚନାଯୋଗ୍ୟ ଅଗଷ୍ଟ ମାସରେ ଦାୟିତ୍ୱ ନେବା ପରେ ସେ ନିଜର 5 ବର୍ଷୀୟ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିଦେଇଥିବା ଜଣାଇଛନ୍ତି। ଆଗକୁ ପାଣିପାଗ ବିଭାଗ ଏହା ଉପରେ କାର୍ଯ୍ୟ କରିବ। ପ୍ରଥମରେ ଅବଜରଭେସନ ନେଟୱାର୍କକୁ ବଢ଼େଇବା ପାଇଁ ପ୍ରାଥମିକତା ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି. ସେହିଭଳି ସେ ଏବେ ଅର୍ବାନ ମେଟ୍ରୋଲୋଜି ଫରକାଷ୍ଟ ପାଇଁ କାମ ଆରମ୍ଭ ହୋଇଛି। ଆଗରୁ ପାଣିପାଗ ବିଭାଗ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ପାଗ କିପରି ରହିବ ଆକଳନ କରୁଥିଲା। ଏବେ ଭୁବନେଶ୍ୱରର ବିଭିନ୍ୟ ଅଞ୍ଚଳର ପାଣିପାଗ କଣ ରହିବ ତାହା କୁହାଯାଇ ପାରୁଛି। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ସ୍କିମ ବିହାରର ମୁଜାଫରନଗରରେ ଆରମ୍ଭ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।
ଶକ୍ତି ଏବଂ କୃଷି କ୍ଷେତ୍ରରେ ମଧ୍ୟ ପାଣିପାଗର ବିବରଣୀ ପ୍ରୟୋଗ କରିବା ପାଇଁ ପୂର୍ବରୁ କାମ ଜାରି ରହିଛି। ନିକଟରେ ଅଣ-ପାରମ୍ପରିକ ଶକ୍ତି , ଯଥା ସୋଲାର ଶକ୍ତି, ପବନ ଶକ୍ତି, ପାଇଁ ମଧ୍ୟ ଯୋଜନା ହାତକୁ ନିଆଯାଉଛି । ଅଗଷ୍ଟ ମାସରେ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବା ପରେ ନିଜର 5 ବର୍ଷୀୟ ଯୋଜନା କରି କାମ ଆରମ୍ଭ କରିବେ ବୋଲି ଡକ୍ଟର ମୃତ୍ୟଞ୍ଜୟ ମହାପାତ୍ର କହିଥିଲେ ।