• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Bhubneshwar
  • /ଅଦିନିଆ ବର୍ଷାରେ ଭିଜିଲା ରାଜ୍ୟ

ଅଦିନିଆ ବର୍ଷାରେ ଭିଜିଲା ରାଜ୍ୟ

ପ୍ରବଳ ବର୍ଷିବ, ପବନ ବହିବ...

Edited ByZee Odisha Desk
Published: Apr 25, 2020, 06:32 PM IST|Updated: Apr 25, 2020, 06:37 PM IST
joinshare
ଅଦିନିଆ ବର୍ଷାରେ ଭିଜିଲା ରାଜ୍ୟ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    NSA ଅଜିତ ଡୋଭାଲ ପାଇବେ ଲୋକମାନ୍ୟ ତିଲକ ସମ୍ମାନ

    NSA ଅଜିତ ଡୋଭାଲ ପାଇବେ ଲୋକମାନ୍ୟ ତିଲକ ସମ୍ମାନ

    2

    Odisha Floods: ୩ ଦିନରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ

    3

    Top 10 News: ବିଲ୍‌ଡରଙ୍କ ଘରୁ ବଡ଼ ଧରଣର ଲୁଟ୍‌, ବର୍ଷା ନେଇ ଆଲର୍ଟ ଓ ଅନ୍ୟ ଖବର

    4

    Odisha Floods: ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

    5

    RRB Group D Admit Card: ଫର୍ମ ପକେଇଥିଲେ ଖୁସି ଖବର, ଡାଉନଲୋଡ୍ କରନ୍ତୁ ଆଡମିଟ୍ କାର୍ଡ

    ଶାନ୍ତାସ୍ୱରୂପ ରାଉତ, ଭୁବନେଶ୍ୱର: ମୁଣ୍ଡଫଟା ଖରାରେ  ଭିଜିଲା ରାଜ୍ୟ । ଅଦିନିଆ ବର୍ଷାରେ ଧୋଇଲା ସାରା ଓଡ଼ିଶା । ରାଜ୍ୟରେ ଗ୍ରୀଷ୍ମ ଋତୁରେ ଦେଖାଦେଇଛି କାଳବୈଶାଖୀର ତାଣ୍ଡବ । ଏହାର ପ୍ରଭାବରେ ଗତ ୨୪ ଘଣ୍ଟାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷା ସାଙ୍ଗକୁ ସର୍ବାଧିକ ୬୦ କିଲୋମିଟର ବେଗରେ ପବନ ବହିବା ନେଇ ବିଭିନ୍ନ ଜିଲ୍ଲାକୁ ଅରେଂଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ଆସନ୍ତା ୨୯ ତାରିଖରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବା ନେଇ କେନ୍ଦ୍ର ଆକଳନ କରିଥିବା ବେଳେ ଏହାର ପ୍ରଭାବ ନେଇ ପୂର୍ବାନୁମାନ କରାଯାଇନାହିଁ ।

    ପାଣିପାଗ ବିଭାଗ ଦେଇଥିବା ସୂଚନା ମୁତାବକ ଉତ୍ତର ପୂର୍ବ ବିଦର୍ଭ ଏବଂ ତାର ଆଖପାଖ ଅଞ୍ଚଳରେ ସୃଷ୍ଟ ଘୁର୍ଣ୍ଣିବଳୟ ଏବଂ ସମୁଦ୍ର ପତନ ଠାରୁ ଦେଢ କିମି ଉପରେ ବାୟୁମଣ୍ଡଳ ଥିବା ଟ୍ରଫ ଲାଇନ ସହ ତେଲେଙ୍ଗାନା ରୁ କୋମୋରୀନ ଅଞ୍ଚଳ ମଧ୍ୟରେ ଥିବା ଆଉ ଏକ ଟ୍ରଫ ଲାଇନ ପ୍ରଭାବରେ ବର୍ଷା ଲାଗି ରହିଛି । ତେବେ ଏହାର ପ୍ରଭାବରେ ଗତ ୨୪ ଘଣ୍ଟାରେ ଫୁଲବାଣୀଠାରେ ସର୍ବାଧିକ ୧୨୪.୪  ମିମି ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ଜାରି ରହିବ ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି ।

    ତେବେ ଏହି ବର୍ଷା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ, ଦେଓଗଡ, କେଉଁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ, ଗଜପତି, ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ଓ କୂଆପଥର ବଜ୍ରପାତ ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ନେଇ ଅରେଂଜ ୱାର୍ଣ୍ଣି ଜାରି କରିଛି କେନ୍ଦ୍ର । ଏହାସହ ବାକି ଅଂଚଳରେ ଘଡଘଡି ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବିକ୍ଷିପ୍ତ ଭାବେ ବିଭିନ୍ନ ଜିଲ୍ଲାରେ ଅରେଜଂ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମସ୍ତ୍ରଜୀବୀଙ୍କୁ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି ।

     

     

    Add Zee News as a Preferred Source
    TAGS:
    Heavy Rain
    state
    warning
    yellow
    Fisherman