ପାକିସ୍ତାନରେ ତୁଷାରପାତ, ଗଲାଣି ଶହେ ଜୀବନ

ପାକିସ୍ତାନରେ ଜାରି ରହିଛି ତୁଷାରପାତ। ଫଳରେ ସେଠାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦୦ରେ ପହଞ୍ଚିଲାଣି ।

ପାକିସ୍ତାନରେ ତୁଷାରପାତ, ଗଲାଣି ଶହେ ଜୀବନ
ପାକିସ୍ତାନରେ ତୁଷାରପାତ, ଗଲାଣି ଶହେ ଜୀବନ

ଇସଲାମାବାଦ: ପାକିସ୍ତାନରେ ଜାରି ରହିଛି ତୁଷାରପାତ। ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଯାତାୟତ ଏକ ପ୍ରକାର ଠପ ହୋଇ ପଡ଼ିଛି। ତେବେ ପ୍ରବଳ ତୁଷାରପାତ ଏବଂ ହିମସ୍ଖଳନ ପାଇଁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦୦ ଜଣଙ୍କ ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି। ପାକିସ୍ତାନ ସରକାରର ଜଣେ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଥିବା ଜଣାପଡ଼ିଛି। 

ଉକ୍ତ ଅଧିକାରୀ ଜଣକ ଦେଇଥିବା ସୂଚନା ମୁତାବକ ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ମାତ୍ରାରେ ଶୀତ ଲହରି ଜାରି ରହିଛି। ଏହା ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି। ପାକିସ୍ତାନ ଅଧିକୃତ କାଶ୍ମୀର ଅନ୍ତର୍ଗତ ନିଲମ ଘାଟିରେ ହିମ ସ୍ଖଳନ କାରଣରୁ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଗ୍ରାମ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ଜଣାପଡିଛି। ସେହିପରି ଏହି ବିପର୍ଯ୍ୟରେ ପ୍ରାୟ ୪୫ ଘର ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଏହା ସହିତ ଏହି ଦୁର୍ଘଟଣାରେ ପ୍ରାୟ ୫୭ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

ସେହିଭଳି ବିଗତ ୨୪ ଘଣ୍ଟାରେ ପ୍ରବଳ ହିମପାତ ପ୍ରଭାବରେ ପ୍ରାୟ ୪୨ ଲୋକ ଗୁରୁତର ହୋଇ ପଡ଼ିଥିବା ଜଣାପଡ଼ିଛି। ଏହା ସହିତ ଏହି ତୁଷାରପାତ ଓ ଭୁସ୍ଖଳନ କାରଣରୁ ଦେଶରେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହୋଇଥିବା ଜଣାପଡ଼ିଛି। ଯାତାୟତ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। 

ବେଲୁଚିସ୍ତାନର ଉତ୍ତର ଭାଗରେ ମଧ୍ୟ ଭୀଷଣ ତୁଷାରପାତ ହୋଇଥିବା ଜଣାପଡ଼ିଛି। ସେଠାରେ ମଧ୍ୟକ ଶତାଧିକ ଯାତ୍ରୀ ଓ ସ୍ଥାନୀୟ ବାସିନ୍ଦା ରାସ୍ତାରେ ଫସି ରହିଥିବା ଜଣାପଡ଼ିଛି। ଏନେଇ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୟଦ ଶାହିଦ ମୋହିଦ୍ଦୀନ କାଦରୀ କହିଛନ୍ତି କି। ପାହାଡ଼ି ଅଞ୍ଚଳରେ ପ୍ରବଳ ତୁଷାରପାତ କାରଣରୁ ରାସ୍ତା ଅବରୋଧ ହୋଇଛି। ଫଳରେ ଯାତାୟତ ଏକ ପ୍ରକାର ଠପ ହୋଇ ପଡ଼ିଛି। 

ସୂଚନା ଯୋଗ୍ୟ ଉତ୍ତର ଭାରତରେ ମଧ୍ୟ ବ୍ୟାପକ ଭାବେ ଶୀତ ଲହରି ଜାରି ରହିଛି। ଜମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଆଦି ରାଜ୍ୟରେ ମଧ୍ୟ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି। ଏହା କାରଣରୁ ସେଠାରେ ମଧ୍ୟ ଜୀବନଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି।