ବରଫ ବଳୟରେ ଆମେରିକା ; ଦେଖାଯାଉନି ମାଟି, ଗଛପତ୍ରରେ ବି ବରଫର ମୋଟା ଆସ୍ତରଣ

ଯେଉଁଆଡେ ଦେଖିଲେ କେବଳ ବରଫର ଚାଦର ଦେଖିବାକୁ ମିଳୁଛି । ଅଲବନୀ ସହରରେ ବରଫର ମୋଟା ଆସ୍ତରଣ ଜମିଯାଇଛି ।  

ବରଫ ବଳୟରେ ଆମେରିକା ; ଦେଖାଯାଉନି ମାଟି, ଗଛପତ୍ରରେ ବି ବରଫର ମୋଟା ଆସ୍ତରଣ

ନ୍ୟୁୟର୍କ : ଆମେରିକାର ଜାରି ରହିଛି ପ୍ରବଳ ବରଫ ପାତ । ଯେଉଁଆଡେ ଦେଖିଲେ କେବଳ ବରଫର ଚାଦର ହିଁ ଦେଖିବାକୁ ମିଳୁଛି । ଅଲବନୀ ସହରରେ ବରଫର ମୋଟା ଆସ୍ତରଣ ଜମିଯାଇଛି । ବରଫ ବର୍ଷା ଯୋଗୁଁ ଯାନାବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବରଫ କଟା ମେସିନ ସାହାଯ୍ୟରେ ରାସ୍ତା ସଫା ହେଉଥିଲେ ବି ଖୁବ ସମୟ ମଧ୍ୟରେ ପୁଣି ବରଫ ଜମା ହୋଇଯାଉଛି ।
ଯେଉଁଆଡେ ଦେଖିଲେ କେବଳ ବରଫର ଚାଦର ଦେଖିବାକୁ ମିଳୁଛି । ଅଲବନୀ ସହରରେ ବରଫର ମୋଟା ଆସ୍ତରଣ ଜମିଯାଇଛି । ବରଫ ବର୍ଷା ଯୋଗୁ ଯାନାବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବରଫ କଟା ମେସିନ ସାହାଯ୍ୟରେ ରାସ୍ତା ସଫା କରାଯାଉଛି ।  କିନ୍ତୁ କିଛି ସମୟ ପରେ ଅବସ୍ଥା ଯାହା ଥିଲା ପୁଣି ସେହିପରି ହୋଇଯାଉଛି । ମିନେସୋଟାର ଦୁଲୁଥରେ ରବିବାର ୩୧ ଇଞ୍ଚ ବରଫପାତ ହୋଇଛି । ସେପଟେ ୱିସ୍କାନ୍ସିନ, ନର୍ଥ ଡକୋଟାରେ ମଧ୍ୟ ୨୨ ଇଞ୍ଚର ବରଫପାତ ହୋଇଛି ।
ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ଚେତାବନୀ ଅନୁସାରେ ଆଗାମୀ ୨୪ ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ବରଫପାତ ଜାରି ରହିବ । ଏହା ସହିତ ବର୍ଷା ସମ୍ବାବନା ମଧ୍ୟ ରହିଛି । ପାଣିପାଗ ବିଭାଗର ଆଲର୍ଟ ପରେ ନ୍ୟୁୟର୍କ ପ୍ରଶାସନ ପକ୍ଷରୁ ଇମରଜେନ୍ସି ଲଗା ଯାଇଛି । କେବଳ ଏତିକି ନୁହେଁ ନ୍ୟୁୟର୍କ ଆର୍ମୀ ନେସନାଲ ଗାର୍ଡର  ୩୦୦ ଯବାନଙ୍କୁ ମଧ୍ୟ ସ୍ଥିତି ନିୟନ୍ତ୍ରଣ ପାଇଁ ମୁତୟନ କରାଯାଇଛି ।  ନ୍ୟୁୟର୍କ ସାନ୍ସଫ୍ରାନ୍ସିସକୋ, ନ୍ୟୁୟର୍କ, ବୋଷ୍ଟନ, ଫିଲାଡେଲଫିଆ, ୱାସିଂଟନ ବିମାନ ବନ୍ଦରରେ ପ୍ରାୟ ୪ ହଜାର ଫ୍ଲାଇଟ ବାତିଲ ହୋଇଛି ।  ଶ୍ୱେତ ଆତଙ୍କ କାରଣରୁ ଲକ୍ଷ ଲକ୍ଷ ଲୋକ ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି  ।
ଆମେରିକରେ କିଛି ଅଞ୍ଚଳରେ ବରଫପାତ କାରଣରୁ ପର୍ଯ୍ୟଟକମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି  । ଆମେରିକାରେ THANKS GIVING ଛୁଟି ମନାଇବା ପାଇଁ ଆସିଥିବା ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଫସି ରହିଛିନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି ।