close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଭୂସ୍ୱର୍ଗ କାଶ୍ମୀରରେ ବରଫ ବର୍ଷା; ମଜା ନେଉଛନ୍ତି ପର୍ଯ୍ୟଟକ

ବରଫ ବର୍ଷା ସହ ଶୀତର ମଧ୍ୟ ଆଗମନ ହୋଇଛି । ଘର, ଗଛ ଓ ଗାଡି ଉପରେ ଜମି ରହିଛି ବରଫ । ପ୍ରଥମ ବରଫ ବର୍ଷାର ଖୁବ ମଜା ଉଠାଇଛନ୍ତି ପର୍ଯ୍ୟଟକ ।

ଭୂସ୍ୱର୍ଗ କାଶ୍ମୀରରେ ବରଫ ବର୍ଷା; ମଜା ନେଉଛନ୍ତି ପର୍ଯ୍ୟଟକ

ପ୍ରଦ୍ୟୁମ୍ନ କୁମର ମାଝୀ, ନୂଆଦିଲ୍ଲୀ: ଭାରତ ଭୂସ୍ୱର୍ଗ କାଶ୍ମୀରରେ ଦେଖିବାକୁ ମିଳିଛି ପ୍ରଥମ ବରଫ ବର୍ଷା । ଆକାଶରୁ ବର୍ଷା ହେଉଛି ବରଫ ଖଣ୍ଡ । ବିଭିନ୍ନ ସ୍ଥାନରେ ରାସ୍ତାଘାଟରେ ବରଫ ବର୍ଷା ହୋଇଛି । ବରଫ ବର୍ଷା ସହ ଶୀତର ମଧ୍ୟ ଆଗମନ ହୋଇଛି । ଘର, ଗଛ ଓ ଗାଡି ଉପରେ ଜମି ରହିଛି ବରଫ । ପ୍ରଥମ ବରଫ ବର୍ଷାର ଖୁବ ମଜା ଉଠାଇଛନ୍ତି ପର୍ଯ୍ୟଟକ ।

କାଶ୍ମୀରର ଗୁଲମାର୍ଗ ଏବଂ ସୋନମର୍ଗରେ ଗତକାଲି ଶୀତ ଋତୁର  ପ୍ରଥମ ବରଫ ବର୍ଷା ହୋଇଛି । ଏହାର ମଜା ଉଠାଇବା ପାଇଁ ପର୍ଯ୍ୟଟକ ଭିଡ ଦେଖିବାକୁ ମିଳିଛି । କେହି ପଞ୍ଜାବରୁ ତ କେହି ମହାରାଷ୍ଟ୍ରରୁ ଆସି କାଶ୍ମୀର ଉପତ୍ୟକାରେ ପହଞ୍ଚିଛନ୍ତି ।

କାଶ୍ମୀରରେ ଏହି ବରଫ ବର୍ଷା ଯୋଗୁଁ ମୋଗଲ ରୋଡକୁ ବନ୍ଦ କରିବାକୁ ପଡ଼ିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୩ଦିନ ପର୍ଯ୍ୟନ୍ତ ବରଫ ବର୍ଷା ହୋଇପାରେ । କାଶ୍ମୀର ଘାଟିର ଉଚ୍ଚ ସ୍ଥାନ  ଗୁଲମାର୍ଗ  ଏବଂ ସୋନମାର୍ଗରେ ବୁଧବାର ବିଳମ୍ୱିତ ରାତି ପର୍ଯ୍ୟନ୍ତ ବରଫ ବର୍ଷା ହୋଇଛି । ସେପଟେ ସହରାଞ୍ଚଳ ଏବଂ ସମତଳ ଅଞ୍ଚଳରେ ବରଫ ବର୍ଷା ହୋଇଛି ।  ବରଫ ବର୍ଷା କାରଣରୁ ପର୍ଯ୍ୟଟକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।  ଖାଲିସ୍ଥାନ ମାନଙ୍କରେ ବରଫ ବର୍ଷା ଯୋଗୁଁ ସହରରେ ତାପମାତ୍ରାରେ ହ୍ରାସ ଘଟିଛି ।

ପାଣିପାଗ ବିଭାଗର ଆକଳନ ସୂଚନା ଅନୁଯାୟୀ ଗତ ମଙ୍ଗଳବାର ୧୮.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ।  ଗତ ବୁଧବାର ଅପରାହ୍ଣ ୩. ୩୦ ସମୟରେ  ତାମପାତ୍ରା ୫.୬ ଡିଗ୍ରୀ ରହିଥିଲା । ଚଳିତ ବର୍ଷ କାଶ୍ମୀରରେ ଥଣ୍ଡାର ଶୀଘ୍ର ଆଗମନ ହୋଇଛି । ଗତ କିଛିଦିନ ମଧ୍ୟରେ  ଅଧିକାଂଶ ତାପମାତ୍ରା ସାମାନ୍ୟ ହ୍ରାସ  ଘଟିଥିବା ରେକର୍ଡ କରାଯାଇଛି ।  

ଏଥିପାଇଁ ପ୍ରଶାସନ ପକ୍ଷରୁ  କାଶ୍ମୀରରେ ରେଳସର୍ଭିସକୁ ପୁଣିଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ନଭେମ୍ୱର ୧୧ ତାରିଖରେ ଉତ୍ତର କାଶ୍ମୀରର ବାରମୂଳା ଠାରୁ ଦକ୍ଷିଣ କାଶ୍ମୀରର ବନିହାଲ ଯାଏଁ ପୁଣିଥରେ ରେଳ ସେବାର ଆରମ୍ଭ କରାଯିବ ।  ଗତ  ଅଗଷ୍ଟ ୫ ତାରିଖରୁ ରେଳସେବାକୁ ବନ୍ଦ ରଖାଯାଇଥିଲା ।